ETV Bharat / bharat

ଅନଲାଇନରେ ଅର୍ଡର ଦେଇଥିଲେ ମୋବାଇଲ, ଆସିଲା ବିସ୍କୁଟ

author img

By

Published : Oct 9, 2020, 12:24 PM IST

ଯୁବକଙ୍କ ପାଇଁ ମହଙ୍ଗା ପଡିଲା ଅନଲାଇନ ସପିଂ । ମୋବାଇଲ ଫୋନ୍ ଅର୍ଡର କରିଥିଲେ ହେଲେ ଆସିଲା ବିସ୍କୁଟ ପ୍ୟାକେଟ । ଅଧିକ ପଢନ୍ତୁ...

ମହଙ୍ଗା ପଡିଲା ଅନଲାଇନ ସପିଂ
ମହଙ୍ଗା ପଡିଲା ଅନଲାଇନ ସପିଂ

ଚଣ୍ଡିଗଡ: ବର୍ତ୍ତମାନର ଯୁବପୀଢି ବହୁଳ ମାତ୍ରାରେ ଅନଲାଇନ୍ ସପିଂ କରୁଥିବାବେଳେ ହରିୟାଣା ଯମୁନାନଗର ଜିଲ୍ଲାର କୋର୍ଟ କଲସିଆର ଜଣେ ଯୁବକଙ୍କ କ୍ଷେତ୍ରରେ ଏହା ମହଙ୍ଗା ପଡିଛି । ଅନଲାଇନରେ ମୋବାଇଲ ଫୋନ ଅର୍ଡର କରିଥିବା ଯୁବକଙ୍କ ପାଖକୁ ଆସିଛି 3 ପ୍ୟାକେଟ୍ ବିସ୍କୁଟ୍ ।

ସୂଚନା ଅନୁଯାୟୀ ଉପରୋକ୍ତ ଜିଲ୍ଲାର ହରପ୍ରୀତ ସିଂ ନାମକ ଜଣେ ଯୁବକ ଏକ ଅନଲାଇଲ ସପିଂ ଓ୍ବେବସାଇଟରୁ 11 ହଜାର ଟଙ୍କାର ଏକ ମୋବାଇଲ ଫୋନ ଅର୍ଡର କରିଥିଲେ । 2 ଦିନ ପରେ ତାଙ୍କୁ ଅର୍ଡର ଡେଲିଭର ହୋଇଥିଲା । ହେଲେ ପ୍ୟାକେଟରେ ମୋବାଇଲ ବଦଳରେ 3 ପ୍ୟାକେଟ ବିସ୍କୁଟ ରହିଥିଲା । ପ୍ୟାକେଟରେ ବିସ୍କୁଟ ଦେଖି ହରପ୍ରୀତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ହରପ୍ରୀତ ଏ ବାବଦରେ ସମ୍ପୃକ୍ତ ଅନଲାଇନ ସପିଂ ଓ୍ବେବସାଇଟ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା । ତେଣୁ ହରପ୍ରୀତ ଏନେଇ ପୋଲିସକୁ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ପୋଲିସ ମାମଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.