ETV Bharat / bharat

UP Assembly Election: 6 ମାସ ଯାଏଁ ଲାଗିଲା ESMA, ଧାରଣା ଧର୍ମଘଟ ମନା

author img

By

Published : Dec 20, 2021, 2:59 PM IST

ଆଗକୁ ବିଧାନସଭା ନିର୍ବାଚନ (UP Assembly Election ୨୦୨୨) ଅନୁଷ୍ଠିତ ହେବାକୁ ଯାଉଛି । ସମସ୍ତ କର୍ମଚାରୀଙ୍କ ସଂଗଠନ ସେମାନଙ୍କ ଦାବି ସମ୍ପର୍କରେ ଏକ ଧର୍ମଘଟ ସତର୍କ ସୂଚନା ଜାରି କରିଛନ୍ତି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶ ସରକାର ESMA ଅଧିନିୟମ ବା ଜରୁରୀ ସେବା ରକ୍ଷଣାବେକ୍ଷଣ ଅଧିନିୟମ (Essential Services Maintenance Act) ଲାଗୁ କରିଛନ୍ତି । ଅଧିକ ପଢନ୍ତୁ

ଛ ମାସ ଯାଏଁ ଲାଗିଲା ESMA Act, ଧାରଣା ଧର୍ମଘଟ ମନା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଗକୁ ବିଧାନସଭା ନିର୍ବାଚନ (UP Assembly Election ୨୦୨୨) ଅନୁଷ୍ଠିତ ହେବାକୁ ଯାଉଛି । ସମସ୍ତ କର୍ମଚାରୀଙ୍କ ସଂଗଠନ ସେମାନଙ୍କ ଦାବି ସମ୍ପର୍କରେ ଏକ ଧର୍ମଘଟ ସତର୍କ ସୂଚନା ଜାରି କରିଛନ୍ତି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶ ସରକାର ESMA ଅଧିନିୟମ (Essential Services Maintenance Act) ଲାଗୁ କରିଛନ୍ତି । 6 ମାସ ପର୍ଯ୍ୟନ୍ତ ରାଜ୍ୟରେ ଧର୍ମଘଟ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ । ଯଦି କର୍ମଚାରୀ ସଂଗଠନ ତରଫରୁ ଧର୍ମଘଟ ହୁଏ, ତେବେ ESMA ଅଧିନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଉତ୍ତରପ୍ରଦେଶର ରାଜ୍ୟ କାର୍ଯ୍ୟକଳାପ ସହ ଜଡିତ କୌଣସି ଜନସେବା, ନିଗମ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଉପରେ ଧର୍ମଘଟ ନିଷେଧ କରାଯାଇଛି । ଏହା ପରେ ମଧ୍ୟ ESMA ଅଧିନିୟମ ଅନୁଯାୟୀ ଆଇନ ବ୍ୟବସ୍ଥାରେ ଧର୍ମଘଟ କରୁଥିବା ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ପୂର୍ବରୁ ଗତ ବର୍ଷ କୋରୋନା ସଙ୍କଟ ସମୟରେ ଧର୍ମଘଟକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଗତ ବର୍ଷ ନଭେମ୍ବରରେ ESMA ଅଧିନିୟମ ଲାଗୁ କରିଥିଲେ । କୋରୋନା ମାମଲାଗୁଡ଼ିକର ସଙ୍କଟକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ପୁଣି ଥରେ ESMA ଲାଗୁ କରିଛନ୍ତି । ୟୁପି ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ESMA ଅଧିନିୟମ ଏକ ସରକାରୀ ନିୟମ ଅଟେ । ଏହାର କାର୍ଯ୍ୟକାରିତା ପରେ, ରାଜ୍ୟର କୌଣସି ସ୍ଥାନରେ ଧର୍ମଘଟ ହେବ ନାହିଁ ।

ବ୍ଯୁରେ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.