ETV Bharat / bharat

ଟିକଟକକୁ ଟକ୍କର ଦେବ ୟୁଟ୍ୟୁବ୍

ୟୁଟ୍ୟୁବର ଏହି ନୂଆ ଭିଡିଓ ସେଗମେଣ୍ଟ ଟିକଟକ୍ ଏବଂ ଇନଷ୍ଟାଗ୍ରାମର ରିଲ ଫିଚର ସହ ସମାନ । ପୂର୍ବରୁ ଏହି 2ଟି ଆପ୍ ଏପରି ଭାବରେ ୟୁଜର୍ସଙ୍କୁ ଭିଡିଓ ପ୍ରସ୍ତୁତ କରିବାର ସୁବିଧା ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 26, 2020, 3:59 PM IST

ଟିକଟକକୁ ଟକ୍କର ଦେବ ୟୁଟ୍ୟୁବ୍
ଟିକଟକକୁ ଟକ୍କର ଦେବ ୟୁଟ୍ୟୁବ୍

ହାଇଦ୍ରାବାଦ: ଟିକଟକ୍ ଆପକୁ ଟକ୍କର ଦେବାକୁ ଯାଉଛି ୟୁଟ୍ୟୁବ୍ । କମ୍ପାନୀ ପକ୍ଷରୁ ଏକ ନୂଆ ଫିଚର ବାହାରିବାକୁ ଯାଉଛି । ଏଥିରେ ଟିକଟକ୍ ଭଳି ଛୋଟ ଛୋଟ ଭିଡିଓ ବନାଇପାରିବେ ୟୁଜର୍ସ । ଏହାର ବିଭିନ୍ନ ପ୍ରକାର ବିଭାଗ ରହିବ । କୌଣସି ଗୋଟିଏ ପ୍ରକାର ସେଗମେଣ୍ଟରେ ଭିଡିଓ ବନାଇବାର କିଛି ନିୟମ ରହିବନି ବୋଲି କମ୍ପାନୀ ପ୍ରକାଶ କରିଛି ।

ଖବର ଅନୁସାରେ ୟୁଟ୍ୟୁବର ଏହି ନୂଆ ଭିଡିଓ ସେଗମେଣ୍ଟ ଟିକଟକ୍ ଏବଂ ଇନଷ୍ଟାଗ୍ରାମର ରିଲ ଫିଚର ସହ ସମାନ । ପୂର୍ବରୁ ଏହି 2ଟି ଆପ୍ ଏପରି ଭାବରେ ୟୁଜର୍ସଙ୍କୁ ଭିଡିଓ ବନାଇବାର ସୁବିଧା ଦେଇଛନ୍ତି । ଏଥିପାଇଁ ଏକ ଆପ୍ ଦ୍ବାରା କ୍ରିଏଟ୍ ଏ ଭିଡିଓ ବଟନ୍ କ୍ରିଏଟ କରିବ କମ୍ପାନୀ । ଯାହା ଉପରେ ଟାପ୍ କରି କ୍ଲିକ୍ କରିବାକୁ ପଡିବ । ଭିଡିଓ ସୁଟ୍ ହେବା ପରେ ଏହାକୁ ରିଲିଜ କରିଦେଲେ ଗୋଟିଏ ଭିଡିଓ ତିଆରି ହୋଇପାରିବ । ଏହିପରି ବିଭିନ୍ନ ଛୋଟ ଛୋଟ ଭିଡିଓ 15 ସେକେଣ୍ଡ ଯାଏଁ ୟୁଜର୍ସ ବନାଇପାରିବେ । ଏହାପରେ ଏସବୁକୁ ଏକାଠି କରି ୟୁଟ୍ୟୁବ୍ ଏକ ସିଙ୍ଗଲ ଭିଡିଓରେ ପବ୍ଲିସ କରିବ । ଟିକଟକ୍ ଏପରି ଭାବେ ନିଜ ୟୁଜର୍ସଙ୍କୁ ଭିଡିଓ କରିବା ସୁବିଧା ଦେଇଛି ।

ଯଦି 15 ସେକେଣ୍ଡରୁ ଅଧିକ ସମୟର ଭିଡିଓ ବନାଇବାକୁ ୟୁଜର୍ସ ଚାହାନ୍ତି ତେବେ ସେମାନେ ନିଜ ଫୋନ୍ ଗ୍ୟାଲେରୀରୁ ଏହାକୁ ଅପଲୋଡ୍ କରିପାରିବେ । ଏଥିପାଇଁ ସେମାନେ ଆପର ସାହାଯ୍ୟ ନେଇପାରିବେନି । ଆପ୍ ଦ୍ବାରା କେବଳ ରେକର୍ଡିଂ ଭିଡିଓ 15 ସେକେଣ୍ଡ ଯାଏଁ ଚାଲିପାରିବ ବୋଲି କମ୍ପାନୀ ପ୍ରକାଶ କରିଛି । ଏହା କେବଳ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଉପଲବ୍ଧ ବୋଲି ଜଣାପଡିଛି । ବର୍ତ୍ତମାନ ପାଇଁ ଏହାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି । ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟକାରିତା ନେଇ କମ୍ପାନୀ ବିଚାର କରିବ । ତେବେ ଟିକଟିକକୁ ଏହା ଭବିଷ୍ୟତରେ ଟକ୍କର ଦେବାକୁ ଯାଉଛି ବୋଲି ସ୍ପଷ୍ଟ ହୋଇଛି ।

ଏହାସହ ୟୁଟ୍ୟୁବ୍ ଆଉ ଏକ ନୂଆ ଫିଚର ବାହାର କରିବାକୁ ଯାଉଛି । ବର୍ତ୍ତମାନ ୟୁଜର୍ସଙ୍କ ସେଟିଙ୍ଗରେ କେବଳ କିଛି ନିର୍ଦ୍ଦିଷ୍ଟ ଭାଷା ସିଲେକ୍ଟ କରିବାର ଅପସନ ରହିଛି । ଭଏସ ସର୍ଚ୍ଚ ପାଇଁ ଏଥିରେ ୟୁଜର୍ସମାନେ ବିଭିନ୍ନ ଭାଷାର ସୁଯୋଗ ପାଇପାରିବେ ବୋଲି କମ୍ପାନୀ ପ୍ରକାଶ କରିଛି । ଏଥିପାଇଁ ଭବିଷ୍ୟତରେ ଏକ ନୂଆ ଫିଚର ଆଣିବା ଉପରେ ଏହା କାର୍ଯ୍ୟ କରୁଛି । ବର୍ତ୍ତମାନ ପଞ୍ଜାବୀ, ଉଜବେକ୍, ବର୍ମିଜ ଏବଂ ଇଷ୍ଟୋନିଆନ୍ ପାଇଁ ଏହି ପରୀକ୍ଷା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.