ନୂଆଦିଲ୍ଲୀ: ଭୂଟାନ ଆଜି (ଶୁକ୍ରବାର) ନିଜ ରାଷ୍ଟ୍ରୀୟ ଦିବସ (Bhutan National Day) ପାଳନ କରୁଛି । ଏହି ଅବସରରେ ଭୂଟାନ ନିଜର ସର୍ବୋଚ୍ଚ ବେସାମରିକ ସମ୍ମାନ (Bhutan Highest civilian award) ‘ନଗାଦା ପେଲ ଗି ଖୋରଲୋ’ (Ngadag Pel gi Khorlo) ସମ୍ମାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଛି ।
-
Overjoyed to hear His Majesty pronounce Your Excellency Modiji’s @narendramodi name for the highest civilian decoration, Order of the Druk Gyalpo.https://t.co/hD3mihCtSv@PMOIndia @Indiainbhutan pic.twitter.com/ru69MpDWlq
— PM Bhutan (@PMBhutan) December 17, 2021 " class="align-text-top noRightClick twitterSection" data="
">Overjoyed to hear His Majesty pronounce Your Excellency Modiji’s @narendramodi name for the highest civilian decoration, Order of the Druk Gyalpo.https://t.co/hD3mihCtSv@PMOIndia @Indiainbhutan pic.twitter.com/ru69MpDWlq
— PM Bhutan (@PMBhutan) December 17, 2021Overjoyed to hear His Majesty pronounce Your Excellency Modiji’s @narendramodi name for the highest civilian decoration, Order of the Druk Gyalpo.https://t.co/hD3mihCtSv@PMOIndia @Indiainbhutan pic.twitter.com/ru69MpDWlq
— PM Bhutan (@PMBhutan) December 17, 2021
ଭୂଟାନ ପ୍ରଧାନମନ୍ତ୍ରୀ ଲୋତେ ଶୋରିଂଗ ( Bhutan Prime Minister Lotay Tshering) ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି । କହିଛନ୍ତି ସେ ଅତ୍ୟନ୍ତ ଖୁସି ଯେ ଭୂଟାନର ସର୍ବୋଚ୍ଚ ସମ୍ମାନ ‘ନଗାଦା ପେଲ ଗି ଖୋରଲୋ’କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବାକୁ ଘୋଷଣା କରାଯାଇଛି ।
ଲୋତେ ଶୋରିଂଗ କହିଛନ୍ତି ବିନା କୌଣସି ସର୍ତ୍ତରେ ଭାରତର ପ୍ରଧାନମନ୍ତ୍ରୀ ଓ ଭାରତବାସୀ ଭୂଟାନର ପ୍ରତ୍ୟେକ ସ୍ଥିତିରେ ଛିଡା ହୋଇଛନ୍ତି । ବିଶେଷ କରି କୋଭିଡ (Corona virus Pandemic) ଭଳି ମହାମାରୀ ସ୍ଥିତିରେ ଭାରତ ଭୂଟାନକୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଛି । ଭୂଟାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆହୁରି କୁହାଯାଇଛି କି, ଭାରତର ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନର ହକଦାର । ଭୂଟାନବାସୀଙ୍କ ପକ୍ଷରୁ ଏହି ସମ୍ମାନ ପାଇଁ ମୋଦିଙ୍କୁ ଅଭିନନ୍ଦନ । ମୋଦି ଜଣେ ମହାନ ଅଧ୍ୟାତ୍ମିକ ବ୍ୟକ୍ତି । ଏହି ସମ୍ମାନ ଉତ୍ସବକୁ ଏକତ୍ରିତ ମନାଇବାକୁ ମୁଁ ଉତ୍ସାହିତ ଅଛି ବୋଲି ଭୂଟାନ ପ୍ରଧାନ ମନ୍ତ୍ରୀ କହିଛନ୍ତି ।
ଭାରତର ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ଭାରତ-ଭୂଟାନ ସମ୍ପର୍କ (India-Bhutan Relations) ଆର୍ଥିକ, ସାମାଜିକ ଓ ପାରସ୍ପାରିକ କ୍ଷେତ୍ରରେ ଅତ୍ୟନ୍ତ ସୁଦୃଢ ରହିଛି । ଭାରତ ଭୂଟାନର ସର୍ବଶ୍ରେଷ୍ଠ ବାଣିଜ୍ୟିକଓ ବିକାଶର ଭାଗୀଦାରି ରହିଛି । ଭାରତ ଭୂଟାନକେ ଅନେକ ବିାଶ ମୂଳକ ପ୍ରକଳ୍ପ ଜାରି ରଖିଛି । ଯେଉଁଥିରେ ରହିଛି 1020 ମେଗାୱାଟର ତାଲା ଜଳ ବିଦ୍ୟୁତ ପରିଯୋଜନା (Tala Hydroelectric Project) ପାରୋ ବିମାନ ବନ୍ଦର, (Paro Airport) ଭୂଟାନ ବ୍ରଡକାଷ୍ଟିଙ୍ଗ ଷ୍ଟେସନ (Bhutan Broadcasting Station) ଅନ୍ତର୍ଭୁକ୍ତ ରହିଛି ।
ଏହା ବ୍ୟତୀତ ଭାରତ ଭୂଟାନର ଏକ ପ୍ରମୁଖ ବ୍ୟବସାୟ ସହଯୋଗୀ ହୋଇ ରହିଛି । ଫଳରେ ଉଭୟ ଦେଶ ମଧ୍ୟରେ ଏକ ମୁକ୍ତ ବ୍ୟବସାୟ ଜାରି ରହିଛି । ଏହା ବ୍ୟତୀତ ମହାମାରୀ କୋଭିଡ ବେଳେ ଭାରତ ସର୍ବପ୍ରଥମେ ଭୂଟାନକୁ ହିଁ କୋଭିଡ ଟିକା ପଠାଇ ଥିଲା ।
@IANS