ନୂଆଦିଲ୍ଲୀ: ପୁଣି ପଦାରେ ପଡିଲା ସ୍ବାସ୍ଥ୍ୟ ବିଭାଗର ଅବହେଳା। କଫ ସିରପ ବୋତଲରୁ ପୋକ ବାହାରିବା ଅଭିଯୋଗ କଲେ ରୋଗୀ। ଦିଲ୍ଲୀ ରାଜନ ବାବୁ ଟିବି ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ବୀରସେନ ଉପାଧ୍ୟୟ ନାମକ ଜଣେ ବ୍ୟକ୍ତି ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ। ଆଉ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ, ହସ୍ପିଟାଲ ଫାର୍ମାସିରୁ ଆଣିଥିଲେ କଫ ସିରପ। ହେଲେ ସେ କିଣିବା ପରେ ସିରପ ବୋତଲରେ ପୋକ ଭାସୁଥିବା ଦେଖିଥିଲେ। ଆଉ ସଙ୍ଗେ ସଙ୍ଗେ ଫାର୍ମାସିଷ୍ଟଙ୍କୁ ଅଭିଯୋଗ କରିଥିଲେ।
ପରେ ଦୋକାନରେ ଫେରାଇବା ପାଇଁ ଫାର୍ମାସିଷ୍ଟ କହିଥିଲେ, ହେଲେ ଦୋକାନୀ ଏହାକୁ ନେଇନଥିଲେ । ତେବେ ଏନେଇ ବୀରସେନ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ସେମାନେ ଯାଞ୍ଚ ପରେ ବୋତଲରେ ପୋକ ଥିବା ଦେଖିଥିଲେ। ତେବେ ଘଟଣାଟି କମିଶନରଙ୍କ ନିକଟରେ ପହଞ୍ଚିଥିଲା । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଥିବା ଆଡିଶନାଲ କମିଶନର ଜୟରାଜ ନାୟକ କହିଛନ୍ତି ।