ETV Bharat / bharat

କାର୍ତ୍ତିକ ପୂର୍ଣ୍ଣିମାରେ ଭୂତଙ୍କ ମେଳା, ଆଜିର ରାତିରେ ଶକ୍ତିଶାଳି ହୁଏ ନକରାତ୍ମକ ଶକ୍ତି

ବିହାରରେ କାର୍ତ୍ତିକ ପୂର୍ଣ୍ଣିମା ରାତିରେ ହୁଏ ଭୂତଙ୍କ ମେଳା । ଝଡାଫୁଙ୍କା ଓ ତନ୍ତ୍ର ସାଧାନା ପାଇଁ ଜମେ ଲୋକଙ୍କ ଗହଳି । ଅଧିକ ପଢ଼ନ୍ତୁ

Bhooton ka Mela
Bhooton ka Mela
author img

By ETV Bharat Odisha Team

Published : Nov 27, 2023, 2:15 PM IST

କାର୍ତ୍ତିକ ପୂର୍ଣ୍ଣିମାରେ ଭୂତଙ୍କ ମେଳା

ପାଟନା: ଭୂତ-ପ୍ରେତ ଅଦୃଶ୍ୟ... କିନ୍ତୁ ଏ ନାଁ ଛୁଣିଲେ ହିଁ ମନରେ ଭୟ ଆସେ ଓ ରୁମ ଟାଙ୍କୁରି ଉଠେ । ଅନ୍ଧାର ରାତିରେ ବିକଟାଳ ଶବ୍ଦ, କାହା ଛାଇ ଦେଖିଲେ କେହି କେହି ଭୟରେ ମୁର୍ଚ୍ଛା ବି ହୋଇଯାଆନ୍ତି । ଏହି ଭୂତ ପ୍ରେତଙ୍କୁ ନେଇ କାର୍ତ୍ତିକ ପୂର୍ଣ୍ଣିମାରେ ହୁଏ ମେଳା, ଯାହାକୁ କୁହାଯାଏ ଭୂତ ମେଳା । ଯେଉଁଠିକି ଭୂତଙ୍କ ମେଳି ଜମିଥାଏ । ଏହି ମେଳାରେ ଲୋକମାନେ ଦୁଷ୍ଟ ଆତ୍ମା ଓ ସୈତାନମାନଙ୍କ ନିକଟତର ହୁଅନ୍ତି । ବିହାରର ହାଜିପୁରରେ ଆଜିର ଦିନରେ ଲାଗେ ଏପରି ମେଳା, ତାହା ପୁଣି ଶ୍ମଶାନରେ । ତାନ୍ତ୍ରିକ ଓ ଅଘୋରି ବାବା ସାଧାନ କରିବା ପାଇଁ ଦୂରଦୂରାନ୍ତରୁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଏଠାକୁ ଆସିଥାଆନ୍ତି । ବିଶ୍ବାସ ରହିଛି ପୂର୍ଣ୍ଣିମା ରାତିର ଅନ୍ଧକାରରେ ନକାରାତ୍ମକ ଶକ୍ତି ଆହୁରି ଶକ୍ତିଶାଳି ହୋଇଯାଇଥାଏ ।

ଗଙ୍ଗା ଏବଂ ଗଣ୍ଡକ କୂଳରେ ଭୂତ ମେଳା: ଏହି ମେଳା ଗଙ୍ଗା ଏବଂ ଗଣ୍ଡକ କୂଳରେ ହୋଇଥାଏ । ବିଶ୍ବାସ ରହିଛି ଯଦି ଏଠାରେ କେହି ଅସୁସ୍ଥ ବ୍ୟକ୍ତିଙ୍କୁ ଝଡାଫୁଙ୍କା କରାଯାଏ ତେବେ ସେ ରୋଗରୁ ମୁକ୍ତି ପାଇଥାନ୍ତି । ତେଣୁ ଏଠାରେ ବହୁ ସଂଖ୍ୟାରେ ଲୋକେ ସାମିଲ ହୋଇଥାନ୍ତି । ଘଟୁଥିବା ବାଧାବହିଘ୍ନ ଓ ଖରାପ ଆତ୍ମାଙ୍କଠାରୁ ମୁକ୍ତି ପାଇବା ପାଇଁ ଅଧିକାଂଶ ଲୋକେ ଶ୍ମଶାନ ପୂଜା କରନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାକୁ ଆସୁଥିବା ତାନ୍ତ୍ରିକମାନେ ମଧ୍ୟ ବିନା ପାଉଣାରେ ଲୋକଙ୍କୁ ସାହାଯ୍ୟ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ-ଭୂତ ଭୟରେ ଭୟଭୀତ ଗ୍ରାମବାସୀ, ସଚେତନ କରାଉଛି ପ୍ରଶାସନ

ତନ୍ତ୍ର ସାଧନା ଓ ଭୂତଙ୍କ ଭୟରୁ ମୁକ୍ତି ପାଇବା ପାଇଁ ଲୋକଙ୍କ ଭିଡ଼ ଜମେ: କାର୍ତ୍ତିକ ପୂର୍ଣ୍ଣିମା ରାତିରେ ଶ୍ମଶାନରେ ଭୂତ ମେଳା ହୋଇଥାଏ । ଦୂରଦୂରାନ୍ତରୁ ହଜାର ହଜାର ଲୋକ ଏଠାକୁ ଆସିଥାଆନ୍ତି । ପୁରୁଷ, ମହିଳାଙ୍କ ବ୍ୟତୀତ ଛୋଟ ପିଲାମାନେ ମଧ୍ୟ ଏଥିରେ ସାମିଲ ହୋଇଥାଆନ୍ତି । ବିଶ୍ୱାସ ରହିଛି ଯେ, ଏଠାରେ ପୂଜା କରିବା ପରେ ଭୂତ, ପ୍ରେତ, ଡାହାଣି, ଚିରୁକୁଣୀଙ୍କ ଖରାପ ପ୍ରଭାବ ଦୂର ହୋଇଥାଏ ।

ନାଟୁଆ ନୃତ୍ୟ: ଏହି ମେଳାରେ ନାଟୁଆ ନୃତ୍ୟ ହୋଇଥାଏ । ଯେଉଁ ମହିଳାମାନେ ସନ୍ତାନ ପ୍ରାପ୍ତିର ଶୁଖ ପାଇ ପାଇନଥାନ୍ତି ସେମାନେ ତାଙ୍କ ଶାଢ଼ି କାନିରେ ନାଟୁଆ ନୃତ୍ୟ କରାଯାଏ । ନାଟୁଆର ଅର୍ଥ ହେଉଛି କିନ୍ନର । କିନ୍ତୁ ଏଠାରେ ପ୍ରାୟତ ପୁରୁଷମାନେ ଶାଢି ପିନ୍ଧି ନୃତ୍ୟ କରିଥାଆନ୍ତି ।

ପ୍ରଶାସନ ଏହି ମେଳାର ତଦାରଖ କରେ: ଏହି ସ୍ୱତନ୍ତ୍ର ମେଳା ପାଇଁ ଜିଲ୍ଲା ପ୍ରଶାସନକୁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରିବାକୁ ପଡ଼ିଥାଏ । ବହୁ ସଂଖ୍ୟକ ପୋଲିସ କର୍ମଚାରୀ ମେଳାରେ ନିୟୋଜିତ ହୋଇଥାଆନ୍ତି । ସିସିଟିଭି ମଧ୍ୟ ଲଗାଯାଇଥାଏ । ପରମ୍ପରା ନାମରେ ଅନ୍ଧବିଶ୍ବାସରେ ବସବର୍ତ୍ତି ହୋଇ ଏହି ମେଳାର ଆୟୋଜନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.