କୋଲକାତା: ‘ଇଦ୍’ ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭୋଟ ରାଜନୀତି । ‘ଇଦ୍’ରେ ମୁସଲମାନ ସମ୍ପ୍ରଦାୟଙ୍କୁ ସମ୍ବୋଧନ କରିବା ସହ ତୃଣମୂଳ କଂଗ୍ରେସକୁ ସମର୍ଥନ ଦେବାକୁ କହିଲେ ଦିଦି । ଏହା ସହ କାହାରିକୁ ଭୟ ନ କରିବାକୁ ସେ କହିଛନ୍ତି ।
ତେବେ ଏହି ଅବସରରେ ସେ ବିଜେପିକୁ ପରୋକ୍ଷରେ କଟାକ୍ଷ କରିବାକୁ ମଧ୍ୟ ଭୁଲି ନାହାନ୍ତି । ଇଭିଏମ୍ ଅକ୍ତିଆରକୁ ଆଣି ବିଜୟ ହୋଇଥିବା ଦଳ ଖୁବଶିଘ୍ର ଧରାଶାୟୀ ହେବ ବୋଲି ସେ କହିଛନ୍ତି । ତେଣୁ କାହାରିକୁ ଭୟ କରିବା ଦରକାର ନାହିଁ ବୋଲି ସେ ମୁସଲମାନ ସମ୍ପ୍ରଦାୟଙ୍କୁ କହିଛନ୍ତି ।
ଦିଦି ମୁସଲିମଙ୍କ ସମର୍ଥନ ପାଇବା ଆଶାରେ କହିଛନ୍ତି, ଯଦି ଆପଣମାନେ ଆମ ସହିତ ରହିବେ ତେବେ ଦେଖିବେ0 କିପରି ଆମେ ସମସ୍ତଙ୍କ ସହ ଯୁଦ୍ଧ କରୁଛୁ । ତେଣୁ କାହାକୁ ଭୟ ନକରି ଆମକୁ ସମର୍ଥନ ଦିଅ । ଏହା ସହ ସେ କହିଛନ୍ତି ଆମକୁ ଦେଶକୁ ବଞ୍ଚାଇବାକୁ ପଡିବ ।
କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି ସେ କହିଛନ୍ତି ଆମ ସହିତ ଯିଏ ଲାଗିବ ସେ ଭାଙ୍ଗି ଚୁରମାର ହୋଇଯିବ । ସୂଚନାଥାଉକି, କେନ୍ଦ୍ରର ବିଜେପି ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ତୁତୁମେଁମେଁ ଲାଗିରହିଛି ।