ହାଇଦ୍ରାବାଦ: ଦ୍ବିତୀୟ ଥର ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭୂପେନ୍ଦ୍ର ପଟେଲ(Bhupendra Patel takes oath as CM ) । ଗୁଜୁରାଟ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପଟେଲଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପଟଲେଙ୍କ ସହ 8 କ୍ୟାବିନେଟ ମନ୍ତ୍ରୀ, 2 ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ପ୍ରଭାର) ଓ 6 ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସମେତ ବହୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ।
-
Gujarat CM-designate Bhupendra Patel's family arrive at Helipad Ground in Gandhinagar to attend his swearing-in ceremony. pic.twitter.com/JTEuH2GgYg
— ANI (@ANI) December 12, 2022 " class="align-text-top noRightClick twitterSection" data="
">Gujarat CM-designate Bhupendra Patel's family arrive at Helipad Ground in Gandhinagar to attend his swearing-in ceremony. pic.twitter.com/JTEuH2GgYg
— ANI (@ANI) December 12, 2022Gujarat CM-designate Bhupendra Patel's family arrive at Helipad Ground in Gandhinagar to attend his swearing-in ceremony. pic.twitter.com/JTEuH2GgYg
— ANI (@ANI) December 12, 2022
ରାଜଭବନର ହେଲିପ୍ୟାଡ ଗ୍ରାଉଣ୍ଡରେ ଏହି ଶପଥ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି, ଶାହ ଓ ନଡ୍ଡାଙ୍କ ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପ୍ରମୁଖ ମଧ୍ୟ ସାମିଲ ହୋଇଥିଲେ ।ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ଓ ପ୍ରଦେଶର 18ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପଟେଲ ।
-
UP CM Yogi Adityanath, MP CM SS Chouhan, Karnataka CM B.Bommai, Assam CM HB Sarma, Uttarakhand CM PS Dhami and Tripura CM Manik Saha take part in the oath-taking ceremony of Gujarat CM designate Bhupendra Patel in Gandhinagar pic.twitter.com/dlvxv8exps
— ANI (@ANI) December 12, 2022 " class="align-text-top noRightClick twitterSection" data="
">UP CM Yogi Adityanath, MP CM SS Chouhan, Karnataka CM B.Bommai, Assam CM HB Sarma, Uttarakhand CM PS Dhami and Tripura CM Manik Saha take part in the oath-taking ceremony of Gujarat CM designate Bhupendra Patel in Gandhinagar pic.twitter.com/dlvxv8exps
— ANI (@ANI) December 12, 2022UP CM Yogi Adityanath, MP CM SS Chouhan, Karnataka CM B.Bommai, Assam CM HB Sarma, Uttarakhand CM PS Dhami and Tripura CM Manik Saha take part in the oath-taking ceremony of Gujarat CM designate Bhupendra Patel in Gandhinagar pic.twitter.com/dlvxv8exps
— ANI (@ANI) December 12, 2022
ଗତ ନିର୍ବାଚନ (2017) ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଭୂପେନ୍ଦ୍ର ପଟେଲ 2021 ରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ବିଜୟ ରୁପାନୀଙ୍କୁ ହଟାଇ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଏଥର ସେ ଦ୍ବିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି । ଚଳିତ ନିର୍ବାଚନରେ ସେ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ମଧ୍ୟ ମୋଟ 182 ଆସନରୁ 156 ଆସନ ଜିତି ପ୍ରଚଣ୍ଡ ବହୁମତ ସହ ସରକାର ଗଠନ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ