ETV Bharat / bharat

ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ: ବିଶ୍ବରେ ପ୍ରତି 40 ସେକେଣ୍ଡରେ ଜଣଙ୍କର ଆତ୍ମହତ୍ୟା

ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ (WSPD) ହେଉଛି ଏକ ସଚେତନତାର ଦିବସ । ଏହାକୁ ପ୍ରତିବର୍ଷ 10 ସେପ୍ଟେମ୍ବରରେ ପାଳନ କରାଯାଇଥାଏ । 2003 ମସିହାରୁ ସାରା ବିଶ୍ୱରେ ବିଭିନ୍ନ କାର୍ଯ୍ୟକଳାପ ସହିତ ଆତ୍ମହତ୍ୟାକୁ ରୋକିବା ପାଇଁ ଏହି ଦିବସ ପାଳନ କରାଯାଉଛି ।

ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ
ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ
author img

By

Published : Sep 10, 2020, 9:00 AM IST

ହାଇଦ୍ରାବାଦ: ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ (WSPD) ହେଉଛି ଏକ ସଚେତନତାର ଦିବସ । ଏହାକୁ ପ୍ରତିବର୍ଷ 10 ସେପ୍ଟେମ୍ବରରେ ପାଳନ କରାଯାଇଥାଏ । 2003 ମସିହାରୁ ସାରା ବିଶ୍ୱରେ ବିଭିନ୍ନ କାର୍ଯ୍ୟକଳାପ ସହିତ ଆତ୍ମହତ୍ୟାକୁ ରୋକିବା ପାଇଁ ଏହି ଦିବସ ପାଳନ କରାଯାଉଛି । ଆତ୍ମହତ୍ୟା ନିବାରଣ ଦିବସ ଆୟୋଜନ ପାଇଁ ଅନ୍ତର୍ଜାତୀୟ ଆସୋସିଏସନ ଫର ସୁସାଇଡ୍ ପ୍ରିଭେନସନ୍(IASP) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ୱାର୍ଲ୍ଡ ଫେଡେରେସନ୍ ଫର୍ ମେଣ୍ଟାଲ ହେଲଥ୍ (WFMH) ସହିତ ସହଯୋଗ କରିଥାଏ।

ଆତ୍ମହତ୍ୟା ରୋକିବା ଏକ ସର୍ବଭାରତୀୟ ଆହ୍ବାନ । ପ୍ରତିବର୍ଷ ଆତ୍ମହତ୍ୟା ସବୁ ବୟସର ବ୍ୟକ୍ତିଙ୍କ ପାଇଁ ସର୍ବଭାରତୀୟ ସ୍ତରରେ ମୃତ୍ୟୁର ପ୍ରମୁଖ 20 ଟି କାରଣ ରହିଛି । 800,000 ରୁ ଅଧିକ ମୃତ୍ୟୁ ପାଇଁ ଆତ୍ମହତ୍ୟା ଦାୟୀ । ପ୍ରତି 40 ସେକେଣ୍ଡରେ ଗୋଟିଏ ଆତ୍ମହତ୍ୟା ହେଉଛି । ଏହି ପରିସଂଖ୍ୟାନ ପଛରେ ବ୍ୟକ୍ତିଗତ କାହାଣୀଗୁଡ଼ିକ ଜଡିତ । ପ୍ରତ୍ୟେକ ଆତ୍ମହତ୍ୟା ପାଇଁ ପ୍ରାୟ 135 ଲୋକ ପ୍ରଭାବିତ ହୋଇଥାନ୍ତି । ବାର୍ଷିକ 108 ନିୟୁତ ଲୋକ, ଯେଉଁମାନେ ଆତ୍ମହତ୍ୟା ଆଚରଣ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୁଅନ୍ତି । ଜଣେ ବ୍ୟକ୍ତିର ଆତ୍ମହତ୍ୟା ପାଇଁ ପ୍ରାୟ 25 ଜଣ ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି ।

WSPD 2020 ର ବିଷୟବସ୍ତୁ ‘ଆତ୍ମହତ୍ୟାକୁ ରୋକିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା-

ଗତ 45 ବର୍ଷ ମଧ୍ୟରେ ବିଶ୍ବରେ ଆତ୍ମହତ୍ୟା ହାର 60% ବୃଦ୍ଧି ପାଇଛି । ଆତ୍ମହତ୍ୟା ବର୍ତ୍ତମାନ ମୃତ୍ୟୁର ପ୍ରମୁଖ କାରଣ । ଆତ୍ମହତ୍ୟା ଉଦ୍ୟମ 20 ଗୁଣା ଅଧିକ ରହିଛି । ସର୍ବଭାରତୀୟ ସ୍ତରରେ ଆତ୍ମହତ୍ୟା ହେଉଛି 15 ତମ ପ୍ରମୁଖ କାରଣ । ଆତ୍ମହତ୍ୟା ହାର ପ୍ରତି ଲକ୍ଷେ ଜନସଂଖ୍ୟାରେ 11.4 ପ୍ରତିଶତ ।

-ପୁରୁଷମାନଙ୍କ ପାଇଁ 15.0 / 100000

-ମହିଳାମାନଙ୍କ ପାଇଁ 8.0 / 100000

ଅନେକ ୟୁରୋପୀୟ ଦେଶରେ 15-24 ବର୍ଷ ବୟସର ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ହେଉଛି ମୁଖ୍ୟ କାରଣ-

ମହିଳାମାନଙ୍କ ଅପେକ୍ଷା ପୁରୁଷଙ୍କ ମଧ୍ୟରେ ବିଶ୍ୱରେ ଆତ୍ମହତ୍ୟା ହାର ଅଧିକ । କିଶୋରଙ୍କ ମଧ୍ୟରେ ଆତ୍ମହତ୍ୟା ମୁଖ୍ୟତଃ ଦେଖାଯାଇଥାଏ । 2012 ରେ ବିଶ୍ବର 76% ଆତ୍ମହତ୍ୟା ସ୍ୱଳ୍ପ ଓ ମଧ୍ୟମ ଆୟକାରୀ ଦେଶରେ ଘଟିଛି । ଏହାମଧ୍ୟରୁ 39% ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ ଘଟିଛି । 25 ଟି ଦେଶରେ (WHO ସଦସ୍ୟ ରାଷ୍ଟ୍ର ମଧ୍ୟରେ) ଆତ୍ମହତ୍ୟା ବର୍ତ୍ତମାନ ସୁଦ୍ଧା ଅପରାଧୀକ ଅଟେ । ଅତିରିକ୍ତ 20 ଟି ଦେଶରେ ଆତ୍ମହତ୍ୟା ଉଦ୍ୟମକାରୀଙ୍କୁ ଶାରିଆ ଆଇନ ଅନୁଯାୟୀ ଦଣ୍ଡିତ କରାଯାଇପାରିବ ।

ଆତ୍ମହତ୍ୟା ଭାବନା କ’ଣ ?

ଆତ୍ମହତ୍ୟା ହେଉଛି ସମସ୍ତ ବିପଦର ଏକ ସମ୍ମିଶ୍ରଣର ଫଳାଫଳ । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରେ ଉଦାସୀନତା ହେଉଛି ସାଧାରଣ ମାନସିକ ରୋଗ । ଉଚ୍ଚ ଆୟକାରୀ ଦେଶଗୁଡିକର 50% ବ୍ୟକ୍ତିଙ୍କର ମୃତ୍ୟୁର ପ୍ରମୁଖ କାରଣ ଉଦାସୀନତା । ପ୍ରତ୍ୟେକ ଜଣଙ୍କର ଆତ୍ମହତ୍ୟା ପାଇଁ 25 ଜଣ ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି । ପ୍ରତ୍ୟେକ ଆତ୍ମହତ୍ୟା ଦ୍ୱାରା 135 ଜଣ ଲୋକ ପ୍ରଭାବିତ ହୁଅନ୍ତି ।

ଆତ୍ମହତ୍ୟା ଚେତାବନୀ-

  • ଅତ୍ୟଧିକ ଦୁଃଖ କିମ୍ବା ବାରମ୍ବାର ମନୋବଳରେ ପରିବର୍ତ୍ତନ ହୁଏ ।
  • ନିରାଶା କିମ୍ବା ଭବିଷ୍ୟତ ପାଇଁ କୌଣସି ଭରସା ନଥିଲେ ।
  • ଶୋଇବା ସମସ୍ୟା କିମ୍ବା ଅନିଦ୍ରା ।
  • ହଠାତ୍ ଶାନ୍ତତା ।
  • ସାମାଜିକ ପ୍ରତ୍ୟାହାର । ପରିବାର, ବନ୍ଧୁ ଇତ୍ୟାଦି ଠାରୁ ଦୂରେଇ ରହିବା ।
  • ଡ୍ରଗ୍ସ ଓ ମଦ୍ୟପାନ କରିବା, ନିଜକୁ କ୍ଷତି ପହଞ୍ଚାଇବା ।

ଆତ୍ମହତ୍ୟା ରୋକିବା କାର୍ଯ୍ୟକ୍ରମଗୁଡିକ ଅନ୍ତର୍ଭୁକ୍ତ ଚ୍ୟାଲେଞ୍ଜ ଗୁଡିକର ସମ୍ମୁଖୀନ ହୋଇଥାଏ:-

  • ଉତ୍ସର ଅଭାବ ।
  • ସମ୍ବନୟର ଅଭାବ ।
  • ସିସିଟିଭିକୁ ଗୁରୁତ୍ବ ନ ଦେବା ।
  • ବାଧ୍ୟତାମୂଳକ ନିର୍ଦ୍ଦେଶାବଳୀର ଅଭାବ ।
  • ସ୍ବାଧିନ ଓ ବ୍ୟବସ୍ଥିତ ମୂଲ୍ୟାଙ୍କନର ଅଭାବ ।

2014 ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗ୍ଲୋବାଲ୍ ରିପୋର୍ଟ ପରେ ଆତ୍ମହତ୍ୟାକୁ ରୋକିବାରେ ଅଗ୍ରଗତି ଆରମ୍ଭ ହୋଇଛି । ଅନେକ ଦେଶ ସେମାନଙ୍କର ଜାତୀୟ ଆତ୍ମହତ୍ୟା ରୋକିବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେ ମଧ୍ୟରେ ରହିଛି, ସ୍କଟଲ୍ୟାଣ୍ଡ, ଇଂଲଣ୍ଡ, ଆୟର୍ଲାଣ୍ଡ ଏବଂ ଆମେରିକା ।

ସମ୍ପ୍ରଦାୟର ଗୁରୁତ୍ୱ-

  • ଆମେ ସମସ୍ତେ ଏକ ସମ୍ପ୍ରଦାୟର ଅଂଶ । ପରିବାର, ବନ୍ଧୁ, କାର୍ଯ୍ୟ ସହକର୍ମୀ, ପଡ଼ୋଶୀ କିମ୍ବା ଦଳ ସହିତ ସଂଯୁକ୍ତ ଏବଂ ଅନେକ ସମୟରେ ଚିନ୍ତା ଦୂର କରିବାକୁ ସମ୍ପ୍ରଦାୟ ସାହାଯ୍ୟ କରେ ।
  • ବେଳେବେଳେ ଆମେ ଆମ ସମ୍ପ୍ରଦାୟରୁ ବିଚ୍ଛିନ୍ନ ହୋଇଯାଇଥାଉ ।
  • ଯେଉଁମାନେ ଆମ ସମ୍ପ୍ରଦାୟରେ ଅସୁରକ୍ଷିତ ହୋଇଯାଆନ୍ତି ସେମାନଙ୍କୁ ସମର୍ଥନ ଓ ସଶକ୍ତ କରିବା ଆମର ଦାୟିତ୍ବ ଅଟେ ।
  • ସମ୍ପ୍ରଦାୟ ଲୋକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ।
  • ଯଦି ଆପଣ, ଆପଣଙ୍କର ସମ୍ପ୍ରଦାୟରେ କାହାକୁ ନେଇ ଚିନ୍ତିତ ତେବେ ସେମାନଙ୍କ ହାଲଚାଲ୍ ପଚାରିବୁଝିବା ଜରୁରୀ ।

ଆତ୍ମହତ୍ୟାକୁ ନେଇ ଭାରତର ପ୍ରସଙ୍ଗ:-

ପ୍ରତ୍ୟେକ ଆତ୍ମହତ୍ୟା ଏକ ବ୍ୟକ୍ତିଗତ ଦୁଃଖଦ ଘଟଣା । ଅକାଳରେ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଥାଏ ଏହି ଆତ୍ମହତ୍ୟା ଓ ଏହାର କ୍ରମାଗତ ପ୍ରଭାବ ପରିବାର, ବନ୍ଧୁଙ୍କ ଉପରେ ପଡିଥାଏ । ପ୍ରତିବର୍ଷ ଆମ ଦେଶରେ 1,00,000 ରୁ ଅଧିକ ଲୋକ ଆତ୍ମହତ୍ୟା କରନ୍ତି। ବୃତ୍ତିଗତ ସମସ୍ୟା, ବିଚ୍ଛିନ୍ନତାର ଭାବନା, ଅପବ୍ୟବହାର, ହିଂସା, ପାରିବାରିକ ସମସ୍ୟା, ମାନସିକ ଚାପ ଆତ୍ମହତ୍ୟାର କାରଣ । 2018 ତୁଳନାରେ 2019ରେ ଦେଶରେ ମୋଟ 1,39,123 ଆତ୍ମହତ୍ୟା ରିପୋର୍ଟ କରାଯାଇଛି । ଯାହା 2018 ତୁଳନାରେ 0.2 ପ୍ରତିଶତ ବୃଦ୍ଧି ପାଇଛି ।

NCRB 2019 ରିପୋର୍ଟ ଅନୁଯାୟୀ ଭାରତରେ ଆତ୍ମହତ୍ୟା-

2019 ରେ ପ୍ରତିଦିନ 381 ଲୋକ ଆତ୍ମହତ୍ୟା କରିଛନ୍ତି । 2019 ବର୍ଷରେ ପ୍ରାୟ 1 ଲକ୍ଷ 39 ହଜାର 123 ମୃତ୍ୟୁ ଘଟିଛି। ଦେଶରେ ଆତ୍ମହତ୍ୟା ହାର 10.4% ଠାରୁ ବହୁତ ଅଧିକ । 32.4% ମାମଲାରେ ପାରିବାରିକ ବିବାଦ, 5.5% ଆତ୍ମହତ୍ୟା ପଛରେ ବୈବାହିକ କାରଣ, 17.1% ଆତ୍ମହତ୍ୟା ପଛରେ ଅସୁସ୍ଥତା କାରଣ । ପୁରୁଷ ଆତ୍ମହତ୍ୟା 70.2% ମହିଳାଙ୍କ ଆତ୍ମହତ୍ୟା 29.8% । ମହାରାଷ୍ଟ୍ର, ତାମିଲନାଡୁ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ରାଜ୍ୟରେ ଆତ୍ମହତ୍ୟା ଅଧିକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.