ETV Bharat / bharat

ଶିଖ୍ ବିରୋଧୀ ମନ୍ତବ୍ୟ ଦେଇ ଅଡୁଆରେ କଙ୍ଗନା, ବାସଭବନ ବାହାରେ ବଢିଲା ସୁରକ୍ଷା

ଶିଖ ସମ୍ପ୍ରଦାୟ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ କଙ୍ଗନା (Kangana Ranaut) । ବାସଭବନ ବାହାରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଥାନାରେ ଏତଲା ଦେବ ଶିଖ ସଂଗଠନ । ଅଧିକ ପଢନ୍ତୁ

କଙ୍ଗନାଙ୍କ ବାସଭବନ ବାହାରେ ବଢିଲା ସୁରକ୍ଷା
କଙ୍ଗନାଙ୍କ ବାସଭବନ ବାହାରେ ବଢିଲା ସୁରକ୍ଷା
author img

By

Published : Nov 22, 2021, 4:58 PM IST

ମୁମ୍ବାଇ: ଗତ କିଛି ଦିନ ଧରି ଉଭୟ ଚର୍ଚ୍ଚା ଓ ବିବାଦରେ ରହିଆସିଥିବା ଅଭିନେତ୍ରୀ କଙ୍ଗନା ରଣାୱତ (Kangana Ranaut)ପୁଣି ଥରେ ନିଜ ବୟାନ ପାଇଁ ବିବାଦୀୟ ହୋଇ ପଡିଛନ୍ତି । ଶିଖ ସମ୍ପ୍ରଦାୟ ବିରୋଧରେ କଙ୍ଗନା ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ଶିଖ ସମ୍ପ୍ରଦାୟ (Sikh community)ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ କୌଣସି ଆପତ୍ତିଜନକ ସ୍ଥିତି ଏଡାଇବା ପାଇଁ କଙ୍ଗନାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଇଛି ମୁମ୍ବାଇ ପୋଲିସ ।

ଏହା ବି ପଢନ୍ତୁ:-ଦେଶକୁ ଦରକାର ଇନ୍ଦିରା ଗାନ୍ଧୀଙ୍କ ପରି ପ୍ରଧାନମନ୍ତ୍ରୀ: କଙ୍ଗନା

କଙ୍ଗନାଙ୍କ ଏପରି ମନ୍ତବ୍ୟକୁ ତୀବ୍ର ନିନ୍ଦା କରିବା ସହ ବିରୋଧ କରିଛନ୍ତି ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ସଭାପତି ମଞ୍ଜନ୍ଦର ସିଂ ସିର୍ସା (Manjandar Singh Sirsa)। କଙ୍ଗନାଙ୍କ ଏପରି ମନ୍ତବ୍ଯ ସମଗ୍ର ଶିଖ ସମ୍ପ୍ରଦାୟ(Sikh community) ପ୍ରତି ଅପମାନଜନକ ଦର୍ଶାଇ ସେ ଏତଲା ଦେବା ସହ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ସେହିପରି କଙ୍ଗନାଙ୍କୁ ସମାଲୋଚନା କରି ତାଙ୍କୁ ମାନସିକ ଡାକ୍ତରଖାନା କିମ୍ବା ଜେଲକୁ ପଠାଯିବା ଉଚିତ ବୋଲି ମଧ୍ୟ ଟ୍ବିଟ କରିଛନ୍ତି ମଞ୍ଜନ୍ଦର ସିଂ ସିର୍ସା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.