ETV Bharat / bharat

BJP ଓ ବିହାରବାସୀଙ୍କ ପ୍ରତି ବିଶ୍ୱାସଘାତକତା କଲେ ନୀତିଶ: ବିହାର BJP - ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତାଫା

ପ୍ରେସମିଟ କରି ନୀତିଶଙ୍କ ଉପରେ ବର୍ଷିଲା ବିଜାର ବିଜେପି । କହିଲା ନୀତିଶ ଯାହା କଲେ ବିଜେପି ଓ ରାଜ୍ୟବାସୀଙ୍କ ସହ ଧୋକା ଏବଂ ବିଶ୍ୱାସଘାତକତା । ଆଉ କିଛି ସମୟ ପରେ ମିଳିତ ପ୍ରେସମିଟ୍ କରିବେ ନୀତିଶ ଓ ତେଜସ୍ବୀ । ଅଧିକ ପଢନ୍ତୁ

BJP ଓ ବିହାରବାସୀଙ୍କୁ ଧୋକା ଦେଇଛନ୍ତି ନୀତିଶ: ବିହାର BJP

author img

By

Published : Aug 9, 2022, 5:18 PM IST

ପାଟନା: ଦେଶର ନଜର ଏବେ ବିହାର ରାଜନୀତି ଉପରେ କେନ୍ଦ୍ରୀଭୂତ ରହିଛି । ନୀତିଶ ଓ ତେଜସ୍ବୀଙ୍କ ମିଳିତ ପ୍ରେସମିଟ ଆସିବା ପୂର୍ବରୁ ମୁହଁ ଖୋଲିଛି ନୀତିଶଙ୍କ ଗୋଟି ଚାଳନାରେ ସରକାରରୁ ବାହରକୁ ରାସ୍ତା ଦେଖିଥିବା ବିଜେପି । ବିହାର ବିଜେପି ମୁଖ୍ୟ ସଞ୍ଜୟ ଜୟସ୍ବାଲ ପ୍ରେସମିଟ କରି ନୀତିଶଙ୍କ ଏପରି ନିଷ୍ପତ୍ତି ଉପରେ ବର୍ଷିଛନ୍ତି । ନୀତିଶ ଯାହା କରିଛନ୍ତି, ତାହା କେବଳ ବିଜେପି ନୁହେଁ ବରଂ ସମଗ୍ର ରାଜ୍ୟବାସୀଙ୍କ ସହ ଧୋକା ବୋଲି ସଞ୍ଜୟ କହିଛନ୍ତି ।

ପ୍ରଦେଶ ବିଜେପି ମୁଖ୍ୟ ସଞ୍ଜୟ କହିଛନ୍ତି, ‘‘2020 ରାଜ୍ୟ ବିଧାନସଭା ନିର୍ବାଚନରେ ଏନଡିଏ ଅଧୀନରେ ଜେଡିୟୁ ଓ ବିଜେପି ନିର୍ବାଚନ ଲଢିଥିଲେ । ପୂର୍ବରୁ କରାଯାଇଥିବା ପ୍ରତିଶ୍ରୁତି ଅନୁସାରେ ନୀତିଶ କୁମାରଙ୍କୁୁ ମୁଖ୍ୟମନ୍ତ୍ରୀ ମଧ୍ୟ କରାଯାଇଥିଲା । ତେବେ ଆଜି ମୁଖ୍ୟମନ୍ତ୍ରୀ ନୀତିଶ ଯାହା କରିଛନ୍ତି, ତାହା କେବଳ ବିଜେପି ନୁହେଁ ବିହାରବାସୀଙ୍କ ପାଇଁ ଏକ ଧୋକା ।’’

  • Bihar | We fought the 2020 polls together under NDA, the mandate was for JD-U and BJP, we won more seats despite that, Nitish Kumar was made the CM. Whatever happened today is a betrayal of Bihar's people & the BJP: Bihar BJP chief Sanjay Jaiswal pic.twitter.com/VUL5OVvizT

    — ANI (@ANI) August 9, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ କିଛି ସମୟର ରୁଦ୍ଧଦ୍ବାର ବୈଠକ ପରେ ରାବିଡି ଦେବୀଙ୍କ ବାସଭବନରୁ ଏକାଠି ବାହାରିଛନ୍ତି ନୀତିଶ ଓ ତେଜସ୍ବୀ । କିଛି ସମୟ ପରେ ଉଭୟଙ୍କ ମିଳିତ ପ୍ରେସମିଟ ମଧ୍ୟ ସାମ୍ନାକୁ ଆସିବ । ରାଜଭବନରୁ ବାହାରିବା ପରେ ନୀତିଶ କହିଛନ୍ତି ,ଏନଡିଏ ଠାରୁ ଅଲଗା ହେବା ଦଳୀୟ ନିଷ୍ପତ୍ତି ଥିଲା । ଦଳର ନିର୍ବାଚିତ ବିଧାୟକ ଓ ବିଧାନ ପରିଷଦର ସଦସ୍ୟମାନେ ଏନଡିଏ ଛାଡିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ସେ ମଧ୍ୟ ଏଥିରେ ସ୍ବୀକୃତି ପ୍ରଦାନ କରିଛନ୍ତି ।

ଆଉ କିଛି ସମୟ ପରେ ହେବାକୁ ଥିବା ମିଳିତ ପ୍ରେସମିଟରେ ନୀତିଶ ଏନଡିଏ ଛାଡିବାର କାରଣ ସମ୍ପର୍କରେ ସ୍ପଷ୍ଟ କରିପାରନ୍ତି । ସେହିପରି ଆଗାମୀ ରଣନୀତି କ’ଣ ରହିବ, କେବେ ସେ RJD ସହ ସରକାର ଗଠନ କରିବାକୁ ପୁଣି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବେ ସେ ନେଇ ମଧ୍ୟ ପ୍ରେସମିଟରେ ମଧ୍ୟ ନୀତିଶ ସୂଚନା ଦେବେ । ତେବେ 2017 ରେ RJD ନେତୃତ୍ବାଧୀନ ମହାଗଠବନ୍ଧନରୁ ଅଲଗା ହୋଇ NDAରେ ସାମିଲ ହୋଇଥିଲେ ନୀତିଶଙ୍କ ଦଳ । 2020 ବିଧାନସଭା ନିର୍ବାଚନ ମଧ୍ୟ ବିଜେପି ସହ ହିଁ ଲଢିଥିଲା JDU । ଫଳାଫଳ ପରେ ସଂଖ୍ୟା ଦୃଷ୍ଟିରୁ ଜେଡୁୟୁ କମ ଥିଲେ ସୁଦ୍ଧା ପୂର୍ବ ସର୍ତ୍ତାବଳୀ ଅନୁସାରେ ନୀତିଶଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିଥିଲା NDA । ତେବେ ଆଜି ଏନଡିଏ ସହ ସମସ୍ତ ସମ୍ପର୍କ ଛିନ୍ନ କରି ପୁଣି RJD ସହ ସରକାର କରିବାକୁ ଯାଉଛନ୍ତି ନୀତିଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.