ETV Bharat / bharat

Bihar flood: ବିପଦ ସଙ୍କେତ ଉପରେ 3 ନଦୀ, ପ୍ରଭାବିତ ଜନଜୀବନ

author img

By

Published : Sep 3, 2021, 7:13 AM IST

ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ପ୍ରବଳ ବର୍ଷା ଯୋଗୁଁ ଗଙ୍ଗା, ଗନ୍ଧକ ଓ କୋଶି ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ଥିତି ସଙ୍ଗୀନ ହୋଇପଡିଛି । ଅଧିକ ପଢନ୍ତୁ..

Bihar flood: ବିପଦ ସଙ୍କେତ ଉପରେ 3 ନଦୀ, ପ୍ରଭାବିତ ଜନଜୀବନ
Bihar flood: ବିପଦ ସଙ୍କେତ ଉପରେ 3 ନଦୀ, ପ୍ରଭାବିତ ଜନଜୀବନ

ପାଟନା: ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ପ୍ରବଳ ବର୍ଷା ଯୋଗୁଁ ଗଙ୍ଗା, ଗନ୍ଧକ ଓ କୋଶି ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ଥିତି ସଙ୍ଗୀନ ହୋଇପଡିଛି । ପଡୋଶୀ ଦେଶ ନେପାଳ ଓ ପାଟନାରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ପାଟନାରେ ଗଙ୍ଗା ନଦୀ ବିପଦ ସଙ୍କେତ ଠାରୁ ୧୨ ମିଲି ମିଟର ଉପରେ ପ୍ରବାହିତ ହେଉଛି । ସେହିପରି କୋସି ମଧ୍ୟ ମହାମାରୀ କାଳରେ ବିହାରବାସୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଦେଇଛି । ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଛି ।

ସେପଟେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଜଳ କମିଶନର ନିର୍ଦ୍ଦେଶକ ସଞ୍ଜୀବ କୁମାର ସୁମନ । ସେ କହିଛନ୍ତି ଯେ, ଜଳସ୍ତର ବୃଦ୍ଧି ଏହା ନିଶ୍ଚିତ ଭାବରେ ଚିନ୍ତାର କାରଣ । ଫଳରେ ଲୋକମାନେ ଏବଂ ପଶୁମାନେ ମଧ୍ୟ ବାସହୀନ ହୋଇପଡିଛନ୍ତି । ଗାନ୍ଧକ ଏବଂ ବୁଦ୍ଧ ଗାନ୍ଧକ ଜଳସ୍ତର ବୃଦ୍ଧି ପାଇଥିବା ବେଳେ କୋସି ଖାଗରିଆରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗତ କିଛି ଦିନ ହେବ ନେପାଳ ଏବଂ ପାଟନାରେ ପ୍ରବଳ ବର୍ଷା ହୋଇଛି । ଏଭଳି ସ୍ଥିତି ଯଦି ଲାଗିରୁହେ । ଜଳସ୍ତର ବୃଦ୍ଧି ପାଇବ ।

ପ୍ରବଳ ବର୍ଷା ହେତୁ ବୁଧବାର ପୂର୍ବାଞ୍ଚଳ କେନ୍ଦ୍ରୀୟ ରେଳବାଇ ମଙ୍ଗଳବାର ଦିନ ଦରବାଙ୍ଗା ଏବଂ ସାମସ୍ତିପୁର ମଧ୍ୟରେ ରେଳ ଚଳାଚଳକୁ ସ୍ଥଗିତ ରଖିଥିଲା । କାରଣ ସମାଗିପୁର ଡିଭିଜନର ହାୟାଘାଟ ଏବଂ ଥାଲୱାରା ଷ୍ଟେସନ ମଧ୍ୟରେ ଥିବା ରେଳ ବ୍ରିଜ ନିକଟରେ ବନ୍ୟା ଜଳ ଜମି ରହିଥିଲା । ସେପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିନ ଦରଭଙ୍ଗାରେ ବନ୍ୟା ସ୍ଥିତି ପରଖିଥିଲେ । ରାଜ୍ୟ ସରକାର କ୍ରମାଗତ ଭାବରେ ବନ୍ୟା ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ସେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.