ଯୋଧପୁର: ସାରା ବିଶ୍ବକୁ କବଳିତ କରିଛି କୋରୋନା ଭୂତାଣୁ । ପ୍ରାୟ ସମସ୍ତ ରାଷ୍ଟ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ବିଶ୍ବର 18 ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଭାରତରେ ମଧ୍ୟ ଏହା ନିଜ କାୟା ବିସ୍ତାର କରିଛି । ଲୋକଙ୍କ ମଧ୍ୟରେ କୋଭିଡ 19 ସଂକ୍ରମଣର ଭୟ ଜାରି ରହିଛି ।
ତେବେ ବିଶେଷଜ୍ଞମାନେ କହିଛନ୍ତି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ କୋଭିଡ 19 ଶିଘ୍ର ଆଟାକ କରିଥାଏ । ଯାହା ଶରୀରରେ ଏହି ଶକ୍ତି କମ ଥାଏ ତାହାକୁ କୋରୋନା ସହ ସମସ୍ତ ରୋଗ ଜଲଦି ଗ୍ରାସ କରେ । ଏଥିପାଇଁ ଆମକୁ ଯୋଗ ଓ ପ୍ରାଣାୟମର ଆବଶ୍ୟକତା ରହିଛି ବୋଲି ରାଜସ୍ଥାନ ଯୋଧପୁରରେ ଗତ 15 ବର୍ଷ ହେଲା ଯୋଗ ଶିଖାଉଥିବା ରଚନା ରାଂକାୱତ କହିଛନ୍ତି । ଏବେ ଲକଡାଉନରେ ଲୋକେ ଘରେ ବସିଛନ୍ତି । ପାଖରେ ପର୍ଯ୍ୟାପ୍ତ ସମୟ ରହିଛି । ତେଣୁ ଏହାର ସଦୁପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ସମୟରେ ସକାଳ ଓ ସନ୍ଧ୍ୟାରେ ସୂର୍ଯ୍ୟ ନମସ୍କାର ଏବଂ ପ୍ରାଣାୟମ କରି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ସେ କହିଛନ୍ତି ।
ରଚନାଙ୍କ କହିବାନୁସାରେ ସୂର୍ଯ୍ୟ ନମସ୍କାର, ଯୋଗ ଓ ପ୍ରାଣାୟମ ଦ୍ବାରା ଶରୀରରେ ଏକ ଉର୍ଜା ଉତ୍ପନ୍ନ ହୁଏ ଯାହା ଭୂତାଣୁ ପ୍ରବେଶ କରିବାରେ ବାଧା ଦେଇଥାଏ । ସେହିପରି କପାଳ ଭାରତୀ, ସୂର୍ଯ୍ୟଭେଦୀ, ଅନୁଲୋମ-ବିଲୋମ ଭଳି ପ୍ରାଣାୟମ କରିବା ଦ୍ବାରା ଶରୀରର ଭିତର ଭାଗରେ ଉର୍ଜା ତିଆରି ହୋଇଥାଏ । ଏହାଦ୍ବାରା ଦେହର ଭିତରେ ଥିବା ଭୂତାଣୁ ଆପେ ଆପେ ନଷ୍ଟ ହୋଇ।ଯାଏ । ବର୍ତ୍ତମାନ ପରିସ୍ଥିତିରେ ରଚନା ଲୋକଙ୍କୁ ଅନଲାଇନରେ ଯୋଗ ଶିକ୍ଷା ଦେଉଛନ୍ତି । ଘରେ ବସି ମାଗଣାରେ ଲୋକେ କିପରି ଶିଖିପାରିବେ ତାହାର ବ୍ୟବସ୍ଥା କରିଛନ୍ତି ରଚନା ।
ଏହାସହ ସେ ସମଗ୍ର ଯୋଧପୁରବାସୀଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି । ଏପରି ସମୟରେ ଘରେ ରହି ସବୁପ୍ରକାର ଯୋଗାସନ ଓ ପ୍ରାଣାୟମ ଶିଖିବାକୁ ସେ ଲୋକଙ୍କୁ କହିଛନ୍ତି । ଯୋଗ ଓ ପ୍ରାଣାୟମ କରି ସୁସ୍ଥ ଏବଂ ନିରୋଗ ରହିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ରଚନା ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।