ETV Bharat / bharat

ୟୁପି ମୁଖ୍ୟମନ୍ତ୍ରୀଙ୍କ ଦୁଇ ସୁରକ୍ଷାକର୍ମୀ କୋରୋନା ଆକ୍ରାନ୍ତ, ସାନିଟାଇଜ ହେବ ବାସଭବନ

author img

By

Published : Jul 16, 2020, 2:04 PM IST

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଦୁଇ ସୁରକ୍ଷା କର୍ମୀ କୋରୋନା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଉଛି ।

corona
ୟୁପି ମୁଖ୍ୟମନ୍ତ୍ରୀଙ୍କ ଦୁଇ ସୁରକ୍ଷାକର୍ମୀ କୋରୋନା ଆକ୍ରାନ୍ତ

ଲକ୍ଷ୍ନୌ: ଦେଶରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଦିନକୁ ଦିନ ଦେଶରେ କାୟା ବିସ୍ତାର କରୁଛି କୋରୋନା । ଏହା ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଦୁଇ ସୁରକ୍ଷା କର୍ମୀ କୋରୋନା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଉଛି ।

ଗତ କିଛି ଦିନ ହେବ ଦେଶର ବହୁ ନେତା ମନ୍ତ୍ରୀଙ୍କ ସମେତ ସେମାନଙ୍କ ପରିବାର କୋରୋନା ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସୁଛି । ଏହି କ୍ରମରେ ନିକଟରେ ୟୁପି କ୍ରୀଡାମନ୍ତ୍ରୀ କୋରୋନା ଆକ୍ରାନ୍ତ ଥିବା ଖବର ସାମ୍ନାକୁ ଆସିଥିଲା । ସେହିପରି ଗତ ବୁଧବାର ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ତ୍ରିପ୍ତ ରାଜିନ୍ଦରସିଂ ବାଜୱା କୋରୋନା ଆକ୍ରାନ୍ତ ଥିବା ଖବର ଆସିଥିଲା ।

ପ୍ରକାଶ ଥାଉକି, ବର୍ତ୍ତମାନ ଉତ୍ତରପ୍ରଦେଶରେ 41000 କୋରୋନା ମାମଲା ରହିଛି । ମୋଟ ମାମଲା ମଧ୍ୟରୁ 25700 କୋରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ କୋରୋନା କାରଣରୁ 1000 ଜଣ ଆକ୍ରାନ୍ତଙ୍କର ଏବେସୁଦ୍ଧା ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.