ETV Bharat / bharat

UP: ମଥୁରାରେ କୋଠା ଭୁଶୁଡି 5 ମୃତ, ଅନେକ ଆହତ - କୋଠା ଭୁଶୁଡି ଏକାଧିକ ମୃତ

ମଥୁରାରେ ଭୁଶୁଡିଲା କୋଠା । 5 ଜଣଙ୍କ ମୃତ୍ୟୁ, ଏକାଧିକ ଆହତ । ଉଦ୍ଧାରକାର୍ଯ୍ୟ ଜାରି । ଅଧିକ ପଢନ୍ତୁ

UP: ଭୁଶୁଡିଲା କୋଠା, ଏକାଧିକ ମୃତାହତ
UP: ଭୁଶୁଡିଲା କୋଠା, ଏକାଧିକ ମୃତାହତ
author img

By

Published : Aug 15, 2023, 8:36 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମଥୁରାରେ ଏକ କୋଠା ଭୁଶୁଡି 5 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଆହତ ମଧ୍ୟ ହୋଇଛନ୍ତି । ଆଜି ଅପରାହ୍ନରେ ଏହି ଅଘଟଣ ଘଟିଛି । ଏବେ ମଧ୍ୟ ଉଦ୍ଧାର ଅପରେସନ ଜାରି ରହିଛି । କୋଠାର ଭଗ୍ନାବଶେଷ ତଳୁ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଯାଉଛି । ସହରର ବାଙ୍କବିହାରୀ ମନ୍ଦିର ନିକଟରେ ଥିବା ଏହି ପୁରୁଣା କୋଠାଟି ଆଜି (ମଙ୍ଗଳବାର) ଅପରାହ୍ନରେ ଭୁଶୁଡି ପଡିଛି । ତେବେ ପ୍ରାଥମିକ ଭାବେ 5 ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିବା ବେଳେ ମୃତାହତଙ୍କ ପ୍ରକୃତ ସଂଖ୍ୟା ସମ୍ପର୍କରେ ଏପର୍ଯ୍ୟନ୍ତ ଆକଳନ କରାଯାଇ ପାରିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତାହତଙ୍କ ସଂଖ୍ୟା ମଧ୍ୟ ବଢିବାର ଯଥେଷ୍ଟ ଆଶଙ୍କା ରହିଛି ।

ଆଜି ଅପରାହ୍ନରେ ବାଙ୍କବିହାରୀ ମନ୍ଦିର ନିକଟରେ ଥିବା ଏହି ପୁରୁଣା କୋଠାର ଉପର ଅଂଶ ହଠାତ୍ ଭୁଶୁଡି ପଡିଥିଲା । କୋଠାର ଭଗ୍ନାବଶେଷ ତଳେ 5 ଜଣ ଲୋକେ ଚାପି ହୋଇ ପ୍ରାଣ ହରାଇଥିଲେ । କୋଠା ଭୁଶୁଡିବାର ନିର୍ଦ୍ଦିଷ୍ଟ କାରଣ ଜଣାପଡିନଥିଲେ ସୁଦ୍ଧା ପୁୁରୁଣା କୋଠାଟି ଦୁର୍ବଳ ହୋଇପଡିଥିବା କାରଣରୁ ଭୁଶୁଡି ପଡିଥିବା ସନ୍ଦେହ କରାଯାଇଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାରକାରୀ ଟିମ, ଫାଏର ଟିମ ଓ ମେଡିକାଲ ଟିମ ମିଳିତ ଭାବେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଏକାଧିକ ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ :-Rajasthan: ଟ୍ରକକୁ ପିଟିଲା ବୋଲେରୋ, ଗୋଟିଏ ପରିବାର 6 ମୃତ

ବାଙ୍କବିହାରୀ ମନ୍ଦିରଠାରୁ ମାତ୍ର 200 ମିଟର ଦୂରରେ ଏହି ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି । ମୃତାହତଙ୍କ ସଂଖ୍ୟା ସମ୍ପର୍କରେ କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ସରକାରୀ ଭାବେ ମୃତକଙ୍କ ସମ୍ପର୍କରେ କିଛି କୁହାଯାଇନଥିବା ବେଳେ ଗଣମାଧ୍ୟରେ ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇଥିବା ଖବର ପ୍ରକାଶ ପାଇଛି । ପ୍ରାଣ ହରାଇଥିବା 5ଜଣଙ୍କ ମଧ୍ୟରୁ 3ଜଣ କାନପୁରର ଓ 2 ଜଣ ବୃନ୍ଦାବନର ବାସିନ୍ଦା । ସେମାନେ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ମୃତକଙ୍କ ନାମ ଗୀତା କଶ୍ୟପ, ଅରବିନ୍ଦ କୁମାର ,ରଶ୍ମୀ ଗୁପ୍ତା ଓ ଅଞ୍ଜୁ ମୁଗି । ଅନ୍ୟ ଜଣେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ପୋଲିସ ମୃତକଙ୍କ ପରିଚୟ ସଂଗ୍ରହ କରିବାରେ ଲାଗିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.