ETV Bharat / bharat

Jharkhand: ବାଇକକୁ ଧକ୍କା ଦେଇ କୂଅକୁ ଖସିପଡିଲା ବୋଲେରୋ, 6 ମୃତ - କୂଅକୁ ଖସିଲା କାର

ଦୁର୍ଘଟଣାର ଦିନ । ଝାଡଖଣ୍ଡର ହଜାରିବାଗରେ ବାଇକକୁ ଧକ୍କା ଦେଇ ମୁକୁଳା କୂଅକୁ ଖସିପଡିଲା ବୋଲେରୋ । ଜଣେ ମହିଳାଙ୍କ ସମେତ 6 ମୃତ । ମହାରାଷ୍ଟ୍ର ଓ ହାଇଦ୍ରାବାଦରେ ଦୁର୍ଘଟଣାରେ ଯାଇଛି 13 ଜୀବନ । ଅଧିକ ପଢନ୍ତୁ

Jharkhand: କୂଅକୁ ଖସିଲା କାର, 6 ମୃତ
Jharkhand: କୂଅକୁ ଖସିଲା କାର, 6 ମୃତ
author img

By

Published : Jul 4, 2023, 8:41 PM IST

ରାଞ୍ଚି: ଝାଡଖଣ୍ଡ ହଜାରିବାଗ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 6ଜଣଙ୍କ ମୃତ୍ୟୁ ହୋଇଛି । ଏକ ବାଇକ ଓ ବୋଲେରୋ ମଧ୍ୟରେ ଧକ୍କା ହେବା ପରେ ଭାରସାମ୍ୟ ହରାଇ ବୋଲେରୋଟି ଏକ ଗଭୀର ମୁକୁଳା କୂଅକୁ ଖସି ପଡିଥିଲା । ଏଥିରେ 6 ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ହଜାରିବାଗର ପଦ୍ମା ରୋମୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ପ୍ରଥମେ ବୋଲେରୋ ଓ ବାଇକ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଭୀର କୂଅ ମଧ୍ୟକୁ ଖସିପଡିଥିଲା । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ ସୁଦ୍ଧା ପାଣିରେ ବୁଡି ବୋଲେରୋରେ ଥିବା ଜଣେ ମହିଳାଙ୍କ ସମେତ ମୋଟ 6 ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଲୋକଙ୍କ କହିବା ଅନୁସାରେ, ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ଭାରସାମ୍ୟ ହରାଇ ବୋଲେରୋଟି କୂଅରେ ଖସିପଡିଥିଲା । 6 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ଦୁଇ ଗୁରୁତର ଦୁଇ ବାଇକ ଆରୋହୀ ବୋଲି ମଧ୍ୟ କୁହାଯାଉଛି । ସେମାନଙ୍କ ସ୍ବାସ୍ଥ୍ଯବସ୍ଥା ସଙ୍କଟାପନ୍ନ ରହିଛି । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରି ହସ୍ପିଟାଲକୁ ପଠାଇଛି । ମୃତକଙ୍କ ପରିଚୟ ପୋଲିସ ସ୍ପଷ୍ଟ କରିନି । ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ :-ମର୍ଣ୍ଣିଂଓ୍ବାକ ବେଳେ ପଛରୁ ମାଡିଗଲା କାର; ମା’ ଓ ଝିଅ ସମେତ 3 ମୃତ

ଆଜି ଦେଶର ବିଭିନ୍ନ ସ୍ଥାନରୁ କ୍ରମାଗତ ଦୁର୍ଘଟଣାର ଖବର ଆସିବାରେ ଲାଗିଛି । ମହାରାଷ୍ଟ୍ରରେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ପ୍ରଥମେ ଏକ କାରକୁ ଧକ୍କା ଦେବା ସହ ଏକାଧିକ ଗାଡି ଉପରେ ମାଡିଯିବା ଫଳରେ 10ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ 27 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ମଧ୍ୟ ହୋଇଛନ୍ତି । ଅନ୍ଯପଟେ ଆଜି ସକାଳେ ହାଇଦ୍ରାବାଦ ସହରରେ ମଧ୍ଯ ମର୍ଣ୍ଣିଂଓ୍ବାକ ବେଳେ ଏକ ଦୃତଗାମୀ କାର 3ଜଣଙ୍କ ଉପରେ ମାଡିଯାଇଥିଲା । ସମସ୍ତ 3ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ମା’ ଓ ଝିଅ ଥିଲେ । ପୁଣି ଅପରାହ୍ନରେ ଝାଡଖଣ୍ଡର ହଜାରିବାଗରେ ଏହି ଦୁର୍ଘଟଣା 6 ଜଣଙ୍କ ଜୀବନ ନଇଛି ।

ଏହା ମଧ୍ୟ ପଢନ୍ତୁ:-ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଏକାଧିକ ଗାଡ଼ିକୁ ଧକ୍କା ଦେଲା ଟ୍ରକ, ୧୦ ମୃତ ୨୭ ଆହତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.