ETV Bharat / bharat

ରାଗିଲେ କମଲନାଥ: କହିଲେ ଦଳ ଛାଡିବାକୁ ଚାହୁଁଥିଲେ ଆମେ ଖୁସି, ନିଜ କାରରେ ଛାଡିଦେଇ ଆସିବି

author img

By

Published : Sep 19, 2022, 6:57 AM IST

ଦଳ ଛାଡିବା ନେଇ କଡା ବାର୍ତ୍ତା ଦେଲେ ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ । କହିଲେ ଚାହୁଁଥିଲେ ଖୁସିରେ ଛାଡି ପାରନ୍ତି ଦଳ । ଅଧିକ ପଢନ୍ତୁ

ରାଗିଲେ କମଲନାଥ: କହିଲେ ଦଳ ଛାଡିବାକୁ ଚାହୁଁଥିଲେ ଆମେ ଖୁସି, ନିଜ କାରରେ ଛାଡିଦେଇ ଆସିବି
ରାଗିଲେ କମଲନାଥ: କହିଲେ ଦଳ ଛାଡିବାରାଗିଲେ କମଲନାଥ: କହିଲେ ଦଳ ଛାଡିବାକୁ ଚାହୁଁଥିଲେ ଆମେ ଖୁସି, ନିଜ କାରରେ ରାଗିଲେ କମଲନାଥ: କହିଲେ ଦଳ ଛାଡିବାକୁ ଚାହୁଁଥିଲେ ଆମେ ଖୁସି, ନିଜ କାରରେ ଛାଡିଦେଇ ଆସିବିଆସିବିକୁ ଚାହୁଁଥିଲେ ଆମେ ଖୁସି, ନିଜ କାରେର ଛାଡିଦେଇ ଆସିବି

ଭୋପାଳ: କଂଗ୍ରେସରୁ ହାତ ଛାଡିବାରେ ଲାଗିଛନ୍ତି ଜଣେ ପରେ ଜଣେ ବରିଷ୍ଠ ନେତା । ଗୋଆର ଏକକାଳୀନ ୮ ବିଧାୟକ ମଧ୍ୟ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏହି ଦଳ ଛାଡିବା ନେଇ କଡା ବାର୍ତ୍ତା ଦେଇଛନ୍ତି ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ (Kamal Nath)। ଦଳର ରାଜ୍ୟ ପିସିସି ସଭାପତି ଥିବା କମଲ ନାଥ ଦଳକୁ ବିଶ୍ୱାସଘାତକତା କରୁଥିବା କଂଗ୍ରେସ ନେତାମାନଙ୍କୁ ଏକ କଡା ବାର୍ତ୍ତା ଦେଇଛନ୍ତି । କମଲ ନାଥ କହିଛନ୍ତି ‘‘ଯଦି କେହି ଦଳ ଛାଡିବାକୁ ଚାହାଁନ୍ତି, ତେଣୁ ଖୁସିରେ ଯାଇପାରନ୍ତି । ମୁଁ ସେମାନଙ୍କୁ ଅଟକାଇବି ନାହିଁ ବରଂ ନିଜ କାରରେ ଛାଡି ଦେଇଆସିବି ।’’

କମଲ ନାଥ ଆହୁରି ମଧ୍ୟ କହିଛନ୍ତି, ଯେ ଦଳ କଂଗ୍ରେସ ନେତା ଅରୁଣୋଦୟ ଚୌବେଙ୍କୁ ପ୍ରଥମରୁ ବାହାର କରାଯାଇସାରିଥିଲା । ସେ ମଧ୍ୟ ପ୍ରଦେଶ ସ୍ଥାନୀୟ ନିର୍ବାଚନରେ ​​ଦଳ ବିରୋଧୀ କାର୍ଯ୍ୟ କରିଥିଲେ । ବିଜେପି ଅନେକ ମାସ ଧରି ତାଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲା । ବିଜେପିକୁ ଟାର୍ଗେଟ କରି କମଲନାଥ କହିଛନ୍ତି ଯେ, ‘‘ବିଜେପି ଚାପ ଏବଂ ପ୍ରଭାବରେ ଲୋକଙ୍କ ଉପରେ ମିଥ୍ୟା ମାମଲା ଲଗାଇପାରେ କିନ୍ତୁ ସେମାନଙ୍କ ମନ ଓ ବିଚାରକୁ କିଣି ପାରିବ ନାହିଁ ।’’

ଏହାମଧ୍ୟ ପଢନ୍ତୁ: କୁନୋ ଜାତୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀଙ୍କ ପ୍ରୋଟୋକଲ ଭାଙ୍ଗିଥିଲେ ମଧ୍ୟ ପ୍ରଦେଶ ମନ୍ତ୍ରୀ

ପୁଷ୍ଟିହୀନତା ପାଇଁ ସରକାରଙ୍କୁ ଘେରିଲେ:

ମଧ୍ୟ ପ୍ରଦେଶରେ ପୁଷ୍ଟିହୀନତା ପାଇଁ ସରକାରଙ୍କୁ ଘେରିଛନ୍ତି କମଲ ନାଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିତା ଛାଡିବା ପାଇଁ ରାଜ୍ୟର ସବୁଠାରୁ ପୁଷ୍ଟିହୀନ ଜିଲ୍ଲା ଶୋପୁରରେ ପହଞ୍ଚିଥିଲେ, କିନ୍ତୁ ସେ ଏଠାରେ ପୁଷ୍ଟିହୀନତା ବିଷୟରେ ପଦଟିଏ ମଧ୍ୟ ଆଲୋଚନା କରି ନଥିଲେ ବୋଲି କମଲ ନାଥ କହିଛନ୍ତି । ସରକାର ସେ ସମ୍ପର୍କରେ ଆଦୌ ଚିନ୍ତିତ ନୁହନ୍ତି । କେବଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାର କାର୍ଯ୍ୟ କରୁଛନ୍ତି । ବିଜେପି ପ୍ରକୃତ ପ୍ରସଙ୍ଗରେ ଆଲୋଚନା କରିବାକୁ ପଛଘୁଞ୍ଚା ଦିଏ । ଶୋପୁର ଏକ ପୁଷ୍ଟିହୀନତା ଜିଲ୍ଲା । ପ୍ରଧାନମନ୍ତ୍ରୀ ଚିତା ଛାଡିବା ସହ ପୁଷ୍ଟିହୀନତା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ କରନ୍ତୁ ବୋଲି ମଧ୍ୟ କମଲନାଥ କଟାକ୍ଷ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.