ଥିରୁଅନନ୍ତପୁରମ: ୟୁଟୁବର ବିଜୟ ପି ନାୟାରଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଭାଗ୍ୟଲକ୍ଷ୍ମୀ ଏବଂ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଖୋଜାଖୋଜି କରୁଛି ।
ପୋଲିସର ସୂଚନା ଅନୁଯାୟୀ ଭାଗ୍ୟଲକ୍ଷ୍ମୀ ଏବଂ ଅନ୍ୟ ଅଭିଯୁକ୍ତ ଦିୟା ସାନା ଏବଂ ଶ୍ରୀଲକ୍ଷ୍ମୀ ଆରାକ୍କାଲଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଛି। ଏମାନଙ୍କୁ ଖୋଜିବାକୁ ପୋଲିସ ଚେଷ୍ଟା ଜାରି ରଖିଛି | ଏହି 3 ଜଣଙ୍କ ଜାମିନ ଆବେଦନକୁ କୋର୍ଟ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ