ETV Bharat / bharat

ଭୁବନେଶ୍ବର ବିମାନ ବନ୍ଦର ହେବ ଘରୋଇକରଣ

author img

By

Published : Jul 29, 2021, 7:56 AM IST

Updated : Jul 29, 2021, 8:16 AM IST

ବୁଧବାର ରାଜ୍ୟସଭାରେ ଏନେଇ ଲିଖିତ ଭାବେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ (ଅବସରପ୍ରାପ୍ତ) ଭିକେ ସିଂହ । ବିଜେଡି ସାଂସଦ ସୁବାସ ସିଂହଙ୍କ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ।

Subas singh
Subas singh

ନୂଆଦିଲ୍ଲୀ/ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ଘରୋଇକରଣ । ବିମାନ ବନ୍ଦରର ବିକାଶ, ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ ଘରୋଇ କମ୍ପାନୀ ।

PHOTO
ଭୁବନେଶ୍ବର ବିମାନ ବନ୍ଦର ହେବ ଘରୋଇ କରଣ

ବୁଧବାର ରାଜ୍ୟସଭାରେ ଏନେଇ ଲିଖିତ ଭାବେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ (ଅବସରପ୍ରାପ୍ତ) ଭିକେ ସିଂହ । ବିଜେଡି ସାଂସଦ ସୁବାସ ସିଂହଙ୍କ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ । ମନ୍ତ୍ରୀ ଆହୁରି କହିଛନ୍ତି ଯେ 2008ରେ ଗ୍ରୀନଫିଲଡ ବିମାନବନ୍ଦର ନୀତି ଅନୁସାରେ ସରକାରୀ ବା ଘରୋଇ ସଂସ୍ଥା ଦ୍ବାରା ବିମାନବନ୍ଦରର ସାମଗ୍ରୀକ ବିକାଶ ପାଇଁ ନିଷ୍ପତି ହୋଇଥିଲା । ସମ୍ପୃକ୍ତ ରାଜ୍ୟ ସରକାର ମାନେ ମଧ୍ୟ ଚାହିଁଲେ ବିମାନବନ୍ଦରର ବିକାଶ ଦାୟିତ୍ବ ନେଇପାରିବେ ବୋଲି ନୂଆ ନୀତିରେ ପ୍ରାବଧାନ ରହିଛି ।

ଭୁବନେଶ୍ବର ବିମାନ ବନ୍ଦର ହେବ ଘରୋଇ କରଣ

ମନ୍ତ୍ରୀ ଆହୁରି କହିଛନ୍ତି, 2006 ମସିହାରେ ଦିଲ୍ଲୀ ଓ ମୁମ୍ବାଇ ବିମାନବନ୍ଦର ପବ୍ଲିକ ପ୍ରାଇଭେଟ ପାଟନର୍ସିପ (ପିପିପି) ମୋଡରେ ବିକାଶ କରାଯାଇଛି । ସେହିଭଳି 2019 ସେପ୍ଟେମ୍ବର 5ରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ)ଙ୍କ ୧୯୦ ତମ ବୈଠକରେ ଭୁବନେଶ୍ବର, ବାରାଣସୀ, ଅମୃତସର, ରାୟପୁର, ଇନ୍ଦୋର ଓ ତ୍ରିଚି ବିମାନବନ୍ଦରର ପରିଚାଳନା ଦାୟିତ୍ବ ପିପିପି ମୋଡରେ ଘରୋଇ କମ୍ପାନୀ ଦେବାକୁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ସେହିପରି ବର୍ଷ ୨୦୧୮-୧୯ରେ ଜୟପୁର, ଗୌହାଟୀ, ଲକ୍ଷ୍ନୌ, ତ୍ରିଭେନ୍ଦ୍ରମ, ମାଙ୍ଗାଲୋର, ଅହମ୍ମଦାବାଦ ବିମାନ ବନ୍ଦରକୁ ଘରୋଇ କମ୍ପାନୀକୁ ଦିଆଯାଇଛି ।

ତେବେ ସମସ୍ତ ବିମାନବନ୍ଦରରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ସହ ଅନ୍ତର୍ଜାତୀୟସ୍ତରର ଯାତ୍ରୀ ସେବା ଯୋଗାଇବା ଉପରେ ଗୁରୁତ୍ବ ଦେବାକୁ ବିଜେଡି ସାଂସଦ ସୁବାସ ସିଂ ଦାବି କରିଛନ୍ତି ।

ବ୍ୟୁରୋ ଇନପୁଟ ସହ ଭୁବନେଶ୍ବରରୁ ଭବନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 29, 2021, 8:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.