ETV Bharat / bharat

‘ଆଜିର ଯୁବପିଢି ନେତାଜୀଙ୍କ ଜୀବନୀ ଅନୁସରଣ କରିବା ଆବଶ୍ୟକ’

author img

By

Published : Jan 23, 2021, 9:58 PM IST

ଆଜିର ଯୁବପିଢି ନେତାଜୀଙ୍କ ଜୀବନୀକୁ ଅନୁସରଣ କରିବା କଥା ବୋଲି ପରାମର୍ଶ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଅଧିକ ପଢନ୍ତୁ ....

‘ଆଜିର ଯୁବପିଢି ନେତାଜୀଙ୍କ ଜୀବନି ଅନୁସରଣ କରିବା ଆବଶ୍ୟକ’

ନୂଆଦିଲ୍ଲୀ: ଯୁବକମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନରୁ ପ୍ରେରଣା ପାଇବା ନିହାତି ଆବଶ୍ୟକ । ସମାଜରୁ ଦାରିଦ୍ର୍ୟ, ନିରକ୍ଷରତା, ସାମାଜିକ ତଥା ଲିଙ୍ଗଗତ ଭେଦଭାବ ତଥା ଦୁର୍ନୀତି ଦୂର କରିବା ପାଇଁ ନେତାଜୀଙ୍କ ଜୀବନୀ ବେଶ ପ୍ରେରଣାଦାୟୀ । ତେଣୁ ଆଜିର ଯୁବପିଢି ନେତାଜୀଙ୍କ ଜୀବନୀକୁ ଅନୁସରଣ କରିବା କଥା । ଆଜିର ଯବପିଢିକୁ ଏପରି ପରାମର୍ଶ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇ଼ଡୁ ।

ଉପରାଷ୍ଟ୍ରପତି କହିଛନ୍ତି ଯେ ଭାରତର ଜନସଂଖ୍ୟାର 65% 35 ବର୍ଷରୁ କମ । ଏକ ନୂତନ ଭାରତ ନିର୍ମାଣରେ ଯୁବଗୋଷ୍ଠୀ ଆଗୁଆ ହେବା ଉଚିତ । ସେହିପରି ସେ ନେତାଜୀଙ୍କ ସମ୍ପର୍କରେ କହିଛନ୍ତି "ପରାକ୍ରମ" ବା ସାହସ ହେଉଛି ନେତାଜୀଙ୍କ ବ୍ୟକ୍ତିତ୍ବର ସବୁଠାରୁ ପରିଭାଷିତ ବୈଶିଷ୍ଟ୍ୟ । ନେତାଜୀଙ୍କ ଜନ୍ମଦିନକୁ "ପରାକ୍ରମ ଦିବସ" ଭାବରେ ପାଳନ କରିବାକୁ ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି ।

ନେତାଜୀଙ୍କ 125 ଜନ୍ମ ବାର୍ଷିକୀ ପାଳନ ପାଇଁ ହାଇଦ୍ରାବାଦର ତେଲେଙ୍ଗାନା ସରକାରଙ୍କ ଏମସିଆର ମାନବ ସମ୍ବଳ ବିକାଶ ପ୍ରତିଷ୍ଠାନରେ ଫାଉଣ୍ଡେସନ ପାଠ୍ୟକ୍ରମରେ ଯୋଗଦେଉଥିବା ଅଧିକାରୀ ପ୍ରଶିକ୍ଷକମାନଙ୍କୁ ନାଇଡୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି ।

ନେତାଜୀ ଏବଂ ବିଭିନ୍ନ ସ୍ବାଧୀନତା ସଂଗ୍ରାମୀ, ସାମାଜିକ ସଂସ୍କାରକ, ବିଭିନ୍ନ ଅଞ୍ଚଳର ଅଣସଂରକ୍ଷିତ ନାୟକ ମାନଙ୍କ ପ୍ରମୁଖ ଭୂମିକା ବିଷୟରେ ସେ କହିଛନ୍ତି ଯେ ଇତିହାସ ପୁସ୍ତକରେ ସେମାନଙ୍କର ଅବଦାନ ଠିକ୍ ଭାବରେ ଆକଳନ କରାଯାଇ ନ ଥିବାରୁ ଅନେକ ଲୋକ ସେମାନଙ୍କର ମହାନତା ବିଷୟରେ ଅବଗତ ନୁହଁନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ଆମର ଅନେକ ମହାନ ନେତାଙ୍କ ଜୀବନକୁ ପାଳନ କରିବାକୁ ପଡ଼ିବ। ଆମକୁ ସଙ୍କୀର୍ଣ୍ଣ ମାନସିକତାରୁ ବାହାରକୁ ଆସିବାକୁ ପଡ଼ିବ ବୋଲି କହିଛନ୍ତି ଉପରାଷ୍ଟ୍ରପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.