ETV Bharat / bharat

କୋଭିଡ-19 ଆଣ୍ଟିବଡିକୁ ନିରପେକ୍ଷ କରିବ ଏକ୍ସ-ରେ ଏକ୍ସପେରିମେଣ୍ଟ

author img

By

Published : May 22, 2020, 6:59 PM IST

ଭୀର ବାୟୋଟେକ୍ନୋଲୋଜିର ଡେଭିଡ କୋର୍ଟିନ ଓ ୟୁନିଭର୍ସିଟି ଅଫ ୱାଶିଂଟନର ଡେଭିଡ ଭେସଲର ଏକ ଅନ୍ତର୍ଜାତୀୟ ଟିମ ଗଠନ କରି ଏହି ଭୂତାଣୁ ସଂକ୍ରମଣର ପୂର୍ବବର୍ତ୍ତୀ ଚିକିତ୍ସା କିମ୍ବା ସଂକ୍ରମଣର ପରବର୍ତ୍ତୀ ଅବସ୍ଥା ପାଇଁ ଚିକିତ୍ସାକୁ ନେଇ ଅଧ୍ୟୟନ ଜାରି ରଖିଛନ୍ତି ।

Covid-19, covid-19 antibody, antibody, antibody neutralising, x-ray, ଏକ୍ସ-ରେ, କୋଭିଡ-19, କୋଭିଡ-19 ଆଣ୍ଟିବଡି, ଆଣ୍ଟିବଡି, ଆଣ୍ଟିବଡି ନିରପେକ୍ଷତା
କୋଭିଡ-19 ଆଣ୍ଟିବଡିକୁ ନିରପେକ୍ଷ କରିବ ଏକ୍ସ-ରେ ଏକ୍ସପେରିମେଣ୍ଟ

ହାଇଦ୍ରାବାଦ: କୋରୋନା ସଂକ୍ରମଣରେ ଦାୟୀ ବୋଲାଉଥିବା SARS-CoV-2 ଭୂତାଣୁକୁ ନିଷ୍କ୍ରିୟ କରିବା ପାଇଁ ସାରା ବିଶ୍ବରେ ବୈଜ୍ଞାନିକମାନେ ଚଳାଇଛନ୍ତି ଜୋରସୋର ପ୍ରୟାସ । ସେପଟେ ଭୀର ବାୟୋଟେକ୍ନୋଲୋଜିର ଡେଭିଡ କୋର୍ଟିନ ଓ ୟୁନିଭର୍ସିଟି ଅଫ ୱାଶିଂଟନର ଡେଭିଡ ଭେସଲର ଏକ ଅନ୍ତର୍ଜାତୀୟ ଟିମ ଗଠନ କରି ଏହି ଭୂତାଣୁ ସଂକ୍ରମଣର ପୂର୍ବବର୍ତ୍ତୀ ଚିକିତ୍ସା କିମ୍ବା ସଂକ୍ରମଣର ପରବର୍ତ୍ତୀ ଅବସ୍ଥା ପାଇଁ ଚିକିତ୍ସାକୁ ନେଇ ଅଧ୍ୟୟନ ଜାରି ରଖିଛନ୍ତି ।

ଦିନରାତି ଏକ କରି ଉଭୟେ ଏହି ବିଷୟରେ କାମ କରୁଥିବା ବେଳେ ସେମାନଙ୍କ ପ୍ରଶ୍ନର ସମାଧାନ ପାଇଁ ଆଣ୍ଟିବଡିର ନିରପେକ୍ଷତାକୁ ଟାର୍ଗେଟ କରାଯାଇଛି । ଲରେନ୍ସ ବର୍କଲେ ନ୍ୟାସନାଲ ଲାବୋରେଟୋରୀର ଆଡଭାନ୍ସ ଲାଇଟ ସୋର୍ସ(ଏଏଲଏସ)ରେ ସେମାନଙ୍କର ଶେଷ ଅନୁଧ୍ୟାନ ମୁତାବକ ସାର୍ସ ଆକ୍ରାନ୍ତଙ୍କ ଶରୀରରେ ମିଳିଥିବା ଆଣ୍ଟିବଡି ବର୍ତ୍ତମାନ କୋଭିଡ-19 ସଂକ୍ରମଣ ପାଇଁ ଦାୟୀ SARS-CoV-2kକୁ ରୋକିବାରେ ସକ୍ଷମ । କେବଳ କୋଭିଡ-19 ନୁହେଁ ବରଂ ସମାନ ପ୍ରକାରର ଅନ୍ୟ ଭୂତାଣୁକୁ ନଷ୍ଟ କରିବାରେ ମଧ୍ୟ ଏହି ଆଣ୍ଟିବଡି ସକ୍ଷମ ବୋଲି ପ୍ରକାଶ ପାଇଛି ।

ଗତ ସପ୍ତାହରେ ‘ନେଚର’ ଜର୍ଣ୍ଣାଲରେ ଏସମ୍ବନ୍ଧୀୟ ପ୍ରକାଶିତ ତଥ୍ୟ ମୁତାବକ କୋରୋନା ଆକ୍ରାନ୍ତଙ୍କ ଶରୀରରେ ଦେଖାଯାଇଥିବା ଆଣ୍ଟିବଡିକୁ ନେଇ ଖୁବଶୀଘ୍ର କ୍ଲିନିକାଲ ଟେଷ୍ଟ କରାଯିବ । ତେବେ 2019 ମସିହା ଶେଷ ଆଡକୁ SARS-CoV-2 ଭୂତାଣୁର ଅଭ୍ୟୁଦୟ ହୋଇଥିବା ବେଳେ ଭେସଲର ଓ ତାଙ୍କ ସହଯୋଗୀ 2003 ଓ 2013ରେ ଦେଖାଦେଇଥିବା ସାର୍ସ ଓ ମର୍ସରେ ସୃଷ୍ଟି ଆମଅଟିବଡି ଦ୍ବାରା ଏହାର ନିରପେକ୍ଷତା ସ୍କ୍ରିନିଂ ଆରମ୍ଭ କରିଥିଲେ ।

ଏହି ଆଣ୍ଟିବଡି ପ୍ରୋଟିନ ସଂଶ୍ଲେଷଣରେ କିପରି ବାଧା ସୃଷ୍ଟି କରେ ତାହା ବୁଝିବା ପାଇଁ ଏହି ଟିମ୍‌ ଆଣ୍ଟିବଡି ସମ୍ଭନ୍ଧୀୟ ଅନେକ ଜରୁରୀ ତଥ୍ୟ ଖୋଜି ବାହାର କରିଥିଲେ । ଏଥିପାଇଁ ସେମାନେ କ୍ର୍ୟୋ-ଇଲେକ୍ଟ୍ରନ ମାଇକ୍ରୋସ୍କୋପି (କ୍ର୍ୟୋ-ଇଏମ) ବ୍ୟବହାର କରି ୟୁନିଭର୍ସିଟି ଅଫ ୱାଶିଂଟନ ଆର୍ଣ୍ଣୋଲ୍ଡ ଆଣ୍ଡ ମେବଲ ବେକମ୍ୟାନ କ୍ର୍ୟୋଇଏମ ସେଣ୍ଟରରେ ପରୀକ୍ଷା କରିଥିଲେ । ସେହିପରି ଏଏଲଏସ ବିମଲାଇନ 5.0.2ରେ ଏକ୍ସ-ରେ କ୍ରିଷ୍ଟାଲୋଗ୍ରାଫି ପରୀକ୍ଷା ହୋଇଥିଲା । ଯେଉଁଥିରେ ସାହାଯ୍ୟର ହାତ ବଢାଇଥିଲେ ବର୍କଲେ ସେଣ୍ଟର ଫର ଷ୍ଟ୍ରକଚରାଲ ବାୟୋଲୋଜି (ବିସିଏସବି) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.