ETV Bharat / bharat

BJP-JDU ମୁହାଁମୁହିଁ: ବିହାର ମେଣ୍ଟ ସରକାର ଉପରେ ବିପଦର କଳାବାଦଲ ! - ବିହାରରେ ରାଜନୈତିକ ସଂଙ୍କଟ

ବିହାର ରାଜନୀତିରେ ଝଡ । ବିଜେପି ଓ ଜେଡିୟୁ ମେଣ୍ଟରେ ଥମୁନି ବିବାଦ । ଜେଡିୟୁକୁ ସତର୍କ ବାଣୀ ଶୁଣାଇଲେ ବିହାର ବିଜେପି ଅଧ୍ୟକ୍ଷ । କହିଲେ ଚାଲି ଯାଇପାରେ ନୀତିଶଙ୍କ ଗାଦି । ଅଧିକ ପଢନ୍ତୁ

ବିହାର ମେଣ୍ଟରେ ବିବାଦ, ବିଜେପି- ଜେଡିୟୁ ମୁହାଁମୁହିଁ
ବିହାର ମେଣ୍ଟରେ ବିବାଦ, ବିଜେପି- ଜେଡିୟୁ ମୁହାଁମୁହିଁ ବିହାର ମେଣ୍ଟରେ ବିବାଦ, ବିଜେପି- ଜେଡିୟୁ ମୁହାଁମୁହିଁ
author img

By

Published : Jan 17, 2022, 8:48 PM IST

Updated : Jan 17, 2022, 10:49 PM IST

ପାଟନା: ବିହାର ଏନଡିଏରେ ବିବାଦ ଥମିବାର ନାଁ ନେଉନାହିଁ । ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୈସୱାଲ ପୁଣି ଥରେ ଜେଡିୟୁକୁ ଚେତାବନୀ ଦେଇଛନ୍ତି । ଧମକପୂର୍ଣ୍ଣ ଢଙ୍ଗରେ ସଞ୍ଜୟ କହିଛନ୍ତି ଯେ JDU ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟ୍ୱିଟର-ଟ୍ୱିଟର ଖେଳିବା ବନ୍ଦ କରିବା ଉଚିତ୍ । ଯଦି ଜେଡିୟୁ ନେତାମାନେ ଏପରି କରିବା ଜାରି ରଖନ୍ତି, ତେବେ ବିହାରର 76 ଲକ୍ଷ ବିଜେପି କର୍ମୀ ଏହାର ଉତ୍ତର କିପରି ଦେବେ ତାହା ଭଲ ଭାବେ ଜାଣନ୍ତି ।

ତେବେ ବିଜେପିର ଏପରି ଆଭିମୁଖ୍ୟ ପରେ ଜେଡିୟୁ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଥିବା ଦେଖିବାକୁ ମିଳିଛି । ଉଭୟ ପଟରୁ ଉତ୍ତଜେନା ଓ ଗଣମାଧ୍ୟମରେ ପରସ୍ପର ବିରୋଧୀ ବୟାନ ବାଜି ଆରମ୍ଭ ହୋଇଛି । ଫଳରେ ବିହାର ମେଣ୍ଟ ସରକାର ପ୍ରତି ବିପଦ ସୃଷ୍ଟି ହେବା ପରି ସ୍ଥିତି ଲକ୍ଷ୍ୟ କରାଯାଉଛି ।

ସଂଞ୍ଜୟ ଜୈସୱାଲ କହିଛନ୍ତି, ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଝିଛନ୍ତି ଯେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ନିଷ୍ପତ୍ତି ନିଆଯାଇଛି ଏବଂ ଆମ ସମସ୍ତଙ୍କୁ ଏକାଠି କାମ କରିବାକୁ ପଡ଼ିବ। ତେବେ ଜେଡିୟୁ ନେତାମାନେ କାହିଁକି ଟ୍ୟାଗିଂ କରି ବାରମ୍ବାର ପ୍ରଶ୍ନ ପଚାରୁଛନ୍ତି । ବିହାରରେ ଏନଡିଏ ମେଣ୍ଟକୁ ଦୃଢ ରଖିବା ପାଇଁ ଆମେ ସମସ୍ତେ ଯତ୍ନଶୀଳ ହେବା ଉଚିତ ।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବିଜେପି କର୍ମୀଙ୍କ ଗର୍ବ ତେଣୁ ଯଦି ତାଙ୍କୁ କିଛି ଇଙ୍ଗିତ କରାଯାଏ, ବିହାରର 76 ଲକ୍ଷ ବିଜେପି କର୍ମୀ ଏହାର ଉତ୍ତର ଦେବା ବହୁତ ଭଲ ଭାବରେ ଜାଣିଛନ୍ତି । ବିହାର ସରକାର ଏକ ଭଲ ପରିବେଶରେ ଶାନ୍ତିପୂର୍ଣ୍ଣ ଭାବରେ ଚାଲିବା ଉଚିତ, ଏହା କେବଳ ଆମର ଦାୟିତ୍ବ ନୁହେଁ ବରଂ ଜେଡିୟୁର ମଧ୍ୟ ଦାୟିତ୍ବ ବୋଲି କହିଛନ୍ତି । ଯଦି କୌଣସି ସମସ୍ୟା ଥାଏ ତେବେ ସମସ୍ତେ ଏକାଠି ବସି ସମାଧାନର ସମାଧାନ କରିବା ଉଚିତ ବୋଲି କହିଛନ୍ତି ଜୈସଓ୍ବାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 17, 2022, 10:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.