ETV Bharat / bharat

ବାଇଡେନଙ୍କ ଆଶଙ୍କା, କିଛି ଦିନ ମଧ୍ୟରେ ୟୁକ୍ରେନକୁ ଆକ୍ରମଣ କରିପାରେ ଋଷିଆ - ୟୁକ୍ରେନ ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା ଆଭିମୁଖ୍ୟ

ନିକଟ ଭବିଷ୍ୟତରେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ନେଇ ଆଶଙ୍କା ପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ

ବାଇଡେନଙ୍କ ଆଶଙ୍କା, କିଛି ଦିନ ମଧ୍ୟରେ ୟୁକ୍ରେନକୁ ଆକ୍ରମଣ କରିପାରେ ଋଷ

author img

By

Published : Feb 17, 2022, 11:00 PM IST

ଓ୍ବାଶିଂଟନ: ୟୁକ୍ରେନ-ଋଷିଆ ନେଇ ଲାଗି ରହିଥିବା ବିବାଦ ଉପରେ ସାରା ବିଶ୍ବର ନଜର ରହିଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆସୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରଶାରିତ ହେଉଛି । ଋଷିଆ ଦ୍ବାରା କରାଯାଉଥିବା ସୈନ୍ୟ ପ୍ରତ୍ୟାହାର ଦାବିକୁ ଅଦ୍ୟାବଧି ୟୁକ୍ରେନ ସମତେ କିଛି ପଶ୍ଚିମ ରାଷ୍ଟ୍ର ବିଶ୍ବାସକୁ ନେଉ ନଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ଭୟଙ୍କର ଆଶଙ୍କା ପ୍ରକାଶ କରିଛନ୍ତି ।

ଆଜି (ଗୁରୁବାର) ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି ଯେ, ଋଷ ଆସନ୍ତା କିଛି ଦିନ ମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ କରିବାର ଆଶଙ୍କା ଯଥେଷ୍ଟ । ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ ବାଇଡେନ କହିଛନ୍ତି, ଋଷିଆ ସୈନ୍ୟ ପ୍ରତ୍ୟାହାର ନେଇ ଦାବି କରିଆସୁଥିବା ବେଳେ ସେପରି କିଛି ସୂଚନା ଦୃଶ୍ୟମାନ ହେଉନାହିଁ । ଏବେ ମଧ୍ୟ ଋଷିଆ ସେନାର ବହୁ ଯବାନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ପ୍ରସ୍ତୁତିରେ ଲାଗିଛନ୍ତି । ତେଣୁୁ ଆଗାମି କିଛି ଦିନ ମଧ୍ୟରେ ପୁଣି ଥରେ ଋଷ ସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିବା ସହ ଆକ୍ରମଣ ମଧ୍ୟ କରିପାରେ ବୋଲି ଆଶଙ୍କା ମଧ୍ୟ ସ୍ପଷ୍ଟ ଦେଖାଯାଉଥିବା ବାଇଡେନ କହିଛନ୍ତି ।

ତେବେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ସାମାନ୍ୟ ହ୍ରାସ ପାଇଥିବା ସହ ଋଷ ଯୁଦ୍ଧ ଚାହୁଁନାହିଁ ବୋଲି ଚର୍ଚ୍ଚା ହେଉଥିବା ବେଳେ ପଶ୍ଚିମ ରାଷ୍ଟ୍ରମାନଙ୍କ ପୂର୍ବାନୂମାନ ଓ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କର ଏପରି ଗମ୍ଭୀର ଆଶଙ୍କା ପୁଣି ଥରେ ଏନେକ ପ୍ରଶ୍ନ ସୃଷ୍ଟି କରିଛି । ଋଷିଆର ସମରସଜ୍ଜା ଓ ୟୁକ୍ରେନର ପ୍ରତିହତ ରଣନୀତି ନେଇ ବିଶ୍ବର ନଜର ଥିବା ବେଳେ ଏକାଧିକ ଶକ୍ତିଶାଳୀ ଦେଶ ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ବ୍ୟୁର ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.