ETV Bharat / bharat

ପବଜୀ ବ୍ୟାନରେ ମର୍ମାହତ ଯୁବକ, ଷ୍ଟୋର ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Sep 12, 2020, 12:09 PM IST

ପବଜୀ ନେଲା ଜୀବନ । ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ.....

young man commits suicide at anantapur after bupg ban
ପବଜୀ ପାଇଁ ଆତ୍ମହତ୍ୟା କଲେ ଯୁବକ

ଅମରାବତୀ : ପବଜୀ ନେଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ । ପବଜୀ ବ୍ୟାନ ହେବାରୁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ କିରନ କୁମାର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଅନନ୍ତପୁର ରେଭିନ୍ୟୁ କଲୋନୀରେ ରହୁଥିବା କିରଣ ଗତ 5 ତାରିଖରେ ନିଖୋଜ ହୋଇ ଯାଇଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ କିରଣଙ୍କୁ ଖୋଜାଖୋଜି କରିଥିଲା । ହେଲେ ପାଇ ନ ଥିଲା । କିନ୍ତୁ ତାଙ୍କ ଷ୍ଟୋର ରୁମରୁ କିରନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ମୃତଦେହ ଉଦ୍ଧାର କରିବା ସହ ଛାନଭିନ ଜାରି ରଖିଛି । ତେବେ ପବଜୀ ବ୍ୟାନ ହେବା ପର ଠାରୁ ସେ ମାନସିକ ଚାପରେ ରହୁଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.