ETV Bharat / bharat

ଲିଖିତ ଆକାରରେ ହେବ CBSE ଦଶମ ଓ ଦ୍ବାଦଶ ପରୀକ୍ଷା

କୋରୋନା ମହାମାରୀ ସମୟରେ ସିବିଏସଇର ବଡ ବୟାନ । ଲିଖିତ ଆକାରରେ ହେବ ଦଶମ ଓ ଦ୍ବାଦଶ ପରୀକ୍ଷା । ଅଧିକ ପଢନ୍ତୁ...

author img

By

Published : Dec 3, 2020, 10:44 AM IST

ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା
ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା

ନୂଆଦିଲ୍ଲୀ: କୋରୋନା କାଳରେ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ପରୀକ୍ଷାର୍ଥୀମାନେ 2020-21 ପରୀକ୍ଷାକୁ ଲିଖିତ ଆକାରରେ ଦେବେ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

କୋରୋନା ମହାମାରୀ ସମୟରେ ଶିକ୍ଷା ପଦ୍ଧତି ଓ ପାଠ୍ୟକ୍ରମ ପରିବର୍ତ୍ତନ ଭିତରେ ସିବିଏସଇ ପରୀକ୍ଷା ପାଇଁ ଏକ ବଡ ନିଷ୍ପତ୍ତି ନେଇଛି । ଅନଲାଇନ ପରୀକ୍ଷା ପରିବର୍ତ୍ତେ ଲିଖିତ ଆକାରରେ ପରୀକ୍ଷା କରିବାକୁ ସିବିଏସଇ ସଙ୍କେତ ଦେଇଛି । ଅନଲାଇନ ପରୀକ୍ଷା ପାଇଁ ଏବେ କୌଣସି ଯୋଜନା ନଥିବା ସିବିଏସଇ ପକ୍ଷରୁ କୁହାଯାଇଛି ।

ସେହିପରି ଦଶମ ଓ ଦ୍ବାଦଶ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦିଆଯିବ ବୋଲି କୁହାଯାଇଛି । କୋରୋନା ପାଇଁ ସରକାର ଜାରି କରିଥିବା ସମସ୍ତ ଗାଇଡଲାଇନ ପାଳନ ସହିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇନଥିବାବେଳେ ପ୍ରାକ୍ଟିକାଲ ପରୀକ୍ଷା ହୋଇ ନପାରିଲେ ବିକଳ୍ପର ବ୍ୟବସ୍ଥା ହେବ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.