ETV Bharat / bharat

ହସ୍ପିଟାଲରୁ 800 ରେମଡେସିଭିର ଇଞ୍ଜେକ୍ସନ ଚୋରି - ରେମଡେସିଭିର ଇଞ୍ଜେକ୍ସନ ଚୋରି

କୋରୋନା ସଂକ୍ରମଣ ସମୟରେ ସରକାରୀ ହସ୍ପିଟାଲରେ ଅବହେଳା । ହସ୍ପିଟାଲରୁ 800 କୋରୋନା ଇଞ୍ଜେକ୍ସନ ଚୋରି ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ହସ୍ପିଟାଲରୁ 800 ରେମଡେସିଭିର ଇଞ୍ଜେକ୍ସନ ଚୋରି

author img

By

Published : Apr 18, 2021, 1:43 PM IST

ଭୋପାଳ: କୋରୋନା ସଂକ୍ରମଣ ସମୟରେ ହସ୍ପିଟାଲରୁ ଗାୟବ କୋରୋନା ଇଞ୍ଜେକ୍ସନ । ମହାମାରୀ ବିରୁଦ୍ଧରେ ଜୀବନ ରକ୍ଷକ ସାଜିଥିବା ରେମଡେସିଭିର ଚୋରି ହୋଇଯାଇଛି । ଏକାଥରକେ 800 ଟି ଇଞ୍ଜେକ୍ସନ ଚୋରି ହୋଇଛି । କୋରୋନା କାଳରେ ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ଏକ ସରକାରୀ ହସ୍ପିଟାଲର ଏଭଳି ଅବହେଳାର ସାମ୍ନାକୁ ଆସିଛି ।

ସାରା ଦେଶରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରେମଡେସିଭିରର ଘୋର ସଙ୍କଟ ଦେଖିବାକୁ ମିଳୁଛି । ଫଳରେ ସରକାର ରେମଡେସିଭିର ଉତ୍ପାଦନ ନେଇ ଗୁରୁତ୍ବ ଦେଉଥିବାବେଳେ କଳାବଜାରୀଙ୍କ ଏହାର ଫାଇଦା ନେଉଛନ୍ତି ।

ସେପଟେ, ହସ୍ପିଟାଲରୁ ଇଞ୍ଜେକ୍ସନ ଚୋରି ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦ୍ବାରା ଇଞ୍ଜେକ୍ସନ ଚୋରି ହେବାର ସମ୍ଭାବନା ରହିଛି ବୋଲି କୋହେଫିଜା ପୋଲିସ ଷ୍ଟେସନ ଦାୟିତ୍ବରେ ଥିବା ଅନୀଲ ବାଜପେୟୀ କହିଛନ୍ତି। ନିକଟରେ, ରେମଡେସିଭିର ଇଞ୍ଜେକ୍ସନକୁ ବ୍ଲାକରେ ବିକ୍ରି କରୁଥିବା ବେଳେ ଜଣେ ଯୁବକରୁ ଗିରଫ କରାଯାଇଥିଲା । ଗୋଟିଏ ଇଞ୍ଜେକ୍ସନର ଦାମକୁ ଅଭିଯୁକ୍ତ 22 ହଜାର ଟଙ୍କାରେ ବିକ୍ରି କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଦେଶରେ କୋରୋନା ସ୍ଥିତି ଭୟଙ୍କର ହୋଇପଡିଛି । ରୋଗୀ ସଂଖ୍ୟା ଦେଖି ହସ୍ପିଟାଲକୁ ବେଡ ଓ ଇଞ୍ଜେକ୍ସନ ପଠାଯାଉଛି । କୋରୋନା ଆକ୍ରାନ୍ତ ହୋଇ ଫୁସଫୁସ ସଂକ୍ରମଣର ସମ୍ମୁଖୀନ ହେଉଥିବା ଜଣେ ରୋଗୀକୁ 5 ଦିନରେ ରେମଡେସିଭିର 6 ଟି ଇଞ୍ଜେକ୍ସନ ଦିଆଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.