ମିରଟ: ନିଜ ହିନ୍ଦୁତ୍ବ ମନୋଭାବ ପାଇଁ ଚର୍ଚ୍ଚିତ ଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣିଥରେ ବିବାଦରେ ଫସିଛନ୍ତି । ଅଲ୍ଲୀ-ବଜରଙ୍ଗବାଲୀ ଉପରେ ମନ୍ତବ୍ୟ ଦେଇ ବିବାଦଘେରକୁ ଆସିଛନ୍ତି ଯୋଗୀ । ଏଠାରେ ଏକ ନିର୍ବାଚନୀ ରାଲିରେ ସମ୍ବୋଧନ ଦେବା ଅବସରରେ ସେ ଏପରି କହିଛନ୍ତି ।
ଯୋଗୀ କହିଥିଲେ ଯେ ଯଦି କଂଗ୍ରେସ, ଏସପି, ବିଏସପିକୁ ଅଲ୍ଲୀରେ ବିଶ୍ବାସ ଅଛି, ତେବେ ଆମକୁ ବଜରଙ୍ଗବଲୀ ଉପରେ ବିଶ୍ବାସ ଅଛି । ଅଲ୍ଲୀ ଓ ବଜରଙ୍ଗବାଲୀ ଲଢେଇରେ ଆମର ବିଜୟ ହେବ ବୋଲି ସେ ଏହି ସଭାରେ କହିଥିଲେ । ସେଠାରେ ଉପସ୍ଥିତ ଜନତା ମଧ୍ୟ ଏହାକୁ ଖୁବ ଜୋରରେ କରତାଳି ଦେଇ ସ୍ବାଗତ କରିଥିଲେ ।
-
#WATCH UP Chief Minister Yogi Adityanath at a public rally in Meerut, says, "Agar Congress, SP, BSP ko 'Ali' par vishwaas hai toh humein bhi 'Bajrangbali' par vishwaas hai." pic.twitter.com/ZwI3L5ZEFt
— ANI UP (@ANINewsUP) April 9, 2019 " class="align-text-top noRightClick twitterSection" data="
">#WATCH UP Chief Minister Yogi Adityanath at a public rally in Meerut, says, "Agar Congress, SP, BSP ko 'Ali' par vishwaas hai toh humein bhi 'Bajrangbali' par vishwaas hai." pic.twitter.com/ZwI3L5ZEFt
— ANI UP (@ANINewsUP) April 9, 2019#WATCH UP Chief Minister Yogi Adityanath at a public rally in Meerut, says, "Agar Congress, SP, BSP ko 'Ali' par vishwaas hai toh humein bhi 'Bajrangbali' par vishwaas hai." pic.twitter.com/ZwI3L5ZEFt
— ANI UP (@ANINewsUP) April 9, 2019
ତେବେ ଅଲ୍ଲୀ-ବଜରଙ୍ଗବାଲୀ ବିବାଦ ଅନେକ ଆଗରୁ ଯୋଗୀଙ୍କ ସହ ସମ୍ପୃକ୍ତି ଅଛି । ଗତବର୍ଷ ମଧ୍ୟପ୍ରଦେଶ ବିଧାନସଭା ଆସନ ପାଇଁ ଚାଲିଥିବା ପ୍ରଚାର କାର୍ଯ୍ୟରେ ମଧ୍ୟ ଏହି ବୟାନ ଦେଇ ଫସିଥିଲେ ଯୋଗୀ । ସେଠାରେ ସେ କମଳନାଥ ସରକାରଙ୍କୁ ଟାର୍ଗେଟ କରି ଏହି ମନ୍ତବ୍ୟ ଦେଇଥିଲେ ।
କିଛି ଦିନ ଆଗରୁ ମୋଦି ସେନା ବୟାନ ଦେଇ ଯୋଗୀ ଫସିଥିଲେ । ଭାରତୀୟ ନିର୍ବାଚନ ଆୟୋଗ ମଧ୍ୟ ଏହି ମାମଲା ଉପରେ ୟୁପି ନିର୍ବାଚନ ଆୟୋଗଙ୍କ ଠାରୁ ଜବାବ ମାଗିଥିଲେ । ଏହାସହ ଯୋଗୀଙ୍କୁ ଏକ ନୋଟିସ ଜାରି କରି ଏହାର ସ୍ପଷ୍ଟୀକରଣ ମାଗିଥିଲେ ।