ETV Bharat / bharat

ଯୋଗୀ ସରକାରଙ୍କ ନିଷ୍ପତ୍ତି, ଉନ୍ନତମାନର କୋଠାରେ ରହିବେ କନେଷ୍ଟବଳ - ଯୋଗୀ ସରକାରଙ୍କ ନିଷ୍ପତି

ପୋଲିସ କର୍ମଚାରୀଙ୍କ ପାଇଁ ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି। ବିପଦ ସଙ୍କୁଳ ବିଲ୍ଡିଂ ପରିବର୍ତ୍ତ, ଉନ୍ନତମାନରେ ହଷ୍ଟେଲ ବିଲ୍ଡିଂ ରହିବେ କନେଷ୍ଟବଳ । ଅଧିକ ପଢନ୍ତୁ....

Yogi sanctions housing facilities for policemen
ଯୋଗୀ ସରକାର ନିଷ୍ପତି,ଉନ୍ନତମାନରେ ହଷ୍ଟଲ ବିଲଡିଙ୍ଗରେ ରହିବେ କନେଷ୍ଟବଳ
author img

By

Published : Jul 6, 2020, 4:16 PM IST

ଲକ୍ଷ୍ନୌ: ଶେଷରେ ପୋଲିସର ସୁରକ୍ଷାକୁ ନେଇ ଚେତିଲେ ଯୋଗୀ ସରକାର । ବିପଦସଙ୍କୁଳ କୋଠା ପରିବର୍ତ୍ତେ, ଉନ୍ନତମାନରେ ହଷ୍ଟେଲ ବିଲ୍ଡିଂ ରହିବେ କନେଷ୍ଟବଳ । ଏନେଇ ଯୋଗୀ ସରକାର 471ଟି ଯୋଜନା ପାଇଁ 2,789 କୋଟି ଟଙ୍କାର ଅନୁମୋଦନ କରିଛନ୍ତି । ଅଗ୍ନିଶମ କେନ୍ଦ୍ର, ପୋଲିସ ଷ୍ଟେସନ ନିର୍ମାଣ ଏବଂ ନବୀକରଣ ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କାର୍ଯ୍ୟର ଅଗ୍ରଗତି ଉପରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି । ପୋଲିସ କ୍ବାର୍ଟର ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି ।

ସମସ୍ତ ପ୍ରକଳ୍ପ ପାଇଁ ନିକଟରେ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି। । ପ୍ରଥମ ଥର ପାଇଁ ପୁରୁଷ ଏବଂ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ 44 ଟି ହଷ୍ଟେଲ ନିର୍ମାଣ କରାଯାଉଛି । ଏବଂ 322ଟି ପୋଲିସ ଷ୍ଟେସନରେ ଅନୁସନ୍ଧାନକାରୀ ଅଫିସରଙ୍କ ପାଇଁ ସ୍ବତନ୍ତ୍ର କୋଠରୀ ନିର୍ମାଣ କରାଯିବ । ତଳିଆ କର୍ମଚାରୀଙ୍କ ପାଇଁ ମଧ୍ୟ ପୋଲିସ ଷ୍ଟେସନରେ ଉନ୍ନତମାନର ହଷ୍ଟେଲ ଏବଂ ବ୍ୟାରେକ ମଧ୍ୟ ନିର୍ମାଣ କରାଯିବ । ଉତ୍ତରପ୍ରଦେଶର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ବ୍ରିଜ ଲାଲ କହିଛନ୍ତି, "ଦଶନ୍ଧି ଧରି ପୋଲିସ କର୍ମଚାରୀ ଏବଂ ସେମାନଙ୍କ ପରିବାର ବ୍ରିଟିଶ କାଳରେ ତିଆରି ହୋଇଥିବା କୋଠାରେ ରହୁଛନ୍ତି । ଏପରିକି ଆଉ କେତେକ କର୍ମଚାରୀ ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ଥିବା କୋଠାରେ ପୁରା ଚାକିରି ଜୀବନ କାଟିଛନ୍ତି । ହେଲେ, ପ୍ରଥମ ପାଇଁ ଯୋଗୀ ଆଦିତ୍ୟନାଥ ସେମାନଙ୍କୁ ଉପଯୁକ୍ତ ବାସଗୃହ ଯୋଗାଇ ଦେବା ନିଷ୍ପତ୍ତି ଏକ ମହତ୍ କାର୍ଯ୍ୟ । ଯାହା ପୋଲିସ କର୍ମଚାରୀଙ୍କ ପାଇଁ ବେଶ ସହାୟକ ହେବ ।

@ IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.