ETV Bharat / bharat

ପୋଷା କୁକୁର ଚୋରି କଲା ଜୋମାଟୋ ଡେଲିଭରୀ ବଏ

ପୁନେରେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ଡେଲିଭରୀ ବଏ ଜଣଙ୍କ ଏକ ପୋଷା କୁକୁର ଚୋରି କରି ନେଇଯାଇଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଚର୍ଚ୍ଚିତ ଅନଲାଇନ ଫୁଡ୍‌ ଡେଲିଭରୀ ସାଇଟ୍‌ "ଜୋମାଟୋ"ର ଡେଲିଭରୀ ବଏ ।

କୁକୁର ଚୋରି କଲା ଜୋମାଟୋ ଡେଲିଭରୀ ବଏ
author img

By

Published : Oct 9, 2019, 6:27 AM IST

ପୁନେ: ସାଧାରଣତଃ ଆପଣ ଅନଲାଇନରେ ଖାଦ୍ୟ ଅର୍ଡର କଲେ, ଡେଲିଭରୀ ବଏ ଆପଣଙ୍କ ଅର୍ଡର ଦେଇ ଯାଇଥାଏ । ଆଉ ଆପଣଙ୍କ ବିଲ ଅନୁସାରେ ପିଇସା ନେଇଥାଏ । କିନ୍ତୁ ପୁନେରେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ଡେଲିଭରୀ ବଏ ଜଣଙ୍କ ଏକ ପୋଷା କୁକୁର ଚୋରି କରି ନେଇଯାଇଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଚର୍ଚ୍ଚିତ ଅନଲାଇନ ଫୁଡ୍‌ ଡେଲିଭରୀ ସାଇଟ୍‌ "ଜୋମାଟୋ"ର ଡେଲିଭରୀ ବଏ ।

ପୁନେର ବନ୍ଦନା ଶାହା ନାମକ ଜଣେ ମହିଳା ଗତକାଲି ତାଙ୍କ ପୋଷା କୁକୁର "ଡୋଟ୍ଟୁ" ହଜିଯାଇଥିବା ନେଇ ଏକ ଟ୍ବିଟ କରିଥିଲେ । ଏଥି ସହ ନିଜ ଘର ନିକଟବର୍ତ୍ତୀ ଆଖପାଖ ସ୍ଥାନରେ ଖୋଜିଥିଲେ । ମାତ୍ର କୁକୁରଟିକୁ ପାଇ ନଥିଲେ । ତେବେ ପରଦିନ ସକାଳେ ସେ ଜାଣିବାକୁ ପାଇଲେ ଯେ, ତୁଷାର ନାମକ ଜଣେ ଜୋମାଟୋ ଡେଲିଭରୀ ବଏ ତାଙ୍କ କୁକୁରଟିକୁ ପାଇଛି । ଫଳରେ ସେ ତୁରନ୍ତ ତୁଷାରର ଠିକଣା ବାହର କରି କୁକୁର ବିଷୟରେ ପଚାରି ଥିଲେ ।

ମାତ୍ର ତୁଷାର ତାଙ୍କ କଥାକୁ ଟାଳି ଦେଇଥିବା ଶାହା କହିଛନ୍ତି । କୁକୁର କଥା ପଚାରିବାରୁ, ସେ ଏଣୁ ତେଣୁ ବାହାନା କରିଥିଲା । କୁକୁର ବଦଳରେ ଟଙ୍କା ଯାଚିବାରୁ ସେ କୁକୁରକୁ ଗାଁକୁ ପଠାଇ ଦେଇଥିବା ମଧ୍ୟ କହିଥିଲା । ଆଉ ପରେ ନିଜର ଫୋନକୁ ବନ୍ଦ କରି ଦେଇଥିବା ଶାହା (କୁକୁର ମାଲିକାଣି) କହିଛନ୍ତି ।

ତେବେ ଏନେଇ ସେ ଜୋମାଟୋ ସାଇଟରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ଜୋମାଟ ଏହାର ତଦନ୍ତ କରି ତାଙ୍କ କୁକୁର ଫେରାଇ ଦେବାର ପ୍ରତିଶୃତି ମଧ୍ୟ ଦେଇଛି ।

Intro:Body:

testing 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.