ETV Bharat / bharat

'ବାଗଦାଦୀରୁ ପ୍ରଭାବିତ ହୋଇ "ବାଗଦିଦି" ହେବାକୁ ଚାହୁଁଛନ୍ତି ମମତା' - baghdadi

ପଶ୍ଚିମବଙ୍ଗ ହିଂସା ପରେ ମମତାଙ୍କୁ ଟାର୍ଗେଟ କରି ତାଙ୍କ ତୁଳନା ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ସରଗନା ବାଗଦାଦୀ ସହ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଫାଇଲ ଫଟୋ
author img

By

Published : May 15, 2019, 6:35 PM IST

କୋଲକାତା: ପଶ୍ଚିମବଙ୍ଗରେ ମଙ୍ଗଳବାର ଘଟିଥିବା ହିଂସା ପରେ ଏବେ ଜୋର ଧରିଛି ଆରୋପ ପ୍ରତ୍ୟାରୋପ ପର୍ବ । ଏହି କ୍ରମରେ ଘଟଣା ପାଇଁ ଟିଏମ୍‌ସିକୁ ଦାୟୀ କରିବା ସହ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମମତାଙ୍କୁ ଟାର୍ଗେଟ କରି ସେ ତାଙ୍କ ତୁଳନା ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ସରଗନା ବାଗଦାଦୀ ସହ କରିଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି, 'ମମତା ବିଜେପିରୁ ଭୟଭୀତ ହୋଇ ପଶ୍ଚିମବଙ୍ଗରେ ସଭାର ମଞ୍ଚ ଭାଙ୍ଗୁଛନ୍ତି । ଶ୍ରମିକଙ୍କୁ ପିଟୁଛନ୍ତି । ରାଲି ରଦ୍ଦ କରୁଛନ୍ତି । ଏଭଳି କରି ସେ ପଶ୍ଚିମବଙ୍ଗକୁ କ'ଣ ବନାଇବାକୁ ଚାହୁଁଛନ୍ତି ? ପଶ୍ଚିମବଙ୍ଗ ଭାରତର ଅଭିନ୍ନ ଅଙ୍ଗ ଅଟେ । ମମତାଙ୍କର ବାଗଦାଦୀରୁ ପ୍ରଭାବିତ ହୋଇ "ବାଗଦିଦି" ହେବାର ସ୍ବପ୍ନ ଭାରତ ମାତାର ସଚ୍ଚୋଟ ସୁପୁତ୍ର ଭାଙ୍ଗିକି ରହିବେ ।'

ସୂଚନା ଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ଯୋଗୀ ଆଦିତ୍ୟନାଥଙ୍କ 3 ଟି ରାଲି ହେବାର କାର୍ଯ୍ୟକ୍ରମ ଥିଲା । ସେଥିମଧ୍ୟରୁ ଗୋଟିଏ ରାଲି ରଦ୍ଦ କରିଦିଆଗଲା । କାରଣ କିଛି ସନ୍ଦିଗ୍ଧ ତାଙ୍କ ମଞ୍ଚ ଭାଙ୍ଗିବା ସହ ମଞ୍ଚ ପ୍ରସ୍ତୁତ କରୁଥିବା ଲୋକଙ୍କ ସହ ମାରପିଟ କରିଥିଲେ । ଏହାପରେ ଗତକାଲି ଅମିତ ଶାହାଙ୍କ ରୋଡ ଶୋ'ରେ ହିଂସା ଦେଖାଦେଇଥିଲା । ବିଜେପି ଏବଂ ଟିଏମସି ଛାତ୍ର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଏବଂ ପଥରମାଡ ହୋଇଥିଲା ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.