ETV Bharat / bharat

୨୦୨୪ ଲୋକସଭା ନିର୍ବାଚନ ପାଇଁ ସଜବାଜ, ସୋନିଆ ଗାନ୍ଧୀଙ୍କୁ ଭେଟିଲେ ନୀତିଶ ଓ ଲାଲୁ - ସୋନିଆ ଗାନ୍ଧିଙ୍କୁ ଭେଟିଲେ ଲାଲୁ

୨୦୨୪ ଲୋକସଭା ନିର୍ବାଚନ ପାଇଁ ସଜବାଜ । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଗାମୀ ନିର୍ବାଚନ ପାଇଁ ବିରୋଧୀଙ୍କୁ ଏକାଠି କରିବାକୁ ନେଇ ସୋନିଆଙ୍କ ସହ ଆଲୋଚନା କରିଛନ୍ତି ଦୁଇ ନେତା । ଅଧିକ ପଢ଼ନ୍ତୁ

Bihar CM Nitish kumar and RJD Supremo Lalu Prasad met Sonia Gandhi
୨୦୨୪ ଲୋକସଭା ନିର୍ବାଚନ ପାଇଁ ସଜବାଜ, ସୋନିଆ ଗାନ୍ଧିଙ୍କୁ ଭେଟିଲେ ନୀତିଶ ଓ ଲାଲୁ
author img

By

Published : Sep 25, 2022, 10:41 PM IST

ପାଟନା: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସଜବାଜ । ଏହାକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଗାମୀ ନିର୍ବାଚନ ପାଇଁ ବିରୋଧୀଙ୍କୁ ଏକାଠି କରିବାକୁ ନେଇ ସୋନିଆଙ୍କ ସହ ଆଲୋଚନା କରିଛନ୍ତି ଦୁଇ ନେତା ।

  • Delhi | We both held talks with Sonia Gandhi. We have to unite together and work for the country's progress. They have their party president elections after which she will speak: Bihar CM Nitish Kumar after meeting Congress interim president Sonia Gandhi pic.twitter.com/bfs9UDh1Ds

    — ANI (@ANI) September 25, 2022 " class="align-text-top noRightClick twitterSection" data=" ">

ହରିୟାଣାରେ ଅନୁଷ୍ଠିତ ରାଲିରେ ବିପକ୍ଷର ବଡ଼ ନେତା ଏକଜୁଟ୍‌ ହୋଇ ବିଜେପିକୁ ଏକ ସନ୍ଦେଶ ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏଥିରେ କଂଗ୍ରେସ ସାମିଲ ହୋଇନଥିଲା । ତେଣୁ ଦ୍ବିତୀୟ ସାମୁଖ୍ୟ ଭାବରେ ଏଠାରେ କଂଗ୍ରେସ ହିଁ ରହିବ । ଏହାପରେ ସୋନିଆ ଗାନ୍ଧୀଙ୍କୁ ନୀତିଶ ଓ ଲାଲୁ ଭେଟିବା ଉପରେ NDA ନଜର ରଖିଥିବ ।

ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଲାଲୁ ପ୍ରସାଦ ଯାଦବ କହିଛନ୍ତି, "ବିହାରରୁ ବିଜେପି ବିଦା କରାଯାଇଛି । ୨୦୨୪ରେ ବିଜେପି ଦେଶରୁ ବିଦା ହେବ । ଆମେ ବିରୋଧୀ ମିଳିତ ଭାବରେ ଏହାହିଁ ଚେଷ୍ଟା କରିବୁ । ସୋନିଆଙ୍କ ସହ ଆଲୋଚନାର ଏହାହିଁ ଏଜେଣ୍ଡା ରହିଥିଲା ।"

ସେପଟେ ନୀତିଶ କୁମାର କହିଛନ୍ତି, "ଏହା ତୃତୀୟ ସାମୁଖ୍ୟ ପାଇଁ ପ୍ରସ୍ତୁତି ନୁହେଁ, ବରଂ ମୁଖ୍ୟ ସାମୁଖ୍ୟ ପାଇଁ ପ୍ରସ୍ତୁତି । ସମସ୍ତ ବିରୋଧୀ ଏକାଠି ହେଲେ ବିଜେପିର ପରାଜୟ ନିଶ୍ଚିତ । ଆମ ସରକାର ଯେବେ ଗଠନ ହେବେ, ସେତେବେଳେ ତ ସବୁ ବର୍ଗଙ୍କ ଉତ୍ଥାନ ସମ୍ଭବ ହୋଇ ପାରିବ । ଦେଶର କୌଣସି ସ୍ଥାନରେ ହିନ୍ଦୁ ମୁସଲିମ୍‌ ମଧ୍ୟରେ ଭେଦ ଭାବ ନାହିଁ । କିନ୍ତୁ ବିଜେପି ଭୋଟ୍‌ ବ୍ୟାଙ୍କ୍‌ ପାଇଁ ଏଭଳି ସ୍ଥିତି ଉତ୍ପନ୍ନ କରାଉଛି । ବିଜେପି ବିରୋଧରେ ଲୋକଙ୍କୁ ଏକାଠି କରିବାକୁ ହେବ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.