ETV Bharat / bharat

'300 ବୁଥରେ ପଡିନାହିଁ ଗୋଟିଏ ବି ଭୋଟ'

ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ସରିଥିବାବେଳେ ରାଜ୍ୟର 300ଟି ମତଦାନ କେନ୍ଦ୍ରରେ ଗୋଟିଏ ବି ଭୋଟ ପଡି ନଥିବା ନିର୍ବାଚନ ଆୟୋଗ ସୂତ୍ରରୁ ସୂଚନା ମିଳିଛି ।

author img

By

Published : May 7, 2019, 1:32 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଜମ୍ମୁ-କଶ୍ମୀର: ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ସରିଥିବାବେଳେ ରାଜ୍ୟର 300ଟି ମତଦାନ କେନ୍ଦ୍ରରେ ଗୋଟିଏ ବି ଭୋଟ ପଡି ନଥିବା ନିର୍ବାଚନ ଆୟୋଗ ସୂତ୍ରରୁ ସୂଚନା ମିଳିଛି ।

ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଓ ଲାଦାଖ ଆସନରେ ମତଦାନ ସମୟରେ ଆତଙ୍କବାଦୀଙ୍କ ଧମକର ପ୍ରଭାବ ଦେଖିବାକୁ ମିଳିଥିଲା । ଅନନ୍ତନାଗରେ କେବଳ 2.38 ପ୍ରତିଶତ ଭୋଟ ରେକର୍ଡ ହୋଇଥିବାବେଳେ ପୁଲଓ୍ବାମାର ଗୋଟିଏ ବୁଥରେ ଶୁନ ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

ପୁଲଓ୍ବାମାର ଏକ ବୁଥ ପାଖରେ ଗ୍ରେନେଡ ଆକ୍ରମଣ ହେବା ପରେ କୌଣସି ମତଦାତା ଭୋଟ ଦେବାକୁ ପହଁଞ୍ଚି ନଥିଲେ । ଅନ୍ୟପକ୍ଷରେ ଅନନ୍ତନାଗ ଜମ୍ମୁ ଓ କାଶ୍ମୀରର ସବୁଠୁ ଅଧିକ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ଏଠାରେ ତିନୋଟି ପର୍ଯ୍ୟାୟରେ ମତଦାନ ହୋଇଥିବାବେଳେ ଲଗାତାର ଏଠାରେ ମତଦାନ ପ୍ରତିଶତ କମିଥିବା ଦେଖିବାକୁ ମିଳିଛି ।

ଏପ୍ରିଲ 23 ତାରିଖରେ ହୋଇଥିବା ତୃତୀୟ ପର୍ଯ୍ୟାୟରେ 12.86 ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବାବେଳେ ଏପ୍ରିଲ 29 ତାରିଖ ଚତୁର୍ଥ ପର୍ଯ୍ୟାୟରେ 8.72 ପ୍ରତିଶତ ଓ ମେ 6 ତାରିଖ ଶେଷ ପର୍ଯ୍ୟାୟରେ 2.38 ପ୍ରତିଶତ ମତଦାନ ହୋଇଛି ।

Intro:Body:

df

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.