ETV Bharat / bharat

ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନୀତିଶ, ସ୍ଥିତିର କଲେ ସମୀକ୍ଷା - ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ମହାମାରୀ କାଳରେ ବିହାରରେ ବନ୍ୟା ବିଭୀଷିକା । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସହ ସମୀକ୍ଷା ବୈଠକ କରିଥିଲେ । ଅଧିକ ପଢନ୍ତୁ...

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ; ସ୍ଥିତିର କଲେ ସମୀକ୍ଷା

author img

By

Published : Aug 12, 2021, 7:28 AM IST

ପାଟନା: ମହାମାରୀ କାଳରେ ବିହାରରେ ବନ୍ୟା ବିଭୀଷିକା । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସହ ସମୀକ୍ଷା ବୈଠକ କରିଥିଲେ । ବିହାରରେ ଗଙ୍ଗାର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ପାଟନାରେ ମଧ୍ୟ ସ୍ଥିତି ସ୍ଥିତି ଗମ୍ଭୀର ରହିଛି । ଦାନାପୁର ଠାରୁ ପାଟନା ସହର ପର୍ଯ୍ୟନ୍ତ ପ୍ରତ୍ୟେକ ଘାଟ, ଯେଉଁଥିରେ ଦିଗା, ଗାନ୍ଧୀ, କୃଷ୍ଣ, ଆଣ୍ଟା ଘାଟ, ଭଦ୍ରା ଏବଂ କଙ୍ଗାନ ଘାଟ ଜଳମଗ୍ନ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଯାହାକୁ ନେଇ ଭୟଭିତ ହୋଇ ପଡିଛନ୍ତି ସହରବାସୀ ।

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ; ସ୍ଥିତିର କଲେ ସମୀକ୍ଷା
ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ; ସ୍ଥିତିର କଲେ ସମୀକ୍ଷା

କେବଳ ସେତିକି ନୁହେଁ ଗଙ୍ଗା ବକ୍ସାର, ପାଟନା, ମୁଙ୍ଗର, ଖାଗରିଆ, ଭାଗଲପୁର ଏବଂ କାଟିହର ଜିଲ୍ଲାରେ ବିପଦ ସଙ୍କେତ ଅତିକ୍ରମ କରିଛି । ଫଳରେ ଶହ ଶହ ଗାଁ ଏବେ ପାଣି ଘେରରେ ରହିଛନ୍ତି । ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ବୁଧବାର ଦିନ ଗାନ୍ଧୀ ଘାଟରେ ଗଙ୍ଗାର ଜଳସ୍ତର 48.6 ସେଣ୍ଟି ମିଟର ରହିଥିଲା । ମାତ୍ର 129 ସେଣ୍ଟିମିଟର ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଥିଲା । ତେବେ ଗାନ୍ଧୀ ଘାଟରେ ଜଳ ସ୍ତର 50.8 ମିଟର ଠାରୁ ପ୍ରାୟ 60 ସେଣ୍ଟିମିଟର ମଧ୍ୟରେ ରହିଛି । ଯାହା ସର୍ବୋଚ୍ଚ ସ୍ତର ବୋଲି କୁହାଯାଇପାରିବ । ଯାହା ଅଗଷ୍ଟ 2016 ରେ ରେକର୍ଡ କରାଯାଇଥିଲା।

ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ପାଟନା ପ୍ରଶାସନ ସହରରେ ବନ୍ୟା ଜଳ ପ୍ରବେଶ ନକରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ସହର ଭିତରକୁ ପାଣି ନପଶିବା ପାଇଁ ବିଭିନ୍ନ ଘାଟରେ ବାଲୁକା ବ୍ୟାଗ (ସ୍ୟାଣ୍ତ ବ୍ୟାଗ) ରଖାଯାଉଛି ।

ସେପଟେ,୧୨ ଜିଲ୍ଲାର ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଗଙ୍ଗା ପ୍ରବାହିତ ହୋଇଥିବା ସ୍ଥାନ ଗୁଡିକରେ ସତର୍କତା ଦୃଷ୍ଟିରୁ ଆବଶ୍ୟକତା ପଦକ୍ଷେପ ନେବାକୁ କୁହାଯାଇଛି । ଗଙ୍ଗାରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆମକୁ ସୂଚନା ମିଳିଛି ଯେ ଆସନ୍ତା କିଛି ଦିନ ମଧ୍ୟରେ ଜଳ ସ୍ତର ଆହୁରି ବୃଦ୍ଧି ପାଇବ । ଏନେଇ ପାଟନାରେ ସ୍ଥିତିର ସମୀକ୍ଷା କରିଛି । ଗଙ୍ଗା ପ୍ରବାହିତ ହେଉଥିବା ଜିଲ୍ଲା ଗୁଡିକରେ ସ୍ଥିତି ଉପରେ ନଜର ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି ବୋଲି ସିଏମ ନୀତୀଶ କୁମାର କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.