ETV Bharat / bharat

ବିଶ୍ବ ସଙ୍ଗୀତ ଦିବସ: ଏକାଗ୍ରତା ବଢାଏ ଓ ଚିନ୍ତାରୁ ମୁକ୍ତି ଦିଏ

ଆମ ଦୈନନ୍ଦିନ ଜୀବନରେ ସଙ୍ଗୀତର ଏକ ଅଲଗା ସ୍ଥାନ ରହିଛି । ଏହାକୁ ଛାଡି ଆମ ଜୀବନ ଯେପରି ଅଧାଅଧୁରା ଲାଗେ । ତେଣୁ ଆଜିର ଏହି ସଙ୍ଗୀତ ଦିବସରେ କିଛି ସଙ୍ଗୀତ ଶୁଣନ୍ତୁ ଆଉ ସମସ୍ତ ଅବସାଦ, ଚିନ୍ତା ଓ କ୍ଲାନ୍ତପଣକୁ ଦୂରାନ୍ତୁ । ଅଧିକ ପଢନ୍ତୁ...

author img

By

Published : Jun 21, 2020, 2:28 PM IST

ବିଶ୍ବ ସଙ୍ଗୀତ ଦିବସ: ଏକାଗ୍ରତା ବଢାଏ ଓ ଚିନ୍ତାରୁ ମୁକ୍ତି ଦିଏ
ବିଶ୍ବ ସଙ୍ଗୀତ ଦିବସ: ଏକାଗ୍ରତା ବଢାଏ ଓ ଚିନ୍ତାରୁ ମୁକ୍ତି ଦିଏ

ନୂଆଦିଲ୍ଲୀ: ଆଜି ବିଶ୍ବ ସଙ୍ଗୀତ ଦିବସ । 1982 ମସିହା ଜୁନ 21 ଆଜିର ଦିନରେ ଫ୍ରାନ୍ସରେ ବିଶ୍ୱ ସଂଗୀତ ଦିବସ 'ଫେଟେ ଦେ ଲା ମସ୍କିକ' ନାମକ ଏକ କନ୍ସର୍ଟ ଭାବରେ ଆରମ୍ଭ ହୋଇଥିଲା । ଏହି ଦିବସ ପାଳନ କରିବା ପଛରେ ଥିବା ବ୍ୟକ୍ତି ହେଉଛନ୍ତି ତତ୍କାଳୀନ ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ଜୈକ ଲୈଙ୍ଗ । ଏହା ଏତେ ଲୋକପ୍ରିୟ ଥିଲା ଯେ ସମଗ୍ର ବିଶ୍ୱରେ ବ୍ୟାପିଗଲା ଏବଂ ପ୍ରତ୍ୟେକ ଦେଶରେ ଲୋକମାନେ ନିଜର ଅନନ୍ୟ ଢଙ୍ଗରେ ସଙ୍ଗୀତ ପାଳନ କରିବାକୁ ଲାଗିଲେ ।

ତେବେ ସଙ୍ଗୀତର ଅନେକ ଅଦୃଶ୍ୟ ରୂପ ରହିଛି । ଯେମିତି କି ଆପଣ ଏକା ଥିବା ସମୟରେ ଗୀତ ଶୁଣି ନିଜର ନିଃସଙ୍ଗତାକୁ ଦୂର କରିପାରିବେ । ଆଉ ଦୁଃଖ ଓ ଅବସାଦ ସମୟରେ ଗୀତ ଆପଣଙ୍କ ଏକ ବନ୍ଧୁ ପରି କାମ ଦେବ । ଯଦି କେଉଁଆଡେ ଏକଲା ଯାତ୍ରା କରୁଥାନ୍ତି ଆଉ ସଙ୍ଗୀତ ଶୁଣୁଛନ୍ତି ତେବେ ଆପଣଙ୍କ ଯାତ୍ରାର ମଜାକୁ ଦ୍ବିଗୁଣି କରିଥାଏ । ମୋଟୋମୋଟି ଭାବେ କହିବାକୁ ଗଲେ ଏହା ଆପଣଙ୍କର, ଏକ ପ୍ରକାର ବନ୍ଧୁ, ସାଥୀ ଓ ହମଦର୍ଦ ସଦୃଶ ।

ସଙ୍ଗୀତକୁ ଆପଣ ସବୁ ସ୍ଥାନରେ ଅନୁଭବ କରିପାରିବେ । କୋଇଲିର ସ୍ବରରେ, ବଂଶୀର ଧ୍ବନୀରେ, ପବନର ଝଙ୍କାରରେ, ପାଣିର ଲହଡିରେ, ଛୋଟ ଶିଶୁର ହସରେ ସବୁଠି ଗୀତ ହିଁ ଗୀତ ରହିଛି । ଯାହାକୁ କେବଳ ଜଣେ କବି ବା ସଙ୍ଗୀତ ପ୍ରେମୀ ଅତ୍ୟଧିକ ଭାବେ ଅନୁଭବ କରିପାରିବ ।

ତେବେ ଚଳିତବର୍ଷ ବିଶ୍ୱ ସଙ୍ଗୀତ ଦିବସକୁ କୋଭିଡ-19 ମହାମାରୀ ହେତୁ ଏହାକୁ ପ୍ରାୟତଃ ନିଜ ନିଜ ଘରେ ରହି ପାଳନ କରାଯିବ । କିନ୍ତୁ ଏହି ମହାମାରୀ ସଙ୍ଗୀତ ଶୁଣିବାର ଅନୁଭବ ଏବଂ ଆନନ୍ଦକୁ କେବେ ମାରିବ ନାହିଁ । ଗତବର୍ଷ ତୁଳନାରେ, ଏଥରକ ଏହି ଦିବସ ଫିକା ପଡିପାରେ ହେଲେ ଜଣେ ସଙ୍ଗୀତ ପ୍ରେମୀ, ନିଶ୍ଚିତ ଭାବେ ସେ ତାର ସାଥୀ ରୂପୀ ସଙ୍ଗୀତକୁ ନିଶ୍ଚିତ ଶୁଣିବ ଆଉ ଏହି ଦିବସର ମଜା ଉଠାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.