ETV Bharat / bharat

ଫେଷ୍ଟିଭ ସିଜନ ପାଇଁ ଜୁମ ଆପର ତୋଫା; ହଟିଲା 40 ମିନିଟିଆ ଅବଧି

ଆଗାମୀ ଦିନରେ ବହୁ ଛୁଟି ଦିନ ଆସୁଥିବାରୁ ଜୁମ୍‌ ଆପ୍‌ ପୂର୍ବରୁ ଲାଗୁ କରିଥିବା 40 ମିନିଟ ଧରି ମାଗଣା ଆପ୍‌କୁ ବ୍ୟବହାର କରିବାର ସମୟସୀମାକୁ ହଟାଇ ଦେଇଛି । ଫଳରେ ବ୍ୟବହାରୀକାରୀମାନେ ଏହି ଫେଷ୍ଟିଭ ସିଜନରେ ଜୁମ୍‌ ଆପ୍‌ର ଭରପୂର ମଜା ଉଠାଇ ପାରିବେ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

author img

By

Published : Dec 19, 2020, 1:26 PM IST

Zoom lifts 40-minute limit for free users on upcoming holidays
ଛୁଟିଦିନ ପାଇଁ 40 ମିନିଟର ସୀମା ଉଠାଇଲା ZOOM ଆପ୍‌

ନୂଆଦିଲ୍ଲୀ: ଭିଡିଓ ମିଟିଙ୍ଗ ଆପ୍ ଜୁମ୍ ଆଗାମୀ ଛୁଟିଦିନ ପାଇଁ ମାଗଣା ଆକାଉଣ୍ଟରେ ଲାଗୁ କରିଥିବା 40 ମିନିଟର ସେବାକୁ ହଟାଇ ଦେଇଛି, ଯାହାଦ୍ବାରା ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ମିଟିଙ୍ଗରେ ରହିପାରିବେ। ଏହି କମ୍ପାନୀ ହନୁକ୍କା, ଖ୍ରୀଷ୍ଟମାସ , ନୂଆ ବର୍ଷ ଏବଂ ଆଫ୍ରିକୀୟ- ଆମେରିକୀୟ ପର୍ବ କ୍ବାନଜା ପାଇଁ ଏହି ସେବାକୁ ଲାଗୁ କରିଛି । ଜୁମ୍ ପୂର୍ବରୁ ଧନ୍ୟବାଦ ଦିବସ ପାଇଁ ଗତ ମାସରେ ଏହାର 40 ମିନିଟର ସେବାକୁ ଉଠାଇ ଲୋକମାନଙ୍କୁ ମାଗଣା ସେବା ଯୋଗାଇଥିଲା ।

ଆଫ୍ରିକୀୟ- ଆମେରିକୀୟ ପର୍ବ କ୍ବାନଜା ଏକ ବାର୍ଷିକ ପର୍ବ ଯାହାକି ଡିସେମ୍ବର 26 ତାରିଖରୁ ଜାନୁଆରୀ 1 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ଲୋକମାନଙ୍କ ଜୀବନଯାପନ, କାର୍ଯ୍ୟ ଏବଂ ବିଭିନ୍ନ ପର୍ବପର୍ବାଣି ପାଳନ ଆଦିର ଢାଞ୍ଚା ବଦଳିଛି । ଚଳିତ ବର୍ଷ ଅନ୍ୟ ସବୁ ପରି ଛୁଟିଦିନ ମଧ୍ୟ ସମାନ ଦେଖାଯାଉନାହିଁ । ସାମାଜିକ ଦୂରତା ରକ୍ଷା କରି କୋରୋନା ସଂକ୍ରମଣକୁ ଦୂରୀଭୂତ କରିବା ପାଇଁ ଲୋକମାନେ ସାବଧାନତା ଅବଲମ୍ବନ କରୁଛନ୍ତି । ଜନଗହଳିପୂର୍ଣ୍ଣ ସ୍ଥାନକୁ ଲୋକମାନେ ଅଧିକ ଯାଉନଥିବା ବେଳେ ଭର୍ଚ୍ଚୁଆଲ ମାଧ୍ୟମର ସହାୟତା ଲୋଡୁଛନ୍ତି ।

ଲୋକମାନେ ପର୍ବପର୍ବାଣି ସମୟରେ ଭିଡିଓ କଲିଂ ମାଧ୍ୟମରେ ନିଜ ଆତ୍ମୀୟ ଜନଙ୍କ ସହ କଥାବାର୍ତ୍ତା କରିବା ପାଇଁ ଜୁମ୍‌ କମ୍ପାନୀ ପକ୍ଷରୁ ଏହି ସେବା ଏହାର ବ୍ୟବହାରକାରୀଙ୍କୁ ଯୋଗାଇ ଦିଆଯାଇଛି । 2021 ମସିହା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ମିଟିଙ୍ଗର ହୋଷ୍ଟ କଲ୍‌ର ସମୟସୀମାକୁ 24 ଘଣ୍ଟାକୁ ବୃଦ୍ଧି କରାଯାଇଛି, ଯାହାକୁ ପୂର୍ବରୁ 2ରୁ 4 ଘଣ୍ଟା ପରି ସମୟସୀମା ରହିଥିଲା । କୋରୋନା ମହାମାରୀ ସମୟରେ ଜୁମ ଆପ୍‌ ଯୋଗୁଁ ବହୁ କାର୍ଯ୍ୟାଳୟର କାମଗୁଡିକ ଘରେ ରହି ମଧ୍ୟ ହୋଇପାରୁଥିଲା । ଏହି ସମୟରେ ଜୁମ୍‌ ଆପ୍‌ର ଲୋକପ୍ରିୟତା ବଢିଥିଲା ।

ତେବେ ଲୋକପ୍ରିୟତା ବଢିବା ପରେ ଏହି ଆପ୍‌ର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ମଧ୍ୟ ଆସିଥିଲା । ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅନେକ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ କମ୍ପାନୀ କାର୍ଯ୍ୟକୁ ଆଗେଇ ନେଇଥିଲା । ଆମନ୍ତ୍ରିତ ହୋଇନଥିବା ବ୍ୟବହାରକାରୀଙ୍କଠାରୁ ମିଟିଙ୍ଗକୁ ସୁରକ୍ଷା ଦେବା ଲାଗି ମିଟିଂ ପାସକୋଡ୍ ଅନ୍ ରଖିବା ଉଚିତ ବୋଲି କମ୍ପାନୀ ପକ୍ଷରୁ ବ୍ୟବହାରକାରୀଙ୍କୁ ସତର୍କ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.