ETV Bharat / bharat

ଏ ବର୍ଷ, ବର୍ଷ ନୁହେଁ: ବିଭୀଷିକା ମୃତ୍ୟୁ ଆଉ ବିପତ୍ତିର...

author img

By

Published : Dec 30, 2020, 7:21 PM IST

Updated : Dec 31, 2020, 4:04 PM IST

2020 ମସିହାର କେତେକ ଗୁରୁତ୍ବପୂର୍ଣ୍ଣ ଘଟଣାବଳୀକୁ ନେଇ ବିଶ୍ଲେଷଣ । ଗାଁ ରୁ ଗ୍ଲୋବ, ଦିଲ୍ଲୀ ରୁ ପଲ୍ଲୀ ହଇଚଇ ସୃଷ୍ଟି କରିଥିବା ମାମଲା ଉପରେ ପକାନ୍ତୁ ନଜର...

ଏ ବର୍ଷ, ବର୍ଷ ନୁହେଁ: ବିଭୀଷିକା ମୃତ୍ୟୁ ଆଉ ବିପତ୍ତିର

ନୂଆଦିଲ୍ଲୀ: ବର୍ଷ ଆରମ୍ଭରେ ମନରେ ଥିଲା କାହିଁ କେତେ ଆଶା, ଆକାଂକ୍ଷା ଆଉ ଉଦ୍ଦୀପନା । ପୁଳା ପୁଳା ସମ୍ଭାବନାର ସୁନ୍ଦର ଚିତ୍ର ଦେଖିଥିଲେ ବିଶ୍ବବାସୀ । ନୂଆବର୍ଷ, ନୂଆ ଜୋସରେ କ୍ୟାରିଅର ଠୁ ଭବିଷ୍ୟତ, ବ୍ୟବସାୟ ଠୁ ବିଶାଳ ବାଣିଜ୍ୟ ସାମ୍ରାଜ୍ୟ ନେଇ କାହିଁ କେତେ କଣ ଭାବି ଥିଲେ ସଭିଏଁ । ହେଲେ ଆସିଗଲା ମହାକାଳ କୋରୋନା, ଚାରିଆଡେ ଘୋଟିଗଲା ଭୟ, ଦୁଃଖ, ଦୁର୍ଦ୍ଦଶା, ନିରାଶାର ଆତଙ୍କ । ଏହାରି ଭିତରେ ଛଟପଟ ହେଉଥିବା ମଣିଷ ପାଇଁ ଏତିକିରେ ଅଟକିନଥିଲା କାଳର କଳାଦିନ । ମାଡିଆସିଥିଲା ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ, ଘଟିଥିଲା ଗୋଟିଏ ପରେ ଗୋଟିଏ ବିସ୍ଫୋରଣ । ବାରୁଦ ଗୋଦାମର ବିଭୀଷିକାରେ ଛିନଛତ୍ର ହୋଇଥିଲା ସବୁକିଛି । ତେବେ ଏସବୁ ଭିତରେ ଜୀବନ ମୃତ୍ୟୁର ଲୁଚକାଳି ଖେଳ ଘଟିଛି ବର୍ଷ 2020ରେ । କେଉଁଠି ମୃତ୍ୟୁକୁ ହରାଇ ଜୀବନ ଜିତିଛି ତ କେଉଁଠି ମୃତ୍ୟୁ ଆଗରେ ପରାଜିତ ହୋଇଛି ଜୀବନ ।

ଏ ବର୍ଷ, ବର୍ଷ ନୁହେଁ: ବିଭୀଷିକା ମୃତ୍ୟୁ ଆଉ ବିପତ୍ତିର...
ତେବେ ନଜର ପକାନ୍ତୁ, 2020 ବର୍ଷର କିଛି ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମ ଉପରେ...
ସର୍ବଗ୍ରାସୀ କୋରୋନା:-ବର୍ଷ ୨୦୨୦ । କେତେ ନୂଆ ଆଶା, ଉଦ୍ଦୀପନା ମଧ୍ୟରେ ଆରମ୍ଭ ହୋଇଥିଲା ବର୍ଷ । ମାତ୍ର ଗୋଟେ କଥା କହିଲେ ଅତ୍ୟୁକ୍ତି ହେବନାହିଁ ଯେ, ଏ ଟ୍ବେଣ୍ଟି ଟ୍ବେଣ୍ଟି ବର୍ଷଟିକୁ ପୁରା କୋରୋନା ଗ୍ରାସ କରିଦେଲା । ଚୀନର ଉହାନରୁ ସୃଷ୍ଟ କୋଭିଡ୍-19 ଭାଇରସ୍ ବା କୋରୋନା ଭୂତାଣୁ ପାଇଁ, ଗାଁରୁ ଗ୍ଲୋବ, ପଲ୍ଲୀରୁ ଦିଲ୍ଲୀ, ଦେଶରୁ ବିଦେଶ ସବୁଠି ହାହାକାର । ବର୍ଷର ପ୍ରଥମ ୨ ମାସ ଅର୍ଥାତ୍ ଜାନୁଆରୀ ଆଉ ଫେବୃଆରିକୁ ଛାଡ଼ିଦେଲେ ଶେଷ ପର୍ଯ୍ୟନ୍ତ କୋରୋନା ତା’ର କରାଳ ରୂପ ଦେଖାଇଚାଲିଛି । କିଏ ବେଉସା ହରାଇଛି ତ ଆଉ କିଏ ବାସ । ଆଉ କାହା କାହା ପାଖରୁ ଭେଣ୍ଡିଆ ପୁଅ, ତ ବାପା କଣ ଜାଣିନଥିବା ଛୁଆଟି ପାଖରୁ ବାପାକୁ ଛଡାଇନେଇଛି ଏ ସର୍ବଗ୍ରାସୀ କରୋନା । ଏ ମହାମାରୀ ତ ନୁହେଁ ଏକ ମହାବିପତ୍ତି ଆଉ ମୃତ୍ୟୁର ବିଭୀଷିକା ହୋଇ ପୁରା ଜନସମାଜ ସମ୍ମୁଖରେ ପାହଡ ସଦୃଶ ଛିଡା ହୋଇଛି ।
ଏ ବର୍ଷ, ବର୍ଷ ନୁହେଁ: ବିଭୀଷିକା ମୃତ୍ୟୁ ଆଉ ବିପତ୍ତିର
ଏ ବର୍ଷ, ବର୍ଷ ନୁହେଁ: ବିଭୀଷିକା ମୃତ୍ୟୁ ଆଉ ବିପତ୍ତିର
ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ:- ୨୦୧୨ ରୁ ୨୦୨୦ ପୁରା ୮ ବର୍ଷ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ନିର୍ଭୟା ମାମଲାର ଅନ୍ତ ଘଟିଥିଲା । ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନରପିଶାଚ ୪ ଦୁଷ୍କର୍ମକରୀଙ୍କୁ ଦିଆଯାଇଥିଲା ଫାଶୀ । ଦୀର୍ଘ ୮ ବର୍ଷ ଧରି, ଆଜି ପିଟିସନ ତ କାଲି ରିଭ୍ୟୁ ପିଟିସନ ପୁଣି ତା ପରଦିନକୁ ରାଜକ୍ଷମା ଆବେଦନ, ଏମିତି କରି ଆଇନବ୍ୟବସ୍ଥାର ଆଢୁଆଳରେ ଲୁଚକାଳି ଖେଳିଥିଲେ 4 ଦୁଷ୍କର୍ମକାରୀ । ଶେଷରେ ୨୦୨୦ ମାର୍ଚ୍ଚ ୨୦ ମାମଲାରେ ପଡ଼ିଲା ଯବନିକା । ଦିଲ୍ଲୀ ତିହାର ଜେଲରେ ଏ ସମସ୍ତ ଦୋଷୀଙ୍କୁ ଦିଆଗଲା ଫାଶୀ । ଲକଡାଉନ ବିପତ୍ତି:-ମାର୍ଚ୍ଚ 20 ନିର୍ଭୟା ଦୋଷୀଙ୍କ ଫାଶୀ ଦେବାର ଠିକ୍ ଗୋଟିଏ ଦିନ ପରେ ଦେଶରେ ଆରମ୍ଭ ହେଲା ଲକଡାଉନ୍ । ଲୋକେ ଏ ଶବ୍ଦଟି କଣ ଜାଣିବା ପୂର୍ବରୁ ଘରେ ହୋଇଯାଇଥିଲେ ଲକ୍ । ସରକାର ଘୋଷଣା କଲେ, କେହି ବାହାର ଦେଶକୁ ଯାଇପାରିବେ ନାହିଁ କି କେହି ଆସିପାରିବେ ନାହିଁ । ଏହା ପୁଣି ଦେଶରୁ ରାଜ୍ୟ, ରାଜ୍ୟରୁ ଜିଲ୍ଲା, ଜିଲ୍ଲାରୁ ଘରକୁ ଫେରିବା ଉପରେ ମଧ୍ୟ ଲାଗିଲା କଟକଣା । ଅର୍ଥାତ୍ ସମସ୍ତଙ୍କୁ ନିଜ ନିଜ ଘରେ ରହିବାକୁ ପରାମର୍ଶ ଦିଆଗଲା । କାରଣ ସୋସିଆଲ ଡିଷ୍ଟାନ୍ସିଂ ଅର୍ଥାତ୍ ସମସ୍ତଙ୍କୁ ସାମାଜିକ ଦୂରତା ମଧ୍ୟରେ ରହିବାର ଥିଲା । ଏଠି ଆଉ ବାରଣ କଥା କହିବୁନି, ମହାମାରୀର ଭୟାବହତା ଏତେ ଥିଲା ଯେ, ସହରୀ ଲୋକେ ନିଜ ଘରେ କବାଟଦେଇ ଗାଁ ଗଣ୍ଡାର ଲୋକେ ବାଡ଼ଦେଇ ସାମାଜିକ ଦୂରତା ନିୟମକୁ ମାନିଲେ । ହେଲେ କେତେଦିନ ଚାଲି ପାରିଥାନ୍ତା ଏମିତି । ଯେଉଁ ପେଟ ଟି ପାଇଁ, ନାଟ ଚାଲିଛି, ତା କଥା କିଏ ବୁଝିବ ? ଦିନକୁ ଦି ଓଳି ଦି ମୁଠା ଦାନା କେଉଁଠୁ ମିଳିବ ? ସେ ଚିନ୍ତାରେ ପଡିଯାଇଥିଲେ ପ୍ରବାସୀ ।ଏଇଠି ପ୍ରଧାନମନ୍ତ୍ରୀ ନେଲେ ପଦକ୍ଷେପ, ଜିରୋ ଆକାଉଣ୍ଟ ଖୋଲିଥିବା ପ୍ରତିଟି ମେମ୍ବରଙ୍କୁ ଆକାଉଣ୍ଟ ଜରିଆରେ ଟଙ୍କା ପଠାଇଲେ । ରାସନ୍ କାର୍ଡରେ ଚାଉଳ ଡାଲି ମଧ୍ୟ ଯୋଗାଇଦେଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ ବ୍ୟବସ୍ଥା କଲେ । ହେଲେ ସଭିଙ୍କ ପେଟ ପାଖରେ ପହଞ୍ଚି ପାରିଲାନି ଦାନା । ବିଦେଶ କଥା ଛାଡ଼ନ୍ତୁ ରାଜ୍ୟ ବାହାରେ ଯାଇ ଗୁଜୁରାଣ ମେଣ୍ଟାଉ ଥିବା ଲୋକଟି ଉପରେ ପଡ଼ିଲା କୋରୋନାର ପ୍ରହାର । ସମସ୍ତ କମ୍ପାନୀ ବନ୍ଦ ହୋଇଯିବା ପରେ ଅନ୍ୟ ଘରେ ଭଡ଼ା ନେଇ ରହୁଥିବା ଲୋକଟିର ଅବସ୍ଥା ସଙ୍ଗୀନ ହେବାରେ ଲାଗିଲା । ଭାବିଲେ ନା, ଆଉ ହେବନି ଯଦି ଜୀବନ ଯାଉଛି ତେବେ ନିଜ ଭିଟାମାଟିରେ ଯାଉ ।ଏ ନିଷ୍ପତ୍ତି ନେଇ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରିଲେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ । ହେଲେ ଏ ଫେରିବା ଶବ୍ଦଟି ଯେତିକି ସହଜ ଲାଗୁଛି କୋରୋନା ଲକଡାଉନ୍ ସମୟରେ ଏହା ନଥିଲା ସେତିକି ସହଜ । ହଁ ଏହି ବାହାର ରାଜ୍ୟରୁ ଓଡ଼ିଶାକୁ ଫେରିବା ତଥା ନିଜ ଭିଟାମାଟିକୁ ଫେରିବା ଥିଲା ଏକ ଅଭିଶାପ ସଦୃଶ । ରାଜ୍ୟ, ଜିଲ୍ଲା, ଗାଁ ଏସବୁର ସୀମାପଥରେ ତାଲା ପଡ଼ିଛି, ଗାଡି ମଟର ଠୁ ଆରମ୍ଭ କରି ଉଡାଜାହାଜ ବୁଡାଜାହାଜ ଚଳାଚଳ ମଧ୍ୟ ବନ୍ଦ ରହିଛି । ଏହା ଜାଣି ସତ୍ତ୍ବେ ଆରମ୍ଭ ହେଲା ଶ୍ରମିକଙ୍କ ପଦଯାତ୍ରା । ହଜାର ହଜାର ମାଇଲ ଅତିକ୍ରମ କରି ଭିଟାମାଟିରେ ପହଞ୍ଚିବାକୁ ମନସ୍ତ କଲେ ଏମାନେ । ଘରେ ପହଞ୍ଚିବା ପାଇଁ ରାତି ଦିନ ଚାଲିଲେ । କେବେ ନିଶବ୍ଦ ରାତିର ଖୋଲା ଆକାଶର ରାସ୍ତାକଡରେ ତ ଆଉ କେତେବେଳେ ଗଛତଳେ ରାତିବିତାଇ ସକାଳ ହେଲେ ପୁଣି ଆରମ୍ଭ କଲେ ପଦଯାତ୍ରା । କେବଳ ଚାଲିଲେନି ତ କାହା ପିଠିରେ କୁନିପୁଅ ତ ଆଉକାହା କାଖରେ ଝିଅକୁ ଧରି ଘରମୁହାଁ ହେଲେ ପ୍ରବାସୀ । ଏ ଦୁର୍ଦ୍ଦଶାରୁ ଆବାଳ ବୃଦ୍ଧବନୀତାଙ୍କ ଠାରୁ ଆରମ୍ଭ କରି ଗର୍ଭବତୀ ମଧ୍ୟ ପାଇଲେନି ନିସ୍ତାର । ବିଂଶ ଶତାବ୍ଦୀରେ ଏ ସ୍ଥିତିଦେଖି ଲାଗୁଥିଲା ଯେମିତି ପ୍ରକୃତିର କରାଳ ତାଣ୍ଡବ ଆଗରେ ଏ ଆଧୁନିକ ଦୁନିଆ ଯେମିତି ନତମସ୍ତକ । ସବୁଠି ଭ୍ୟାକ୍ସିନ୍ ଭ୍ୟାକ୍ସିନ ଚିତ୍କାର କରୁ ଥିବାବେଳେ କୋରୋନା ନେଉଥିଲା ଦିନକୁ ହଜାର ହଜାର ମୁଣ୍ଡ । ତେବେ ଓଡିଶାରେ ସ୍ଥିତି ଥିଲା ଆଶ୍ବସ୍ଥିକର ।ମାତ୍ର ପ୍ରବାସୀଙ୍କ ଭିଟାମାଟି ବାହୁଡା ପଦକ୍ଷେପ ସ୍ଥିତିକୁ କରିଦେଲା ସଙ୍ଗୀନ । ବାଟରେ ଚାଲି ଚାଲି ଆସିବା ସମୟରେ ଏକାଧିକ ଲୋକଙ୍କ ଜୀବନ ଗଲା । ଅନେକ ଫେରାଇ ଆଣିବାକୁ ସୋସିଆଲ ମିଡିଆରେ ନିବେଦନ କରିବାକୁ ଲାଗିଲେ । ସରକାର ମଧ୍ୟ ନିବେଦନ ଶୁଣି ପ୍ରବାସୀଙ୍କ ଫେରିବାର ବନ୍ଦୋବସ୍ତ କଲେ । ଏଇଠି ଦେଖାଦେଲା ଆଉଏକ ବିପତ୍ତି । ଦୀର୍ଘଦିନ ଧରି ବନ୍ଦ ରହିଥିବା ଦୁର୍ଘଟଣାଜନିତ ମୃତ୍ୟୁର ହେଲା ପୁନଃଆରମ୍ଭ । କୋରୋନା ତ ମୃତ୍ୟୁର କରାଳ ରୂପ ଦେଖାଉଥିଲା ତା ସହ ଆରମ୍ଭ ହୋଇଗଲା ସଡକ ଦୁର୍ଘଟଣାଜନିତ ମୃତ୍ୟୁ । ଅଧିକାଂଶ ସମୟ ଖବରରେ ଦେଖିବାକୁ ମିଳିଲା ଦୁର୍ଘଟଣାରେ ଏକକାଳୀନ ଆଠ-ଦଶ ଜଣଙ୍କ ପ୍ରାଣହାନୀ ଖବର । ଏସବୁ ଦେଖି ଲାଗୁଥିଲା ଯେମିତି 'ଏ ବର୍ଷ, ବର୍ଷ ନୁହେଁ ବିଭୀଷିକା ମୃତ୍ୟୁର..।' ଆତ୍ମହତ୍ୟାଜନିତ ବିଭୀଷିକା:-ଏହାରି ମଧ୍ୟରେ ଦେଖିବାକୁ ମିଳିଲା ଆଉ ଏକ ବିପତ୍ତି । ନାଁ ହେଉଛି ଆତ୍ମହତ୍ୟା । ଅଧିକ ଆତ୍ମହତ୍ୟାଜନିତ ମୃତ୍ୟୁ ଖବର 2020 ମସିହା କୋରୋନା ଲକ୍ ଡାଉନ୍ ସମୟରେ ଦେଖିବାକୁ ମିଳିଲା । ଇତିମଧ୍ୟରେ ଦେଶରେ ହଇଚଇ ସୃଷ୍ଟିକଲା ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ରାଜ୍ୟରେ ସମାଜସେବୀ ଆଦିତ୍ୟ ଦାଶ ଆତ୍ମହତ୍ୟା ମାମଲା । ଉଭୟ ମାମଲା ପରବର୍ତ୍ତୀ ସମୟରେ ହତ୍ୟାର ରୂପନେଇ ତଦନ୍ତ ପରିସରଭୁକ୍ତ ହେଲା ।

ପ୍ରାକୃତିକ ବିପତ୍ତି:-

ଏହି ବିପତ୍ତି ବର୍ଷରେ ପ୍ରକୃତି ମଧ୍ୟ ତା'ର କରାଳ ରୂପ ଦେଖାଇଛି । ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ ପରବର୍ତ୍ତି ସମୟରେ ବାତ୍ୟା ଅମ୍ଫାନର ରୂପ ନେଇଥିଲା । ଏହାର ପ୍ରଭାବରେ ପ୍ରଭାବିତ ହୋଇଥିଲା ଆମ ଦେଶ ଭାରତ ଓ ପଡୋଶୀ ବାଂଲାଦେଶ । ଭାରତରେ ଏହି ବାତ୍ୟା 85ରୁ ଊର୍ଦ୍ଧ୍ବ ନୀରିହ ଜୀବନ ନେଇ ଥିବାବେଳେ ଓଡିଶାରୁ 45 ଲକ୍ଷ ଲୋକେ ପ୍ରଭାବିତ ହୋଇଥିଲେ । ସେହିପରି ପଶ୍ଚିମବଙ୍ଗ ମେଦିନପୁର, ଦକ୍ଷିଣ 24 ପ୍ରଗଣା, କୋଲକାତା, ହାଓ୍ବଡା, ହୁଗୁଳିରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।
କେବଳ ଅମ୍ଫାନ ନୁହେଁ ବର୍ଷ ଶେଷରେ ହୋଇଥିବା ନିଭାର ଓ ବୁରେଭିର ପ୍ରଭାବରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକୁ ଜଳପ୍ରଳୟର ସାମ୍ନା କରିବାକୁ ପଡିଥିଲା ।

ଦୀର୍ଘ 100 ବର୍ଷ ପରେ ହାଇଦ୍ରାବାଦରେ ଦେଖିବାକୁ ମିଳିଥିଲା ରେକର୍ଡ ଭଙ୍ଗା ବର୍ଷା । ପୂର୍ବରୁ ଦେଖିନଥିବା ବା ବିପର୍ଯ୍ୟୟର ଛବିକୁ ବାସ୍ତବରେ କଣ ଅନୁଭବ କରିନଥିବା ହାଇଦ୍ରାବାଦବାସୀ ଦେଖିଥିଲେ ବର୍ଷା ବିପତ୍ତି । ସହର ଠୁ ବସ୍ତି ସବୁଠି ହୋଇଯାଇଥିଲା ଜଳମଗ୍ନ । କେଇଘଣ୍ଟାର ବର୍ଷାରେ ଭାସିଯାଇଥିଲେ ନିର୍ଜୀବ ଠୁ ସଜୀବ । ନଓ୍ବାବ ସହର ଘଣ୍ଟା ଘଣ୍ଟା ଧରି ଯାନ୍ତ୍ରୀକ ସେବାରୁ ରହିଥିଲା ବିଛିନ୍ନ ।

ସେହିପରି ଲଗାଣ ବର୍ଷାର ପ୍ରଭାବରେ ଆସାମ ମଧ୍ୟ ପ୍ରଭାବିତ ହୋଇଥିଲା । ରାଜ୍ୟରେ ବନ୍ୟା ଯୋଗୁଁ 100ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିବା ସହ 19 ଲକ୍ଷ 81 ହଜାର 801 ଜଣ ପ୍ରଭାବିତ ହୋଇଥିଲେ । ଏ ବିପତ୍ତିରୁ ଜୀବଜନ୍ତୁ ବା ବାଦ୍ ପଡିଥାନ୍ତେ କିପରି । ଏହାର ପ୍ରଭାବରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ 14 ଗଣ୍ଡାଙ୍କ ସମେତ 137 ଜୀବଜନ୍ତୁ ପ୍ରାଣ ହରାଇଥିଲେ ।

ପ୍ରଳୟ ଛୋଟ ବଡ, ଧନୀ ଗରିବର ତାରତମ୍ୟ ଦେଖେନି । ତା' ଆଗରେ ସମସ୍ତେ ସମାନ । ସେ ଆସିଛି ମାନେ ଛାରଖାର କରି ନିଶ୍ଚୟ ଯିବ । ଅର୍ଥାତ ଚଳିତ ବର୍ଷର ବିପତ୍ତି ଆଗରେ କି ବିକଶିତ କି ବିକାଶଶୀଳ ଆଉ ବିକାଶଉନ୍ମୁଖୀ ସମସ୍ତେ ପ୍ରଭାବିତ ହୋଇଛନ୍ତି । ଆମେ ବର୍ତ୍ତମାନ ଆଲୋଚନା କରିବା ବ୍ରାଜିଲର ଆମାଜନ ରେନ୍‌ଫରେଷ୍ଟରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ବିଷୟରେ । ବ୍ରାଜିଲର ଜାତୀୟ ମହାକାଶ ଗବେଷଣା ସଂସ୍ଥା INPE ତଥ୍ୟ ଅନୁଯାୟୀ ସେପ୍ଟେମ୍ବରରେ ଆମାଜନ ରେନଫରେଷ୍ଟରେ 8 ହଜାର 373 ଥର ଅଗ୍ନିକାଣ୍ଡ ଘଟିଛି । ବର୍ଷର ପ୍ରଥମ 9 ମାସରେ ଆମାଜନରେ ଅଗ୍ନିକାଣ୍ଡ 13% ବୃଦ୍ଧି ପାଇଛି ।

ସେହିପରି ଇଣ୍ଡୋନେସିଆରେ ବର୍ଷର ଆରମ୍ଭକୁ ଛାରଖାର କରିଦେଇଥିଲା ପ୍ରଳୟଙ୍କାରୀ ବନ୍ୟା । ବନ୍ୟା କାରଣରୁ 4 ଲକ୍ଷରୁ ଅଧିକ ବିସ୍ଥାପିତ ହୋଇଥିବାବେଳେ 66 ଜଣଙ୍କ ଅକାଳରେ ଜୀବନ ଯାଇଥିଲା ।

ଏହାରି ମଧ୍ୟରେ ଆମ ଦେଶ ଭାରତରେ ଦେଖିବାକୁ ମଳିଥିଲା ଆଉ ଏକ ବିପତ୍ତି, ଯାହାର ନାଁ ହେଉଛି ପଙ୍ଗପାଳ ଆକ୍ରମଣ । ଏମାନେ କୌଣସି ଶତ୍ରୁ ଦେଶର ସୈନିକ ନୁହଁନ୍ତି, ତଥାପି ମାରାତ୍ମକ । ଯେଉଁ ପଙ୍ଗପାଳଙ୍କ ପ୍ରଭାବରେ ଗୁଜୁରାଟ, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଓ ଉତ୍ତରପ୍ରଦେଶର ଅନେକ ଚାଷୀମାନେ ଚିନ୍ତାରେ ପଡି ଯାଇଥିଲେ । କାରଣ ଫସଲ ହାନୀକାରକ ଏହି କୀଟାଣୁ 35 ହଜାର ଲୋକଙ୍କ ଖାଦ୍ୟ ଏକା ସହିତ ଖାଇଯିବା ସହ ସବୁଜ ଶସ୍ୟକୁ ମଧ୍ୟ ନଷ୍ଟ କରିଦେଇଥାଆନ୍ତି ।

ବେରୁଟ୍ ବିସ୍ଫୋରଣ:-

ଅପରପକ୍ଷରେ ଯଦି ଆମେ ଅନ୍ତର୍ଜାତୀୟ କ୍ଷେତ୍ରରେ 2020 ମସିହାର ଗୁରୁତ୍ବପୂର୍ଣ୍ଣ ମାମଲା ଦେଖିବା ତାହେଲେ ଲେବନାନର ରାଜଧାନୀ ବେରୁଟରେ ଘଟିଥିବା ଭୟଙ୍କର ବିସ୍ଫୋରଣ ମଧ୍ୟ ମୃତ୍ୟୁର ବିଭୀଷିକା ରଚିଥିଲା । ଏଠାରେ ଅଗଷ୍ଟ 7ରେ ଏକ ବଡ ଧରଣର ବୋମା ବିସ୍ଫୋରଣ ହେବା ଫଳରେ 78 ଜଣଙ୍କର ପ୍ରାଣହାନୀ ଘଟିଥିଲା । ଏଥିସହ ପାଖାପାଖି 3 ହଜାର 700 ରୁ ଅଧିକ ଲୋକେ ଆହତ ହୋଇଥିଲେ । ତେବେ ବେରୁଟର ଏକ ଆମୋନିୟମ ନାଇଟ୍ରେଟ ଗଚ୍ଛିତ ଗୋଦାମରେ ବିସ୍ଫୋରଣ ଘଟିବାରୁ ଏପରି ଏକ ମହାବିପତ୍ତି ଦେଖିବାକୁ ମିଳିଥିଲା ।

ଆର୍ମେନିଆ-ଆଜରବୈଜାନ ଯୁଦ୍ଧ:-

ସେହିପରି ସେପ୍ଟେମ୍ବର 2020 ରେ ଆରମ୍ଭ ହେଇଥିଲା ଆର୍ମେନିଆ ଏବଂ ଆଜରବୈଜାନ ମଧ୍ୟରେ ଯୁଦ୍ଧ । ଏହି ଯୁଦ୍ଧ 27 ବର୍ଷ ପୂର୍ବେ 1993 ରେ ସୋଭିଏତ ସଙ୍ଘର ବିଭାଗୀକରଣ ସହ ଜଡ଼ିତ ବୋଲି କୁହାଯାଏ । 6 ସପ୍ତାହ ଧରି ଚାଲିଥିବା ଏହି ଯୁଦ୍ଧ ଶେଷରେ ଋଷର ହସ୍ତକ୍ଷେପରେ ଶାନ୍ତ ହେଇଥିଲା । ଯୁଦ୍ଧର ପରିଣାମ ସ୍ଵରୁପ ଆର୍ମେନିଆକୁ ବୃହତ୍ତ କ୍ଷତି ସହିବାକୁ ପଡ଼ିଥିଲା ଏବଂ ନାଗର୍ଣ୍ଣୋ-କରାବାକ୍ ର 40 ପ୍ରତିଶତ ଅଞ୍ଚଳ ଆଜରବୈଜାନକୁ ଦେବାକୁ ପଡ଼ିଥିଲା ଆର୍ମେନିଆକୁ ।

ଆମେରିକା ନିର୍ବାଚନ:-

2020 ଆମରିକା ନିର୍ବାଚନରେ ଟ୍ବିଷ୍ଟ ଦେଖିବାକୁ ମିଳିଥିଲା । ପୂର୍ବରୁ କ୍ଷମତାରେ ଥିବା ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଥିଲା ଡେମୋକ୍ରାଟିକର ଜୋ ବିଡେନ । ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇ ଥିବାବେଳେ ୪ ଦିନର ଭୋଟ ଗଣତି ପରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନ ବିଜୟୀ ହୋଇଥିଲେ । ତେବେ ଭାରତୀୟଙ୍କ ପାଇଁ ଚଳିତ ଆମେରିକା ନର୍ବାଚନ ମଧ୍ୟ ଖୁବ୍ ଖାସ ଥିଲା । କାରଣ ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ଦେଶବାସୀଙ୍କୁ ଉତ୍ସାହିତ କରିଥିଲା । ଇତି ମଧ୍ୟରେ ଭାରତ ଏବଂ ଆମେରିକା ମଧ୍ୟରେ ଦିନକୁ ଦିନ ସମ୍ପର୍କ ସୁଦୃଢ ହେଉ ଥିବାବେଳେ ଆଗକୁ ଏହା ଅଧିକ ମଜବୁତ ହେବ ବୋଲି ଆଶା କରାଯାଉଛି ।

ଶିଶୁ ନିଖୋଜ ଓ ହତ୍ୟା ମାମଲା:-

ଅନ୍ୟପଟେ ବର୍ଷର ଶେଷ ଭାଗକୁ ରାଜ୍ୟବାସୀଙ୍କୁ ଅତିଶୟ କରୁଛି ପରୀ ନିଖୋଜ ଓ ହତ୍ୟା ମାମଲା । ନୟାଗଡ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପର ଗାଁର ଅଶୋକ ସାହୁଙ୍କ 6 ବର୍ଷର ଝିଅ ପରୀ ଜୁଲାଇ 14 ତାରିଖରେ ନିଖୋଜ ହୋଇ ଯାଇଥିଲା । ଏହାର ଠିକ୍ 10 ଦିନ ପରେ ଅର୍ଥାତ୍ 23 ତାରିଖରେ ଗାଁ ନିକଟରୁ ପରୀର ଖଣ୍ଡ ବିଖଣ୍ଡିତ ମୃତଦେହ ଗଳିତ ଅବସ୍ଥାରେ ଏକ ବସ୍ତାରୁ ଉଦ୍ଧାର କରାଯାଇଥିଲା । ପରେ ମାମଲା ଧିରେ ଧିରେ ଶୀତଳ ହୋଇ ଯାଇଥିଲା । ମାତ୍ର ଶୀତ ଅଧିବେଶନ ଆରମ୍ଭରେ ପରୀର ବାପା ମାଆ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିବା ପରେ ମାମଲା ଗୁରୁତର ହେବାକୁ ଲାଗିଲା । ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିରୋଧୀ ମନ୍ତ୍ରୀଙ୍କ ଇସ୍ତଫା ଦାବିର ଅଡିବସିଲେ । ଏମିତିକି ବିଧାନସଭା ଶୀତ ଅଧିବେଶନକୁ ପରୀ ପ୍ରସଙ୍ଗ ଉସ୍ମ କରିଦେଲା । ଶେଷରେ ରାଜ୍ୟସରକାର ଶୀତ ଅଧିବେଶନକୁ ମାତ୍ର 10 ଦିନ ମଧ୍ୟରେ ବନ୍ଦ କରିଦେଲେ । ଅନ୍ୟପଟେ ମାମଲାରେ ନୂଆ ନୂଆ ମୋଡ ଦେଖିବାକୁ ମିଳିଲା । କିଏ ପରୀକୁ ବଳି ଦିଆଯାଇଛି କହୁ ଥିବାବେଳେ ପୁଣି ପରୀକୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସୁଛି ।

ଜାତୀୟ କ୍ରାଇମ୍ ବ୍ୟୁରୋ ଏନସିଆରବି ତଥ୍ୟ ଅନୁଯାୟୀ ରାଜ୍ୟରେ ଗତବର୍ଷ 4 ହଜାର 315 ଶିଶୁ ନିଖୋଜ ହୋଇଛନ୍ତି । ଅର୍ଥାତ୍ ଦିନକୁ 12 । ତେବେ ଏହି ନିଖୋଜ ଶିଶୁମାନେ ଯାଉଛନ୍ତି କୁଆଡେ, କିଏ ତାଙ୍କୁ ଅପହରଣ କରୁଛି ଏବଂ କାହିଁକି ଏନେଇ ଉଠିଛି ବଡ ପ୍ରଶ୍ନ ।

ବାସ୍ତବରେ ଏବର୍ଷ ପ୍ରତିଟି ମନରେ କିନ୍ତୁ, କାହିଁକିର ଅଭୁଲା ଛାପ ଛାଡିଦେଇ ଯାଇଛି । ଯେମିତି ପ୍ରତିଟି ଆତ୍ମା କହୁଛି ଏମିତି ବର୍ଷ ଆଉ କେବେ ନ ଆସୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ବର୍ଷ ଆରମ୍ଭରେ ମନରେ ଥିଲା କାହିଁ କେତେ ଆଶା, ଆକାଂକ୍ଷା ଆଉ ଉଦ୍ଦୀପନା । ପୁଳା ପୁଳା ସମ୍ଭାବନାର ସୁନ୍ଦର ଚିତ୍ର ଦେଖିଥିଲେ ବିଶ୍ବବାସୀ । ନୂଆବର୍ଷ, ନୂଆ ଜୋସରେ କ୍ୟାରିଅର ଠୁ ଭବିଷ୍ୟତ, ବ୍ୟବସାୟ ଠୁ ବିଶାଳ ବାଣିଜ୍ୟ ସାମ୍ରାଜ୍ୟ ନେଇ କାହିଁ କେତେ କଣ ଭାବି ଥିଲେ ସଭିଏଁ । ହେଲେ ଆସିଗଲା ମହାକାଳ କୋରୋନା, ଚାରିଆଡେ ଘୋଟିଗଲା ଭୟ, ଦୁଃଖ, ଦୁର୍ଦ୍ଦଶା, ନିରାଶାର ଆତଙ୍କ । ଏହାରି ଭିତରେ ଛଟପଟ ହେଉଥିବା ମଣିଷ ପାଇଁ ଏତିକିରେ ଅଟକିନଥିଲା କାଳର କଳାଦିନ । ମାଡିଆସିଥିଲା ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ, ଘଟିଥିଲା ଗୋଟିଏ ପରେ ଗୋଟିଏ ବିସ୍ଫୋରଣ । ବାରୁଦ ଗୋଦାମର ବିଭୀଷିକାରେ ଛିନଛତ୍ର ହୋଇଥିଲା ସବୁକିଛି । ତେବେ ଏସବୁ ଭିତରେ ଜୀବନ ମୃତ୍ୟୁର ଲୁଚକାଳି ଖେଳ ଘଟିଛି ବର୍ଷ 2020ରେ । କେଉଁଠି ମୃତ୍ୟୁକୁ ହରାଇ ଜୀବନ ଜିତିଛି ତ କେଉଁଠି ମୃତ୍ୟୁ ଆଗରେ ପରାଜିତ ହୋଇଛି ଜୀବନ ।

ଏ ବର୍ଷ, ବର୍ଷ ନୁହେଁ: ବିଭୀଷିକା ମୃତ୍ୟୁ ଆଉ ବିପତ୍ତିର...
ତେବେ ନଜର ପକାନ୍ତୁ, 2020 ବର୍ଷର କିଛି ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମ ଉପରେ...ସର୍ବଗ୍ରାସୀ କୋରୋନା:-ବର୍ଷ ୨୦୨୦ । କେତେ ନୂଆ ଆଶା, ଉଦ୍ଦୀପନା ମଧ୍ୟରେ ଆରମ୍ଭ ହୋଇଥିଲା ବର୍ଷ । ମାତ୍ର ଗୋଟେ କଥା କହିଲେ ଅତ୍ୟୁକ୍ତି ହେବନାହିଁ ଯେ, ଏ ଟ୍ବେଣ୍ଟି ଟ୍ବେଣ୍ଟି ବର୍ଷଟିକୁ ପୁରା କୋରୋନା ଗ୍ରାସ କରିଦେଲା । ଚୀନର ଉହାନରୁ ସୃଷ୍ଟ କୋଭିଡ୍-19 ଭାଇରସ୍ ବା କୋରୋନା ଭୂତାଣୁ ପାଇଁ, ଗାଁରୁ ଗ୍ଲୋବ, ପଲ୍ଲୀରୁ ଦିଲ୍ଲୀ, ଦେଶରୁ ବିଦେଶ ସବୁଠି ହାହାକାର । ବର୍ଷର ପ୍ରଥମ ୨ ମାସ ଅର୍ଥାତ୍ ଜାନୁଆରୀ ଆଉ ଫେବୃଆରିକୁ ଛାଡ଼ିଦେଲେ ଶେଷ ପର୍ଯ୍ୟନ୍ତ କୋରୋନା ତା’ର କରାଳ ରୂପ ଦେଖାଇଚାଲିଛି । କିଏ ବେଉସା ହରାଇଛି ତ ଆଉ କିଏ ବାସ । ଆଉ କାହା କାହା ପାଖରୁ ଭେଣ୍ଡିଆ ପୁଅ, ତ ବାପା କଣ ଜାଣିନଥିବା ଛୁଆଟି ପାଖରୁ ବାପାକୁ ଛଡାଇନେଇଛି ଏ ସର୍ବଗ୍ରାସୀ କରୋନା । ଏ ମହାମାରୀ ତ ନୁହେଁ ଏକ ମହାବିପତ୍ତି ଆଉ ମୃତ୍ୟୁର ବିଭୀଷିକା ହୋଇ ପୁରା ଜନସମାଜ ସମ୍ମୁଖରେ ପାହଡ ସଦୃଶ ଛିଡା ହୋଇଛି ।
ଏ ବର୍ଷ, ବର୍ଷ ନୁହେଁ: ବିଭୀଷିକା ମୃତ୍ୟୁ ଆଉ ବିପତ୍ତିର
ଏ ବର୍ଷ, ବର୍ଷ ନୁହେଁ: ବିଭୀଷିକା ମୃତ୍ୟୁ ଆଉ ବିପତ୍ତିର
ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ:- ୨୦୧୨ ରୁ ୨୦୨୦ ପୁରା ୮ ବର୍ଷ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ନିର୍ଭୟା ମାମଲାର ଅନ୍ତ ଘଟିଥିଲା । ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନରପିଶାଚ ୪ ଦୁଷ୍କର୍ମକରୀଙ୍କୁ ଦିଆଯାଇଥିଲା ଫାଶୀ । ଦୀର୍ଘ ୮ ବର୍ଷ ଧରି, ଆଜି ପିଟିସନ ତ କାଲି ରିଭ୍ୟୁ ପିଟିସନ ପୁଣି ତା ପରଦିନକୁ ରାଜକ୍ଷମା ଆବେଦନ, ଏମିତି କରି ଆଇନବ୍ୟବସ୍ଥାର ଆଢୁଆଳରେ ଲୁଚକାଳି ଖେଳିଥିଲେ 4 ଦୁଷ୍କର୍ମକାରୀ । ଶେଷରେ ୨୦୨୦ ମାର୍ଚ୍ଚ ୨୦ ମାମଲାରେ ପଡ଼ିଲା ଯବନିକା । ଦିଲ୍ଲୀ ତିହାର ଜେଲରେ ଏ ସମସ୍ତ ଦୋଷୀଙ୍କୁ ଦିଆଗଲା ଫାଶୀ । ଲକଡାଉନ ବିପତ୍ତି:-ମାର୍ଚ୍ଚ 20 ନିର୍ଭୟା ଦୋଷୀଙ୍କ ଫାଶୀ ଦେବାର ଠିକ୍ ଗୋଟିଏ ଦିନ ପରେ ଦେଶରେ ଆରମ୍ଭ ହେଲା ଲକଡାଉନ୍ । ଲୋକେ ଏ ଶବ୍ଦଟି କଣ ଜାଣିବା ପୂର୍ବରୁ ଘରେ ହୋଇଯାଇଥିଲେ ଲକ୍ । ସରକାର ଘୋଷଣା କଲେ, କେହି ବାହାର ଦେଶକୁ ଯାଇପାରିବେ ନାହିଁ କି କେହି ଆସିପାରିବେ ନାହିଁ । ଏହା ପୁଣି ଦେଶରୁ ରାଜ୍ୟ, ରାଜ୍ୟରୁ ଜିଲ୍ଲା, ଜିଲ୍ଲାରୁ ଘରକୁ ଫେରିବା ଉପରେ ମଧ୍ୟ ଲାଗିଲା କଟକଣା । ଅର୍ଥାତ୍ ସମସ୍ତଙ୍କୁ ନିଜ ନିଜ ଘରେ ରହିବାକୁ ପରାମର୍ଶ ଦିଆଗଲା । କାରଣ ସୋସିଆଲ ଡିଷ୍ଟାନ୍ସିଂ ଅର୍ଥାତ୍ ସମସ୍ତଙ୍କୁ ସାମାଜିକ ଦୂରତା ମଧ୍ୟରେ ରହିବାର ଥିଲା । ଏଠି ଆଉ ବାରଣ କଥା କହିବୁନି, ମହାମାରୀର ଭୟାବହତା ଏତେ ଥିଲା ଯେ, ସହରୀ ଲୋକେ ନିଜ ଘରେ କବାଟଦେଇ ଗାଁ ଗଣ୍ଡାର ଲୋକେ ବାଡ଼ଦେଇ ସାମାଜିକ ଦୂରତା ନିୟମକୁ ମାନିଲେ । ହେଲେ କେତେଦିନ ଚାଲି ପାରିଥାନ୍ତା ଏମିତି । ଯେଉଁ ପେଟ ଟି ପାଇଁ, ନାଟ ଚାଲିଛି, ତା କଥା କିଏ ବୁଝିବ ? ଦିନକୁ ଦି ଓଳି ଦି ମୁଠା ଦାନା କେଉଁଠୁ ମିଳିବ ? ସେ ଚିନ୍ତାରେ ପଡିଯାଇଥିଲେ ପ୍ରବାସୀ ।ଏଇଠି ପ୍ରଧାନମନ୍ତ୍ରୀ ନେଲେ ପଦକ୍ଷେପ, ଜିରୋ ଆକାଉଣ୍ଟ ଖୋଲିଥିବା ପ୍ରତିଟି ମେମ୍ବରଙ୍କୁ ଆକାଉଣ୍ଟ ଜରିଆରେ ଟଙ୍କା ପଠାଇଲେ । ରାସନ୍ କାର୍ଡରେ ଚାଉଳ ଡାଲି ମଧ୍ୟ ଯୋଗାଇଦେଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ ବ୍ୟବସ୍ଥା କଲେ । ହେଲେ ସଭିଙ୍କ ପେଟ ପାଖରେ ପହଞ୍ଚି ପାରିଲାନି ଦାନା । ବିଦେଶ କଥା ଛାଡ଼ନ୍ତୁ ରାଜ୍ୟ ବାହାରେ ଯାଇ ଗୁଜୁରାଣ ମେଣ୍ଟାଉ ଥିବା ଲୋକଟି ଉପରେ ପଡ଼ିଲା କୋରୋନାର ପ୍ରହାର । ସମସ୍ତ କମ୍ପାନୀ ବନ୍ଦ ହୋଇଯିବା ପରେ ଅନ୍ୟ ଘରେ ଭଡ଼ା ନେଇ ରହୁଥିବା ଲୋକଟିର ଅବସ୍ଥା ସଙ୍ଗୀନ ହେବାରେ ଲାଗିଲା । ଭାବିଲେ ନା, ଆଉ ହେବନି ଯଦି ଜୀବନ ଯାଉଛି ତେବେ ନିଜ ଭିଟାମାଟିରେ ଯାଉ ।ଏ ନିଷ୍ପତ୍ତି ନେଇ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରିଲେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ । ହେଲେ ଏ ଫେରିବା ଶବ୍ଦଟି ଯେତିକି ସହଜ ଲାଗୁଛି କୋରୋନା ଲକଡାଉନ୍ ସମୟରେ ଏହା ନଥିଲା ସେତିକି ସହଜ । ହଁ ଏହି ବାହାର ରାଜ୍ୟରୁ ଓଡ଼ିଶାକୁ ଫେରିବା ତଥା ନିଜ ଭିଟାମାଟିକୁ ଫେରିବା ଥିଲା ଏକ ଅଭିଶାପ ସଦୃଶ । ରାଜ୍ୟ, ଜିଲ୍ଲା, ଗାଁ ଏସବୁର ସୀମାପଥରେ ତାଲା ପଡ଼ିଛି, ଗାଡି ମଟର ଠୁ ଆରମ୍ଭ କରି ଉଡାଜାହାଜ ବୁଡାଜାହାଜ ଚଳାଚଳ ମଧ୍ୟ ବନ୍ଦ ରହିଛି । ଏହା ଜାଣି ସତ୍ତ୍ବେ ଆରମ୍ଭ ହେଲା ଶ୍ରମିକଙ୍କ ପଦଯାତ୍ରା । ହଜାର ହଜାର ମାଇଲ ଅତିକ୍ରମ କରି ଭିଟାମାଟିରେ ପହଞ୍ଚିବାକୁ ମନସ୍ତ କଲେ ଏମାନେ । ଘରେ ପହଞ୍ଚିବା ପାଇଁ ରାତି ଦିନ ଚାଲିଲେ । କେବେ ନିଶବ୍ଦ ରାତିର ଖୋଲା ଆକାଶର ରାସ୍ତାକଡରେ ତ ଆଉ କେତେବେଳେ ଗଛତଳେ ରାତିବିତାଇ ସକାଳ ହେଲେ ପୁଣି ଆରମ୍ଭ କଲେ ପଦଯାତ୍ରା । କେବଳ ଚାଲିଲେନି ତ କାହା ପିଠିରେ କୁନିପୁଅ ତ ଆଉକାହା କାଖରେ ଝିଅକୁ ଧରି ଘରମୁହାଁ ହେଲେ ପ୍ରବାସୀ । ଏ ଦୁର୍ଦ୍ଦଶାରୁ ଆବାଳ ବୃଦ୍ଧବନୀତାଙ୍କ ଠାରୁ ଆରମ୍ଭ କରି ଗର୍ଭବତୀ ମଧ୍ୟ ପାଇଲେନି ନିସ୍ତାର । ବିଂଶ ଶତାବ୍ଦୀରେ ଏ ସ୍ଥିତିଦେଖି ଲାଗୁଥିଲା ଯେମିତି ପ୍ରକୃତିର କରାଳ ତାଣ୍ଡବ ଆଗରେ ଏ ଆଧୁନିକ ଦୁନିଆ ଯେମିତି ନତମସ୍ତକ । ସବୁଠି ଭ୍ୟାକ୍ସିନ୍ ଭ୍ୟାକ୍ସିନ ଚିତ୍କାର କରୁ ଥିବାବେଳେ କୋରୋନା ନେଉଥିଲା ଦିନକୁ ହଜାର ହଜାର ମୁଣ୍ଡ । ତେବେ ଓଡିଶାରେ ସ୍ଥିତି ଥିଲା ଆଶ୍ବସ୍ଥିକର ।ମାତ୍ର ପ୍ରବାସୀଙ୍କ ଭିଟାମାଟି ବାହୁଡା ପଦକ୍ଷେପ ସ୍ଥିତିକୁ କରିଦେଲା ସଙ୍ଗୀନ । ବାଟରେ ଚାଲି ଚାଲି ଆସିବା ସମୟରେ ଏକାଧିକ ଲୋକଙ୍କ ଜୀବନ ଗଲା । ଅନେକ ଫେରାଇ ଆଣିବାକୁ ସୋସିଆଲ ମିଡିଆରେ ନିବେଦନ କରିବାକୁ ଲାଗିଲେ । ସରକାର ମଧ୍ୟ ନିବେଦନ ଶୁଣି ପ୍ରବାସୀଙ୍କ ଫେରିବାର ବନ୍ଦୋବସ୍ତ କଲେ । ଏଇଠି ଦେଖାଦେଲା ଆଉଏକ ବିପତ୍ତି । ଦୀର୍ଘଦିନ ଧରି ବନ୍ଦ ରହିଥିବା ଦୁର୍ଘଟଣାଜନିତ ମୃତ୍ୟୁର ହେଲା ପୁନଃଆରମ୍ଭ । କୋରୋନା ତ ମୃତ୍ୟୁର କରାଳ ରୂପ ଦେଖାଉଥିଲା ତା ସହ ଆରମ୍ଭ ହୋଇଗଲା ସଡକ ଦୁର୍ଘଟଣାଜନିତ ମୃତ୍ୟୁ । ଅଧିକାଂଶ ସମୟ ଖବରରେ ଦେଖିବାକୁ ମିଳିଲା ଦୁର୍ଘଟଣାରେ ଏକକାଳୀନ ଆଠ-ଦଶ ଜଣଙ୍କ ପ୍ରାଣହାନୀ ଖବର । ଏସବୁ ଦେଖି ଲାଗୁଥିଲା ଯେମିତି 'ଏ ବର୍ଷ, ବର୍ଷ ନୁହେଁ ବିଭୀଷିକା ମୃତ୍ୟୁର..।' ଆତ୍ମହତ୍ୟାଜନିତ ବିଭୀଷିକା:-ଏହାରି ମଧ୍ୟରେ ଦେଖିବାକୁ ମିଳିଲା ଆଉ ଏକ ବିପତ୍ତି । ନାଁ ହେଉଛି ଆତ୍ମହତ୍ୟା । ଅଧିକ ଆତ୍ମହତ୍ୟାଜନିତ ମୃତ୍ୟୁ ଖବର 2020 ମସିହା କୋରୋନା ଲକ୍ ଡାଉନ୍ ସମୟରେ ଦେଖିବାକୁ ମିଳିଲା । ଇତିମଧ୍ୟରେ ଦେଶରେ ହଇଚଇ ସୃଷ୍ଟିକଲା ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ରାଜ୍ୟରେ ସମାଜସେବୀ ଆଦିତ୍ୟ ଦାଶ ଆତ୍ମହତ୍ୟା ମାମଲା । ଉଭୟ ମାମଲା ପରବର୍ତ୍ତୀ ସମୟରେ ହତ୍ୟାର ରୂପନେଇ ତଦନ୍ତ ପରିସରଭୁକ୍ତ ହେଲା ।

ପ୍ରାକୃତିକ ବିପତ୍ତି:-

ଏହି ବିପତ୍ତି ବର୍ଷରେ ପ୍ରକୃତି ମଧ୍ୟ ତା'ର କରାଳ ରୂପ ଦେଖାଇଛି । ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ ପରବର୍ତ୍ତି ସମୟରେ ବାତ୍ୟା ଅମ୍ଫାନର ରୂପ ନେଇଥିଲା । ଏହାର ପ୍ରଭାବରେ ପ୍ରଭାବିତ ହୋଇଥିଲା ଆମ ଦେଶ ଭାରତ ଓ ପଡୋଶୀ ବାଂଲାଦେଶ । ଭାରତରେ ଏହି ବାତ୍ୟା 85ରୁ ଊର୍ଦ୍ଧ୍ବ ନୀରିହ ଜୀବନ ନେଇ ଥିବାବେଳେ ଓଡିଶାରୁ 45 ଲକ୍ଷ ଲୋକେ ପ୍ରଭାବିତ ହୋଇଥିଲେ । ସେହିପରି ପଶ୍ଚିମବଙ୍ଗ ମେଦିନପୁର, ଦକ୍ଷିଣ 24 ପ୍ରଗଣା, କୋଲକାତା, ହାଓ୍ବଡା, ହୁଗୁଳିରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।
କେବଳ ଅମ୍ଫାନ ନୁହେଁ ବର୍ଷ ଶେଷରେ ହୋଇଥିବା ନିଭାର ଓ ବୁରେଭିର ପ୍ରଭାବରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକୁ ଜଳପ୍ରଳୟର ସାମ୍ନା କରିବାକୁ ପଡିଥିଲା ।

ଦୀର୍ଘ 100 ବର୍ଷ ପରେ ହାଇଦ୍ରାବାଦରେ ଦେଖିବାକୁ ମିଳିଥିଲା ରେକର୍ଡ ଭଙ୍ଗା ବର୍ଷା । ପୂର୍ବରୁ ଦେଖିନଥିବା ବା ବିପର୍ଯ୍ୟୟର ଛବିକୁ ବାସ୍ତବରେ କଣ ଅନୁଭବ କରିନଥିବା ହାଇଦ୍ରାବାଦବାସୀ ଦେଖିଥିଲେ ବର୍ଷା ବିପତ୍ତି । ସହର ଠୁ ବସ୍ତି ସବୁଠି ହୋଇଯାଇଥିଲା ଜଳମଗ୍ନ । କେଇଘଣ୍ଟାର ବର୍ଷାରେ ଭାସିଯାଇଥିଲେ ନିର୍ଜୀବ ଠୁ ସଜୀବ । ନଓ୍ବାବ ସହର ଘଣ୍ଟା ଘଣ୍ଟା ଧରି ଯାନ୍ତ୍ରୀକ ସେବାରୁ ରହିଥିଲା ବିଛିନ୍ନ ।

ସେହିପରି ଲଗାଣ ବର୍ଷାର ପ୍ରଭାବରେ ଆସାମ ମଧ୍ୟ ପ୍ରଭାବିତ ହୋଇଥିଲା । ରାଜ୍ୟରେ ବନ୍ୟା ଯୋଗୁଁ 100ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିବା ସହ 19 ଲକ୍ଷ 81 ହଜାର 801 ଜଣ ପ୍ରଭାବିତ ହୋଇଥିଲେ । ଏ ବିପତ୍ତିରୁ ଜୀବଜନ୍ତୁ ବା ବାଦ୍ ପଡିଥାନ୍ତେ କିପରି । ଏହାର ପ୍ରଭାବରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ 14 ଗଣ୍ଡାଙ୍କ ସମେତ 137 ଜୀବଜନ୍ତୁ ପ୍ରାଣ ହରାଇଥିଲେ ।

ପ୍ରଳୟ ଛୋଟ ବଡ, ଧନୀ ଗରିବର ତାରତମ୍ୟ ଦେଖେନି । ତା' ଆଗରେ ସମସ୍ତେ ସମାନ । ସେ ଆସିଛି ମାନେ ଛାରଖାର କରି ନିଶ୍ଚୟ ଯିବ । ଅର୍ଥାତ ଚଳିତ ବର୍ଷର ବିପତ୍ତି ଆଗରେ କି ବିକଶିତ କି ବିକାଶଶୀଳ ଆଉ ବିକାଶଉନ୍ମୁଖୀ ସମସ୍ତେ ପ୍ରଭାବିତ ହୋଇଛନ୍ତି । ଆମେ ବର୍ତ୍ତମାନ ଆଲୋଚନା କରିବା ବ୍ରାଜିଲର ଆମାଜନ ରେନ୍‌ଫରେଷ୍ଟରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ବିଷୟରେ । ବ୍ରାଜିଲର ଜାତୀୟ ମହାକାଶ ଗବେଷଣା ସଂସ୍ଥା INPE ତଥ୍ୟ ଅନୁଯାୟୀ ସେପ୍ଟେମ୍ବରରେ ଆମାଜନ ରେନଫରେଷ୍ଟରେ 8 ହଜାର 373 ଥର ଅଗ୍ନିକାଣ୍ଡ ଘଟିଛି । ବର୍ଷର ପ୍ରଥମ 9 ମାସରେ ଆମାଜନରେ ଅଗ୍ନିକାଣ୍ଡ 13% ବୃଦ୍ଧି ପାଇଛି ।

ସେହିପରି ଇଣ୍ଡୋନେସିଆରେ ବର୍ଷର ଆରମ୍ଭକୁ ଛାରଖାର କରିଦେଇଥିଲା ପ୍ରଳୟଙ୍କାରୀ ବନ୍ୟା । ବନ୍ୟା କାରଣରୁ 4 ଲକ୍ଷରୁ ଅଧିକ ବିସ୍ଥାପିତ ହୋଇଥିବାବେଳେ 66 ଜଣଙ୍କ ଅକାଳରେ ଜୀବନ ଯାଇଥିଲା ।

ଏହାରି ମଧ୍ୟରେ ଆମ ଦେଶ ଭାରତରେ ଦେଖିବାକୁ ମଳିଥିଲା ଆଉ ଏକ ବିପତ୍ତି, ଯାହାର ନାଁ ହେଉଛି ପଙ୍ଗପାଳ ଆକ୍ରମଣ । ଏମାନେ କୌଣସି ଶତ୍ରୁ ଦେଶର ସୈନିକ ନୁହଁନ୍ତି, ତଥାପି ମାରାତ୍ମକ । ଯେଉଁ ପଙ୍ଗପାଳଙ୍କ ପ୍ରଭାବରେ ଗୁଜୁରାଟ, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଓ ଉତ୍ତରପ୍ରଦେଶର ଅନେକ ଚାଷୀମାନେ ଚିନ୍ତାରେ ପଡି ଯାଇଥିଲେ । କାରଣ ଫସଲ ହାନୀକାରକ ଏହି କୀଟାଣୁ 35 ହଜାର ଲୋକଙ୍କ ଖାଦ୍ୟ ଏକା ସହିତ ଖାଇଯିବା ସହ ସବୁଜ ଶସ୍ୟକୁ ମଧ୍ୟ ନଷ୍ଟ କରିଦେଇଥାଆନ୍ତି ।

ବେରୁଟ୍ ବିସ୍ଫୋରଣ:-

ଅପରପକ୍ଷରେ ଯଦି ଆମେ ଅନ୍ତର୍ଜାତୀୟ କ୍ଷେତ୍ରରେ 2020 ମସିହାର ଗୁରୁତ୍ବପୂର୍ଣ୍ଣ ମାମଲା ଦେଖିବା ତାହେଲେ ଲେବନାନର ରାଜଧାନୀ ବେରୁଟରେ ଘଟିଥିବା ଭୟଙ୍କର ବିସ୍ଫୋରଣ ମଧ୍ୟ ମୃତ୍ୟୁର ବିଭୀଷିକା ରଚିଥିଲା । ଏଠାରେ ଅଗଷ୍ଟ 7ରେ ଏକ ବଡ ଧରଣର ବୋମା ବିସ୍ଫୋରଣ ହେବା ଫଳରେ 78 ଜଣଙ୍କର ପ୍ରାଣହାନୀ ଘଟିଥିଲା । ଏଥିସହ ପାଖାପାଖି 3 ହଜାର 700 ରୁ ଅଧିକ ଲୋକେ ଆହତ ହୋଇଥିଲେ । ତେବେ ବେରୁଟର ଏକ ଆମୋନିୟମ ନାଇଟ୍ରେଟ ଗଚ୍ଛିତ ଗୋଦାମରେ ବିସ୍ଫୋରଣ ଘଟିବାରୁ ଏପରି ଏକ ମହାବିପତ୍ତି ଦେଖିବାକୁ ମିଳିଥିଲା ।

ଆର୍ମେନିଆ-ଆଜରବୈଜାନ ଯୁଦ୍ଧ:-

ସେହିପରି ସେପ୍ଟେମ୍ବର 2020 ରେ ଆରମ୍ଭ ହେଇଥିଲା ଆର୍ମେନିଆ ଏବଂ ଆଜରବୈଜାନ ମଧ୍ୟରେ ଯୁଦ୍ଧ । ଏହି ଯୁଦ୍ଧ 27 ବର୍ଷ ପୂର୍ବେ 1993 ରେ ସୋଭିଏତ ସଙ୍ଘର ବିଭାଗୀକରଣ ସହ ଜଡ଼ିତ ବୋଲି କୁହାଯାଏ । 6 ସପ୍ତାହ ଧରି ଚାଲିଥିବା ଏହି ଯୁଦ୍ଧ ଶେଷରେ ଋଷର ହସ୍ତକ୍ଷେପରେ ଶାନ୍ତ ହେଇଥିଲା । ଯୁଦ୍ଧର ପରିଣାମ ସ୍ଵରୁପ ଆର୍ମେନିଆକୁ ବୃହତ୍ତ କ୍ଷତି ସହିବାକୁ ପଡ଼ିଥିଲା ଏବଂ ନାଗର୍ଣ୍ଣୋ-କରାବାକ୍ ର 40 ପ୍ରତିଶତ ଅଞ୍ଚଳ ଆଜରବୈଜାନକୁ ଦେବାକୁ ପଡ଼ିଥିଲା ଆର୍ମେନିଆକୁ ।

ଆମେରିକା ନିର୍ବାଚନ:-

2020 ଆମରିକା ନିର୍ବାଚନରେ ଟ୍ବିଷ୍ଟ ଦେଖିବାକୁ ମିଳିଥିଲା । ପୂର୍ବରୁ କ୍ଷମତାରେ ଥିବା ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଥିଲା ଡେମୋକ୍ରାଟିକର ଜୋ ବିଡେନ । ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇ ଥିବାବେଳେ ୪ ଦିନର ଭୋଟ ଗଣତି ପରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନ ବିଜୟୀ ହୋଇଥିଲେ । ତେବେ ଭାରତୀୟଙ୍କ ପାଇଁ ଚଳିତ ଆମେରିକା ନର୍ବାଚନ ମଧ୍ୟ ଖୁବ୍ ଖାସ ଥିଲା । କାରଣ ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ଦେଶବାସୀଙ୍କୁ ଉତ୍ସାହିତ କରିଥିଲା । ଇତି ମଧ୍ୟରେ ଭାରତ ଏବଂ ଆମେରିକା ମଧ୍ୟରେ ଦିନକୁ ଦିନ ସମ୍ପର୍କ ସୁଦୃଢ ହେଉ ଥିବାବେଳେ ଆଗକୁ ଏହା ଅଧିକ ମଜବୁତ ହେବ ବୋଲି ଆଶା କରାଯାଉଛି ।

ଶିଶୁ ନିଖୋଜ ଓ ହତ୍ୟା ମାମଲା:-

ଅନ୍ୟପଟେ ବର୍ଷର ଶେଷ ଭାଗକୁ ରାଜ୍ୟବାସୀଙ୍କୁ ଅତିଶୟ କରୁଛି ପରୀ ନିଖୋଜ ଓ ହତ୍ୟା ମାମଲା । ନୟାଗଡ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପର ଗାଁର ଅଶୋକ ସାହୁଙ୍କ 6 ବର୍ଷର ଝିଅ ପରୀ ଜୁଲାଇ 14 ତାରିଖରେ ନିଖୋଜ ହୋଇ ଯାଇଥିଲା । ଏହାର ଠିକ୍ 10 ଦିନ ପରେ ଅର୍ଥାତ୍ 23 ତାରିଖରେ ଗାଁ ନିକଟରୁ ପରୀର ଖଣ୍ଡ ବିଖଣ୍ଡିତ ମୃତଦେହ ଗଳିତ ଅବସ୍ଥାରେ ଏକ ବସ୍ତାରୁ ଉଦ୍ଧାର କରାଯାଇଥିଲା । ପରେ ମାମଲା ଧିରେ ଧିରେ ଶୀତଳ ହୋଇ ଯାଇଥିଲା । ମାତ୍ର ଶୀତ ଅଧିବେଶନ ଆରମ୍ଭରେ ପରୀର ବାପା ମାଆ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିବା ପରେ ମାମଲା ଗୁରୁତର ହେବାକୁ ଲାଗିଲା । ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିରୋଧୀ ମନ୍ତ୍ରୀଙ୍କ ଇସ୍ତଫା ଦାବିର ଅଡିବସିଲେ । ଏମିତିକି ବିଧାନସଭା ଶୀତ ଅଧିବେଶନକୁ ପରୀ ପ୍ରସଙ୍ଗ ଉସ୍ମ କରିଦେଲା । ଶେଷରେ ରାଜ୍ୟସରକାର ଶୀତ ଅଧିବେଶନକୁ ମାତ୍ର 10 ଦିନ ମଧ୍ୟରେ ବନ୍ଦ କରିଦେଲେ । ଅନ୍ୟପଟେ ମାମଲାରେ ନୂଆ ନୂଆ ମୋଡ ଦେଖିବାକୁ ମିଳିଲା । କିଏ ପରୀକୁ ବଳି ଦିଆଯାଇଛି କହୁ ଥିବାବେଳେ ପୁଣି ପରୀକୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସୁଛି ।

ଜାତୀୟ କ୍ରାଇମ୍ ବ୍ୟୁରୋ ଏନସିଆରବି ତଥ୍ୟ ଅନୁଯାୟୀ ରାଜ୍ୟରେ ଗତବର୍ଷ 4 ହଜାର 315 ଶିଶୁ ନିଖୋଜ ହୋଇଛନ୍ତି । ଅର୍ଥାତ୍ ଦିନକୁ 12 । ତେବେ ଏହି ନିଖୋଜ ଶିଶୁମାନେ ଯାଉଛନ୍ତି କୁଆଡେ, କିଏ ତାଙ୍କୁ ଅପହରଣ କରୁଛି ଏବଂ କାହିଁକି ଏନେଇ ଉଠିଛି ବଡ ପ୍ରଶ୍ନ ।

ବାସ୍ତବରେ ଏବର୍ଷ ପ୍ରତିଟି ମନରେ କିନ୍ତୁ, କାହିଁକିର ଅଭୁଲା ଛାପ ଛାଡିଦେଇ ଯାଇଛି । ଯେମିତି ପ୍ରତିଟି ଆତ୍ମା କହୁଛି ଏମିତି ବର୍ଷ ଆଉ କେବେ ନ ଆସୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 31, 2020, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.