ETV Bharat / bharat

କେରଳରେ କୋଭିଡ ସେଣ୍ଟର ଖୋଲିଲା ଭାରତ ପେଟ୍ରୋଲିଅମ - କୋଭିଡ ସେଣ୍ଟର ଖୋଲିଲା ଭାରତ ପେଟ୍ରୋଲିଅମ

ଭାରତ ପେଟ୍ରୋଲିଅମ କେରଳର କୋଚି ରେଫିନାରୀ ପରିସରରେ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲିଛି । ଅଧିକ ପଢନ୍ତୁ...

କେରଳରେ କୋଭିଡ ସେଣ୍ଟର ଖୋଲିଲା ଭାରତ ପେଟ୍ରୋଲିଅମ

author img

By

Published : May 15, 2021, 3:23 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ବିରୋଧରେ ଚାଲିଥିବା ସଂଘର୍ଷ ଜାରି ରଖିଛି ଦେଶ । ବିଭିନ୍ନ ସଂସ୍ଥା ଦେଶରୁ ଏହି ମହାମାରୀର ମୁକୁଳିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କେରଳର କୋଚି ରିଫାଇନାରୀ ପରିସରରେ ଭାରତ ପେଟ୍ରୋଲିଅମ 100 ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟର ଖୋଲିଥିବା ସୂଚନା ମିଳିଛି ।

ଏହି କୋଭିଡ ସେଣ୍ଟରକୁ ବିପିସିଏଲ ପକ୍ଷରୁ ମାଗଣାରେ ମେଡ଼ିକାଲ ଅକ୍ସିଜେନ, ବିଦ୍ୟୁତ ଓ ପାଣି ଯୋଗାଇ ଦିଆଯାଉଛି । ଅକ୍ସିଜେନକୁ ଷ୍ଟେନଲେସ ଷ୍ଟିଲର ଏକ ପାଇପ ଦ୍ବାରା ଯୋଗାଯାଉଛି । ଏହି କୋଭିଡ ସେଣ୍ଟରକୁ 1500 ଶଯ୍ୟା ବିଶିଷ୍ଟ କରିବା ପାଇଁ ବିପିସିଏଲ ଲକ୍ଷ୍ୟ ରଖିଛି । ଏହାସହିତ ଭାରତ ପେଟ୍ରୋଲିଅମ ରାଜ୍ୟର କୋଚି ରିଫାଇନାରୀରୁ 100 ମେଟ୍ରିକ ଟନ ଅକ୍ସିଜେନ ପ୍ରତି ମାସରେ ପଠାଉଛି । ମୁମ୍ବାଇ ଓ ବିନା ରିଫାଇନାରୀ ମଧ୍ୟ ପ୍ରତି ମାସରେ 600 ମେଟ୍ରିକ ଟନ ଅକ୍ସିଜେନକୁ ସରକାରୀ ହସ୍ପିଟାଲ ଓ ମେଡିକାଲ ସେଣ୍ଟରକୁ ପଠାଉଛି ।

କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିପିସିଏଲ PSA ଅକ୍ସିଜେନ ପ୍ଲାଣ୍ଟକୁ ମହାରାଷ୍ଟ୍ରର 2ଟି ସରକାରୀ ହସ୍ପିଟାଲ ଓ ମଧ୍ୟପ୍ରଦେଶର 5ଟି ହସ୍ପିଟାଲକୁ ପଠାଉଥିବା ସୂଚନା ମିଳିଛି । ଏହି ବିପଦ ସମୟରେ ଭାରତ ପେଟ୍ରୋଲିଅମ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ସବୁବେଳେ ଆଗରେ ରହିଛି ବୋଲି କୋଚି ରିଫାଇନାରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ସଞ୍ଜୟ ଖାନ୍ନା କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.