ETV Bharat / bharat

ବିଶ୍ବ ଅଙ୍ଗଦାନ ଦିବସ: ବଞ୍ଚିବାକୁ ଦିଅ ଆଉ ଏକ ଜୀବନ

ବିଶ୍ବ ପାଳୁଛି ଅଙ୍ଗଦାନ ଦିବସ । ଅଙ୍ଗଦାନ କରି ମୂଲ୍ୟବାନ ଜୀବନ ବଞ୍ଚାଇବା ସମସ୍ତଙ୍କ ଦାୟିତ୍ବ । ସରକାରୀ ସଂଗଠନମାନେ ଏନେଇ ଲୋକଙ୍କୁ ସଚେତନ କରାଇବା ଜରୁରୀ । ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ଭଳି ମହତ କାର୍ଯ୍ୟ କରି ଅନ୍ୟଜଣଙ୍କୁ ବଞ୍ଚାଇବାର ନିଷ୍ପତ୍ତି ତଥା ଶପଥ ସମସ୍ତେ ନେବା ଆବଶ୍ୟକ ।

ଡିଜାଇନ ଫଟୋ
author img

By

Published : Aug 13, 2019, 9:59 AM IST

ହାଇଦ୍ରାବାଦ: ମୃତ୍ୟୁ ପରେ ଅଙ୍ଗଦାନ ମହତ କାର୍ଯ୍ୟ । ଏହି ସନ୍ଦେଶ ନେଇ ବିଶ୍ବରେ ପାଳିତ ହେଉଛି ଅଙ୍ଗଦାନ ଦିବସ । 13 ଅଗଷ୍ଟକୁ ଅଙ୍ଗଦାନ ଦିବସ ରୂପେ ପାଳନ କରାଯାଇଥାଏ । ଜନ୍ମ ଓ ମୃତ୍ୟୁ ଭଗବାନଙ୍କ ଦାନ ବୋଲି ଲୋକଙ୍କ ମତ ମାତ୍ର ଭଗବାନଙ୍କୁ ଦେଖିଛି କିଏ? କିନ୍ତୁ ଅଙ୍ଗଦାନ କରି ଗୋଟେ ମୂଲ୍ୟବାନ ଜୀବନ ବଞ୍ଚାଇବା କୌଣସି ଚମତ୍କାରରୁ କମ ନୁହେଁ । ମୃତ୍ୟୁ ଆମ ହାତରେ ନାହିଁ ମାତ୍ର ଜୀବନ ବଞ୍ଚାଇବା ଆମ ହାତରେ ଅଛି । ଏହା ଆମ ସମସ୍ତଙ୍କ ଦାୟିତ୍ବ ଆଗକୁ ବଢି ଅଙ୍ଗଦାନ ପାଇଁ ଶପଥ ନେବା । ସରକାରୀ ସଂଗଠନ ଓ ଅନ୍ୟାନ୍ୟ ସଂଗଠନ ଏକାଠି ହୋଇ ସାଧାରଣ ଲୋକଙ୍କୁ ଅଙ୍ଗଦାନ ପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏହାସହ ଅଙ୍ଗଦାନ ମହତ୍ତ୍ବ ବିଷୟରେ ସୂଚନା ଦେବା ମଧ୍ୟ ଜରୁରୀ ।

ଅଙ୍ଗଦାନ ଏକ ଉପହାର । ମୃତ୍ୟୁ ପରେ ଅଙ୍ଗ ନଷ୍ଟ ନକରି ଆବଶ୍ୟକୀୟ ବ୍ୟକ୍ତିଙ୍କୁ ଦାନ କରିବା ହେଉଛି ଅଙ୍ଗଦାନ । ଜଣେ ଚାହିଁଲେ ବଞ୍ଚିଥିବା ବେଳେ ମଧ୍ୟ ଅଙ୍ଗଦାନ କରିପାରିବ । ଜଣେ ଦାତା 8 ଥର ଅଙ୍ଗଦାନ କରିପାରିବ । କିଡନି, ଲିଭର, ବୋନ୍ ମ୍ୟାରୋ, ହୃତପିଣ୍ଡ, କୋରେନିଆ, ପାନକ୍ରିଆଜ ଆଦି ଚିକିତ୍ସା ବିଜ୍ଞାନ ପଦ୍ଧତି ଦ୍ବାରା ପ୍ରତିରୋପଣ କରାଯାଇପାରିବ । ଅଙ୍ଗଦାନକୁ ତିନିଭାଗରେ ବିଭକ୍ତ କରାଯାଇଛି । ଯଥା ଜୀବନ ସମ୍ବନ୍ଧିତ ଦାନ, ଜୀବନ ଅସମ୍ବନ୍ଧିତ ଦାନ ଓ ମୃତବ୍ୟକ୍ତି ଅଙ୍ଗଦାନ। ଜୀବନ ସମ୍ବନ୍ଧିତରେ ଜଣେ ବଞ୍ଚିଥିବା ବ୍ୟକ୍ତି ଅଙ୍ଗଦାନ କରିପାରିବ । ଏହି ଡୋନର କେବଳ ପରିବାର ବ୍ୟକ୍ତିଙ୍କୁ ହିଁ ଅଙ୍ଗଦାନ କରିପାରିବ ।

ଜୀବନ ଅସମ୍ବନ୍ଧିତରେ ଭାବନା ସହ ଯୋଡି ହୋଇ ରହିଥିବା ଯେକୌଣସି ବ୍ୟକ୍ତିଙ୍କୁ ଦାନ କରିପାରିବେ । ଅନ୍ୟଟିରେ ଜଣେ ମୃତ୍ୟୁ ପୂର୍ବରୁ ଡାକ୍ତରଖାନାରେ ଅଙ୍ଗଦାନ ପାଇଁ ରେଜିଷ୍ଟର କରିଥାଏ । ମୁଖ୍ୟତଃ ବ୍ରେନ ଷ୍ଟ୍ରୋକ ପରେ 24 ଘଣ୍ଟା ପାଇଁ କୃତିମ ଭାବେ ରକ୍ତ ଚଳାଚଳ ଚାଲୁ ରଖାଯାଇଥାଏ । ଏହାପରେ ସେମାନଙ୍କ ଅଙ୍ଗକୁ ବାହାର କରାଯାଇଥାଏ । ତେବେ ହୃଦଘାତରେ ମୃତ୍ୟୁ ହେଲେ ଅଙ୍ଗଦାନ କରିପାରିବେ ନାହିଁ କାରଣ ରକ୍ତ ଚଳାଚଳ ବନ୍ଦ ହୋଇଯାଇଥାଏ ଓ ସମସ୍ତ ଅଙ୍ଗ ଅଚଳ ହୋଇଯାଇଥାଏ ।

ଏଚଆଇଭି କିମ୍ବା ହେପାଟାଇଟିସ୍ ଥିବା ବ୍ୟକ୍ତି ଅଙ୍ଗଦାନ କରିପାରିବେ ନାହିଁ । ଅଙ୍ଗଦାନ ପୂର୍ବରୁ ରକ୍ତ ପରୀକ୍ଷା, ପ୍ରତିରକ୍ଷା ଶକ୍ତିର ଯାଞ୍ଚ ଆଦି କରାଯାଇଥାଏ । ଏହାସହ ଅଙ୍ଗ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ସହ ମ୍ୟାଚ ହେବା ମଧ୍ୟ ଜରୁରୀ । ଯଦି 18 ବର୍ଷରୁ କମ୍ ନାବାଳକ ଅଙ୍ଗଦାନ କରେ ତେବେ ପରିବାର ଲୋକଙ୍କ ସହମତି ଆବଶ୍ୟକ । ଶିଶୁଙ୍କୁ ମଧ୍ୟ ଅଙ୍ଗଦାନର ଆବଶ୍ୟକତା ରହିଛି ତେଣୁ 18 ବର୍ଷରୁ କମ୍ ନାବାଳକ ମଧ୍ୟ ପରିବାର ସହମତିରେ ଅଙ୍ଗଦାନ କରିପାରିବେ ।

1994ରେ ଲୋକସଭାରେ ଅଙ୍ଗଦାନ ପାଇଁ ଏକ ବିଲ୍ ପାସ କରାଗଲା । Transplantation of human organs act, ଉଦ୍ଦେଶ୍ୟ ଅଙ୍ଗ ପ୍ରତ୍ୟାରୋପଣ ଓ ସଂରକ୍ଷଣ । ଏହି ଆକ୍ଟକୁ ଲୋକସଭାରେ 2011ରେ ସଂଶୋଧନ କରାଗଲା । ଅଙ୍ଗଦାନ ସମୟରେ ପରିବାର ସହମତି ରହିବା ଜରୁରୀ । ବାହାର ଦେଶମାନଙ୍କରେ ଜଣେ ଚାହିଁଲେ ନିଜ ଜୀବନ ସମ୍ବନ୍ଧରେ ନିଷ୍ପତ୍ତି ନେଇପାରିବ କିନ୍ତୁ ଭାରତରେ ପରିବାର ଲୋକଙ୍କ ସହମତି ଜରୁରୀ ହୋଇପଡେ । Human organs act ଅନୁସାରେ ମୃତ ବ୍ୟକ୍ତିର ଅଙ୍ଗଦାନ କରାଯିବ କି ନାହିଁ, ଏହାର ପରିବାର ଲୋକଙ୍କ ନିଷ୍ପତ୍ତି । ଭାରତରେ ସାଧାରଣତଃ ଅଙ୍ଗଦାନର ଅଭାବ ଦେଖିବାକୁ ମିଳେ । ଲକ୍ଷାଧିକ ଲୋକ ଅଙ୍ଗ ହରେଇଥାଆନ୍ତି କିନ୍ତୁ କିଛି ହଜାର ବ୍ୟକ୍ତି ହିଁ ଅଙ୍ଗଦାନ ପାଇଁ ରାଜି ହୋଇଥାଆନ୍ତି । ପାଖପାଖି 15 ଜଣ ରୋଗୀଙ୍କର ପ୍ରତିଦିନ ମୃତ୍ୟୁ ହେଉଛି । ଏଥିପାଇଁ ଜରୁରୀ କଲେଜ ଓ ସ୍କୁଲ ମାନଙ୍କରେ ସଚେତନତା ବାର୍ତ୍ତା ଦେବା ।

ସେଥିପାଇଁ ତ କୁହାଯାଇଛି ‘Give someone a second chance-be A donor, be A hero’

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.