ETV Bharat / bharat

ଭାରତରେ ଛାତିଥରା ’ବିଶ୍ବଯୁଦ୍ଧ’ର ଚିହ୍ନ, ମାଟିତଳୁ ମିଳିଲା ଅଫୁଟା ବୋମା ଓ ଅସ୍ତ୍ରଶସ୍ତ୍ର

author img

By

Published : Jul 17, 2020, 9:51 AM IST

ମଣିପୁରରୁ ବହୁ ଅସ୍ତ୍ରଶସ୍ତ୍ର ଠାବ ହୋଇଛି । ଯାହା ବିଶ୍ବଯୁଦ୍ଧ ସମୟର ବୋଲି ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ...

ଭାରତରେ ଛାତିଥରା ’ବିଶ୍ବଯୁଦ୍ଧ’ର ଚିହ୍ନ
ଭାରତରେ ଛାତିଥରା ’ବିଶ୍ବଯୁଦ୍ଧ’ର ଚିହ୍ନ

ଇମ୍ପାଲ: ମଣିପୁରରୁ ମିଳିଲା ଦ୍ବିତୀୟ ବିଶ୍ବଯୁଦ୍ଧ ବେଳର ଅସ୍ତ୍ରଶସ୍ତ୍ର । ଘର ତିଆରି ବେଳେ ମିଳିଲା ବିସ୍ଫୋରଣ ହୋଇନଥିବା ବୋମା । ମଣିପୁର ମୋରେହ ଅଞ୍ଚଳରୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ୟବହୃତ ହେଇଥିବା କିଛି ସାମଗ୍ରୀ ମିଳିଥିବା ନେଇ ସନ୍ଦେହ କରାଯାଉଛି ।

ମୋରେହ ୱାର୍ଡ ନଂ 9 ରେ ଘର ନିର୍ମାଣ ପାଇଁ ମାଟି ଖୋଲିବା ସମୟରେ27ଟି ବୋମା ସମେତ 43ଟି ଖାଲି ବୋମା ଏବଂ 15ଟି ଖାଲି ବାକ୍ସକୁ ଉଦ୍ଧାର କରାଯାଇଛି । ଗୁରବାର ମଧ୍ୟାହ୍ନ 12.30 ସମୟରେ ଖନନକାରୀ ଏହାକୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।

ଯେଉଁ ପ୍ଲଟରୁ ଏହି ବୋମା ମିଳିଛି, ତାହା ନେମଜାଲହିଙ୍ଗ ଡୁଙ୍ଗେଲଙ୍କ ପତ୍ନୀ କାମ୍ପୁ ଡୁଙ୍ଗେଲ (35) ଙ୍କର । ପ୍ଲଟ ମାଲିକଙ୍କ ସନ୍ଧାନ ସମ୍ପର୍କରେ ସୂଚନା ପାଇବା ପରେ ମୋରେହ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବୋମା ଏବଂ ଅନ୍ୟାନ୍ୟ ଜିନିଷ ସଂଗ୍ରହ କରି ପୋଲିସ ଷ୍ଟେସନରେ ରଖିଛି ।

ବୁଧବାର ଦିନ ଭାରତୀୟ ସେନା ଇମ୍ଫାଲ ହାଟାରୁ 6ଟି ଅଫୁଟା ବୋମା ମିଳିବା ପରେ ଏହାକୁ ଦ୍ବିତୀୟ ବିଶ୍ବଯୁଦ୍ଧର ସନ୍ଦେହ କରାଯାଉଥିଲା । ଏହାର ଗୋଟିଏ ଦିନ ପରେ ଅର୍ଥାତ ଗୁରୁବାର ପୁଣି ଥରେ ସେହି ପୁରୁଣା ସାମଗ୍ରୀ ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.