ETV Bharat / bharat

କୋରୋନାର କ୍ଷୀପ୍ରଗତି: ମାତ୍ର 12 ଦିନରେ 1 ଲକ୍ଷ ତାଜା ରିପୋର୍ଟ - କୋରୋନାର କ୍ଷୀପ୍ର ଗତି

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ବିଶ୍ବବ୍ୟାପୀ ସାମ୍ନାକୁ ଆସିଥିବା ନୂତନ କୋରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷରୁ ଅଧିକ ହୋଇଛି । ଶୂନରୁ 1 ଲକ୍ଷରେ ପହଞ୍ଚିବାକୁ ପ୍ରାୟ ତିନି ମାସ ସମୟ ଲାଗିଥିବା ବେଳେ ଏବେ ମାତ୍ର 12 ଦିନରେ 1 ଲକ୍ଷରୁ 2 ଲକ୍ଷରେ ପହଞ୍ଚିଛି କୋରୋନା ସଂକ୍ରମଣ ରିପୋର୍ଟ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 20, 2020, 11:09 PM IST

ନୂଆଦିଲ୍ଲୀ: କୋରୋନା ଡର ଏବେ ଅତିମାତ୍ରାରେ ବଢିବାରେ ଲାଗିଛି । କୋରୋନା କାୟା ବିସ୍ତାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ରିପୋର୍ଟକୁ ଦେଖିଲେ କେତେ ଭୟାନକ ଭାବରେ କୋରୋନା ବିସ୍ତାରିତ ହେଉଛି ତାହା ସ୍ପଷ୍ଟ ହୋଇଯିବ । ରିପୋର୍ଟ ଅନୁଯାୟୀ ମାତ୍ର 12 ଦିନରେ 1ଲକ୍ଷ ତାଜା ସଂକ୍ରମଣ ରିପୋର୍ଟ କୋରୋନାର କାୟା ବିସ୍ତାରର କ୍ଷୀପ୍ରତାକୁ ସାମ୍ନାକୁ ଆଣୁଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ବିଶ୍ବବ୍ୟାପୀ ସାମ୍ନାକୁ ଆସିଥିବା ନୂତନ କୋରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷରୁ ଅଧିକ ହୋଇଛି । ଶୂନରୁ 1 ଲକ୍ଷରେ ପହଞ୍ଚିବାକୁ ପ୍ରାୟ ତିନି ମାସ ସମୟ ଲାଗିଥିବା ବେଳେ ଏବେ ମାତ୍ର 12 ଦିନରେ 1 ଲକ୍ଷରୁ 2 ଲକ୍ଷରେ ପହଞ୍ଚିଛି କୋରୋନା ସଂକ୍ରମଣ ରିପୋର୍ଟ ।

ୟୁରୋପରେ 1,00,000 ରୁ ଅଧିକ ଲୋକ ଏପର୍ଯ୍ୟନ୍ତ COVID-19 ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି ।

ଭାରତରେ ନିଶ୍ଚିତ କରୋନାଭାଇରସ୍ ରୋଗ ସଂଖ୍ୟା 223ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ଚୀନର କରୋନା ମୃତ୍ୟୁ ସଂଖ୍ୟାକୁ ଅତିକ୍ରମ କରି ଇଟାଲୀ କୋରୋନା ଭାଇରସରେ ସର୍ବାଧିକ ମୃ୍ତ୍ୟୁ ସଂଖ୍ୟା ରିପୋର୍ଟ ଆସିଥିବା ଦେଶ ଭାବରେ ପରିଣତ ହୋଇଛି ।

ସମଗ୍ର ଆଫ୍ରିକାରେ କୋରୋନା ଭାଇରସ ଚଳିତ ସପ୍ତାହରେ ପ୍ରାୟ 6 ଗୁଣ ବୃଦ୍ଧି ପାଇ 850 ରେ ପହଞ୍ଚିଛି । ଏଥିରେ ଇଜିପ୍ଟ ସର୍ବାଧିକ ମାମଲା (210) ରିପୋର୍ଟ ହୋଇଛି। ସେହିପରି ଦକ୍ଷିଣ ଆଫ୍ରିକା (202) ରହିଛି ବୋଲି ଜଣାପଡିଛି ।

କୋରୋନା କେତେ ଭୟଙ୍କର ତାହା ଏହାର ବିସ୍ତାର ଓ ସଂକ୍ରମଣ ରିପୋର୍ଟରୁ ସ୍ପଷ୍ଟ ହୋଇଯାଉଛି । ସମଗ୍ର ବିଶ୍ବରେ 10448 ଜଣଙ୍କ ପ୍ରାଣ ନେଇଛି କୋରୋନା । ହେଲେ ଏସବୁ ଭିତରେ ମାରାତ୍ମକ, ଉପଚାରହୀନ କୋରୋନା ଭାଇରସ ନେଇ ଏକ ଭଲ ଖବର ରହିଛି । ସମଗ୍ର ବିଶ୍ବରେ କୋରୋନାକୁ କବଳରୁ ମୋଟ 86ହଜାର ସଂକ୍ରମିତ ଲୋକ ମୁକୁଳିଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.