ETV Bharat / bharat

Agnipath Protest: ଥମୁନି ଅଗ୍ନିପଥ ନିଆଁ, ଆଜି ବିହାର ବନ୍ଦ - ଅଗ୍ନିପଥ ଯୋଜନା ଆନ୍ଦୋଳନ

ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ଆଜି ବିହାର ବନ୍ଦ । ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ଅଧିକ ପଢନ୍ତୁ

Agnipath Protest: ଥମୁନି ଅଗ୍ନିପଥ ନିଆଁ, ଆଜି ବିହାର ବନ୍ଦ

author img

By

Published : Jun 18, 2022, 12:33 PM IST

ପାଟନା: ଦେଶରେ ଅଣାୟତ ଅଗ୍ନିପଥ ନିଆଁ । ଦିନକୁ ଦିନ ହିଂସାତ୍ମକ ରୂପ ନେଉଛି ଆନ୍ଦୋଳନ । ଠିକା ନିଯୁକ୍ତି ପ୍ରତ୍ୟାହାର ଦାବିରେ ହରିୟାଣା, ରାଜସ୍ଥାନ ଉତ୍ତରପ୍ରଦେଶଠୁ ନେଇ ଓଡିଶା ଓ ତେଲେଙ୍ଗାନାରେ ଯୋଜନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଚାରିଆଡେ ପୋଡାଜଳା, ଭଙ୍ଗାରୁଜା କରୁଛନ୍ତି ଆଶାୟୀ । ବିଶେଷକରି ସେନାର ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ଏହି ନୂଆ ଯୋଜନାକୁ ବିହାରରେ ଜୋରଦାର ବିରୋଧ କରାଯାଉଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ଆଜି ବିହାର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ଆରଜେଡି, ଏଚଏଏମ ଓ ଭିଆଇପି ପ୍ରମୁଖ ରାଜନୈତିକ ଦଳ ସମର୍ଥନ କରିଛନ୍ତି ।

Agnipath Protest: ଥମୁନି ଅଗ୍ନିପଥ ନିଆଁ, ଆଜି ବିହାର ବନ୍ଦ
Agnipath Protest: ଥମୁନି ଅଗ୍ନିପଥ ନିଆଁ, ଆଜି ବିହାର ବନ୍ଦ

ଛାତ୍ର ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, "ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଯେତିକି ବିଳମ୍ବ ହେବ, ଆନ୍ଦୋଳନ ସେତିକି ତୀବ୍ର ହେବ । ସେଥିପାଇଁ କେବଳ କେନ୍ଦ୍ର ସରକାର ଦାୟୀ ରହିବେ ।" ଯୋଜନା ପ୍ରତ୍ୟାହାର ପାଇଁ ସରକାରଙ୍କୁ ସେମାନେ ୭୨ ଘଣ୍ଟା ସମୟ ଦେଇଛନ୍ତି । ଏହି ଯୋଜନା ରାଷ୍ଟ୍ରୀୟ ସୁରକ୍ଷା ସହ ସାଲିସ କରୁଥିବା ଏବଂ ଯୁବବର୍ଗଙ୍କୁ ପରିହାସ କରୁଥିବା ଅଭିଯୋଗ କରି ଛାତ୍ର ସଂଗଠନ ୨୪ ଘଣ୍ଟିଆ ବିହାର ବନ୍ଦ କରିଛନ୍ତି । ଏପରିକି ଆଗାମୀ ଦିନରେ ଭାରତ ବନ୍ଦ ଡାକରା ଦିଆଯିବା ପାଇଁ ମଧ୍ୟ ଚେତାବନୀ ଦେଇଛି ସଙ୍ଗଠନ ।

  • 4 साल के ठेके पर बहाल होने वाले अग्निवीरों को एक वर्ष में क्या नियमित सैनिक की तरह 90 दिनों की छुट्टियाँ मिलेंगी या नहीं?#अग्निपथ योजना अगर न्यायसंगत है तो इसमें ठेके पर अफसरों की भर्ती क्यों नहीं?केवल ठेके पर सैनिकों की ही भर्ती क्यों?

    क्या शिक्षित युवकों के लिए यह मनरेगा है?

    — Tejashwi Yadav (@yadavtejashwi) June 17, 2022 " class="align-text-top noRightClick twitterSection" data=" ">

RJD ସୁପ୍ରିମୋ ଲାଲୁ ଯାଦବ ଚୁକ୍ତିଭିତ୍ତିକ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ରକୁ ଘେରିଛନ୍ତି । ସରକାର ବିଳମ୍ବ ନ କରି ଏହି ଯୋଜନାକୁ ଫେରାଇ ନିଅନ୍ତୁ । ବିଜେପି ସରକାରଙ୍କ ପୁଞ୍ଜିବାଦୀ ଏବଂ ଯୁବ ବିରୋଧି ନୀତି ଯୋଗୁଁ ଦେଶରେ ବେକାରୀ ହାର ବଢିଛି ବୋଲି କହିଛନ୍ତି ଲାଲୁ । ଏହାପୂର୍ବରୁ ଆରଜେଡି ନେତା ତେଜସ୍ବୀ ଯାଦବ ଯୋଜନା ଅନ୍ତର୍ଗତ ଅଗ୍ନିବୀରଙ୍କ ଛୁଟି ଉପରେ ପ୍ରଶ୍ନ ଉଠାଇଥିଲ । ସେ ଟ୍ବିଟ୍ କରିଥିଲେ ଯେ, "ଏହି ଯୋଜନାରେ ନିଯୁକ୍ତି ପାଇବାକୁ ଥିବା ଯୁବକଙ୍କୁ ନିୟମିତ ସୈନିକଙ୍କ ଭଳି ୯୦ ଦିନର ଛୁଟି ମିଳିବ କି ? ଯଦି ଅଗ୍ନିପଥ ଯୋଜନା ନ୍ୟାୟସଙ୍ଗତ, ତାହାହେଲେ ଏଥିରେ କାହିଁକି ଚୁକ୍ତିଭିତ୍ତିକ ଅଧିକାରୀଙ୍କ ନିଯୁକ୍ତି ନାହିଁ । କେବେଳ ସୈନିକଙ୍କ ପାଇଁ ଏହି ଠିକା ନିଯୁକ୍ତି ଘୋଷିତ ହୋଇଛି ।'' ଏହାକୁ ଶିକ୍ଷିତ ଯୁବକଙ୍କ ଲାଗି 'ମନରେଗା' ଯୋଜନା ବୋଲି କହିଛନ୍ତି ତେଜସ୍ବୀ ।

VIP ନେତା ଏବଂ ବିହାରର ପୂର୍ବତନ ମନ୍ତ୍ରୀ ମୁକେଶ ସହନୀ ମଧ୍ୟ ଏହି ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ''ସେନାରେ ଭର୍ତ୍ତି ନିମନ୍ତେ ନୂଆ ଅଗ୍ନିପଥ ଯୋଜନାକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଆକ୍ରୋଶ ଏହା ପ୍ରମାଣିତ କରୁଛି କି, ଦେଶ ସେବାର ସ୍ବପ୍ନ ନେଇ ହଜାର ଯୁବକ ଆଜି ରାସ୍ତାକୁ ଓହ୍ଲାଇଛନ୍ତି । ଲଗାତାର ପ୍ରତିବାଦ ସତ୍ତ୍ବେ ଏବେ ଯାଏଁ ସରକାର ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିନାହାନ୍ତି । ସରକାରଙ୍କ ଏପରି ମନୋଭାବ ବିରୁଦ୍ଧରେ ଶନିବାର ଭିଆଇପି ବିହାର ବନ୍ଦର ସମର୍ଥନ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି ମଧ୍ୟ ଯୁବ ଏବଂ ରାଷ୍ଟ୍ରହିତ ପାଇଁ ବିହାର ବନ୍ଦ ଡାକରାକୁ ଆମେ ସମର୍ଥନ କରୁଛୁ ବୋଲି କହିଛନ୍ତି । ଏଥିସହ ଯୁବବର୍ଗଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ।

  • युवाओं को लोकतांत्रिक एवं शांतिपूर्ण तरीके से अपनी माँगों को रखना चाहिए। केंद्र सरकार अविलंब अग्निपथ योजना को वापस लें।

    भाजपा सरकार की पूँजीपरस्त और युवा विरोधी नीतियों के कारण बेरोजगारी बढ़ी है। क्या यह ठेकेदारों द्वारा थोपी गयी सरकार है जो सेना की नौकरी भी ठेके पर दे रही है?

    — Lalu Prasad Yadav (@laluprasadrjd) June 17, 2022 " class="align-text-top noRightClick twitterSection" data=" ">

ଆଜି ବିହାର ବନ୍ଦକୁ ନେଇ ପୋଲିସ ମୁଖ୍ୟାଳୟ ସମସ୍ତ ଏସଡିଓ ଏବଂ ଏସଡିପିଓଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ବିହାରରେ ଗତ ତିନି ଦିନ ଧରି ଚାଲିଥିବା ବିକ୍ଷୋଭ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏହି ଦୃଷ୍ଟିରୁ ବନ୍ଦ ସମୟରେ ଯେପରି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନ ହୁଏ, ଏଥିପାଇଁ ଠୋସ୍ ପଦପେକ୍ଷ ନିଆଯାଇଛି । ରାଜଧାନୀ ପାଟନା ସମେତ କିଛି ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଗତକାଲି ଛାତ୍ରଙ୍କ ଅଗ୍ନିପଥ ବିରୋଧି ଆନ୍ଦୋଳନ ସାରା ରାଜ୍ୟରେ ହିଂସାର ରୂପ ନେଇଥିଲା । ବିଭିନ୍ନ ରେଳ ଷ୍ଟେସନରେ ବିକ୍ଷୋଭକାରୀ ପଶି ଟ୍ରେନ ଜାଳିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହି ସମୟରେ ଲୁଟପାଟ୍‌ କରାଯିବା ସହ ଯାତ୍ରୀମାନଙ୍କୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.