ଥିରୁଅନନ୍ତପୁରମ: ଦେଶର ବିଭିନ୍ନ ବିମାନ ବନ୍ଦରରୁ ଯାତ୍ରୀଙ୍କ ଠାରୁ ଅନେକ ସମୟରେ ବହୁ ପରିମାଣର ସୁନା ଜବତ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ତେବେ ରବିବାର କେରଳ ସ୍ଥିତ କୋଝିକୋଡେ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଥର ସୁନା ନୁହେଁ କିଛି ବିଦେଶି ମୁଦ୍ରା ଜବତ ହୋଇଥିବା ସୂଚନା ମିଳିଛି ।
![କୋଝିକୋଡେ ବିମାନ ବନ୍ଦରରୁ 15.7 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ](https://etvbharatimages.akamaized.net/etvbharat/prod-images/8785636_258_8785636_1599987988477.png)
ଜଣେ ଯାତ୍ରୀଙ୍କ ଠାରୁ 15.7 ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା ଜବତ କରିଛି ଏୟାର ଇଣ୍ଟେଲିଜେନ୍ସ ୟୁନିଟ । ଏନେଇ ସୂଚନା ଦେଇଛି କୋଚି ସ୍ଥିତ କମିଶନର ଅଫ କଷ୍ଟମ୍ସ ବିଭାଗ । ଘଟଣାରେ ଉକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରା ଉଚରା ଜାରି ରହିଛି ।
ତେବେ କୋରୋନା ପାଇଁ ବନ୍ଦ ରହିଥିବା ବିମାନ ସେବା କାରଣରୁ ସୁନା ତସ୍କରୀ ହେଉ କିମ୍ବା ଆଉ କେଉଁ ଅପରାଧିକ କାର୍ଯ୍ୟକଳାପ ବନ୍ଦ ଥିବାବେଳେ, ଏବେ ପୁଣି ଏହା ଧିରେ ଧିରେ ଆରମ୍ଭ ହେବାକୁ ଲାଗିଛି । ଯାହାକୁ ନେଇ ତସ୍କର ମାନଙ୍କ ସହ ସେମାନଙ୍କୁ ଧରିବାକୁ ଆହୁରି ଅଧିକ ସତର୍କ ହୋଇଯାଇଛି କଷ୍ଟମ ବିଭାଗ ।