ETV Bharat / bharat

ଲୋକତନ୍ତ୍ର ସୁରକ୍ଷା ପାର୍ଟିର ଯୁବ ନେତାଙ୍କୁ ଗୁଳି କରି ହତ୍ୟା - ମନୋଜ ଭାଟି ହତ୍ୟାକାଣ୍ଡ

ଫରିଦାବାଦରେ ଲୋକ ତାନ୍ତ୍ରିକ ସୁରକ୍ଷା ପାର୍ଟିର ଜଣେ ଯୁବ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁବୃର୍ତ୍ତ । ପଢନ୍ତୁ ଅଧିକ.....

ଲୋକତାନ୍ତ୍ର ସୁରକ୍ଷା ପାର୍ଟିର ଯୁବ ନେତାଙ୍କୁ ଗୁଳି କରି ହତ୍ୟା

author img

By

Published : Dec 23, 2020, 10:48 PM IST

ନୂଆଦିଲ୍ଲୀ: ଫରିଦାବାଦରେ ଲୋକତନ୍ତ୍ର ସୁରକ୍ଷା ପାର୍ଟିର ଜଣେ ଯୁବ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁବୃର୍ତ୍ତ । ମୃତ ଯୁବନେତା ଜଣଙ୍କ ହେଲେ ମନୋଜ ଭାଟି । ତାଙ୍କ ଘର ଫରିଦାବାଦର ସେକ୍ଟର 31 ଅଞ୍ଚଳରେ ବୋଲି ଜଣାପଡିଛି । ହତ୍ୟାକାରୀମାନେ ଏକ ବିଳାସପୂର୍ଣ୍ଣ ଗାଡିରେ ଆସି ଗୁଳିରେ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏହି ଘଟଣାରେ ଅନୁସନ୍ଧାନ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ଏକ ଟିମ । ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଦାବି କରିଛି।

ଲୋକତାନ୍ତ୍ର ସୁରକ୍ଷା ପାର୍ଟିର ଯୁବ ନେତାଙ୍କୁ ଗୁଳି କରି ହତ୍ୟା

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ମୃତ ମନୋଜ ଭାଟି ସେକ୍ଟର 31 ଅଞ୍ଚଳରେ ନିଜର ସମ୍ପତ୍ତି ବିକ୍ରି କରିବା ପାଇଁ କିଛି ବନ୍ଧୁଙ୍କୁ ଭେଟିବାକୁ ଆସିଥିଲେ । ସେଠାରୁ ସେ ଫେରିବା ସମୟରେ ଏକ ଫର୍ଚୁନର ଗାଡିରେ କିଛି ଯୁବକ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ପୋଲିସ ସୂଚନାନୁସାରେ କ୍ରାଇମବ୍ରାଞ୍ଚର ଅନେକ ଟିମ୍ କ୍ରମାଗତ ଭାବେ ଏହି ଘଟଣାରେ ତଦନ୍ତ ଜାରି ରଖିଛି । ଓ ଖୁବ ଶିଘ୍ର ହତ୍ୟାକାରୀକୁ ଧରିବାରେ ସଫଳ ହେବ ବୋଲି ପୋଲିସ କହିଛି । ଅନ୍ଯପଟେ ଫରିଦାବାଦ ଅଞ୍ଚଳରେ ଦିନକୁ ଦିନ ହତ୍ଯା ଓ ଅପରାଧ ବଢି ଚାଲିଥିବାବେଳେ ପୋଲିସ ଓ ପ୍ରଶାସନର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.