ETV Bharat / bharat

କୋରୋନା ସ୍ଥିତିକୁ ନେଇ 11 ନୋଡାଲ ଅଧିକାରୀଙ୍କ ଯୋଗୀ ସରକାରଙ୍କ ଆଲୋଚନା - କୋରୋନା ସ୍ଥିତିକୁ ନେଇ 11 ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କଲେ ଯୋଗୀ ସରକାର

କୋଭିଡ19କୁ ନେଇ ବୈଠକ । କୋରୋନା ସ୍ଥିତିକୁ ନେଇ 11 ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କଲେ ଯୋଗୀ ସରକାର । ଅଧିକ ପଢନ୍ତୁ.....

Yogi Adityanath held meeting with newly appointed nodal officers of 11 districts for covid19 situation
କୋରୋନା ସ୍ଥିତିକୁ ନେଇ 11 ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କଲେ ଯୋଗୀ ସରକାର
author img

By

Published : Jun 15, 2020, 8:09 AM IST

ଲକ୍ଷ୍ମୌ : ପୁରା ବିଶ୍ବକୁ ବ୍ୟାପିଛି କୋରୋନା ମହାମାରୀ । କାହିଁକିନା ଏହି କିଲର ଭାଇରସ ପ୍ରତିଦିନ ନେଉଛି ଶହ ଶହ ମୁଣ୍ତ । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 320922 ରହିଥିବା ବେଳେ, ମୃତକଙ୍କ ସଂଖ୍ୟା 9195 ରହିଛି । ଏନେଇ କେନ୍ଦ୍ର ସରକାର ସଂକ୍ରମଣକୁ ରୋକିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଲକଡାଉନ ଠାରୁ ଆରମ୍ଭ କରି ସଟଡାଉନ ମଧ୍ୟ ଲାଗୁ ହୋଇଛି ।

ଉତ୍ତର ପ୍ରଦେଶରେ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯୋଗୀ ସରକାର ମଧ୍ୟ ଘନ ଘନ ବୈଠକ କରୁଛନ୍ତି । କୋରୋନା ପରିସ୍ଥିତିକୁ ନେଇ 11 ଜିଲ୍ଲାରେ ନୂଆକରି ନିଯୁକ୍ତି ପାଇଥିବା ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଆଗ୍ରା, ମେରଟ, କାନପୁର ନାଗର, ଆଲିଗଡ, ଗୌତମବୁଦ୍ଧ ନଗର, ଗାଜିଆବାଦ, ମୋରାଡାବାଦ, ଫିରୋଜାବାଦ, ବୁଲନ୍ଦଶାହାର, ଝାନସୀ ଓ ବସ୍ତି ଜିଲ୍ଲା ଗୁଡିକରେ ନିଯୁକ୍ତି ପାଇଥିବା ଅଧିକାରୀଙ୍କ ସହ ଯୋଗୀ ଆଲୋଚନା କରିଥିଲେ ।

ତେବେ 11 ଜିଲ୍ଲାରେ କୋରୋନାର ସ୍ଥିତି କଣ ରହିଛି ଓ ସଂକ୍ରମଣକୁ ରୋକିବାକୁ କେଉଁସବୁ ପଦକ୍ଷେପ ଗ୍ରହଣ କରାଯାଉଛି ସେନେଇ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେବେ ଉତ୍ତର ପ୍ରଦେଶରେ ପଜେଟିଭ 13118 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 385 ଛୁଇଁଛି ।

ସୌଜନ୍ୟ @ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.