ETV Bharat / bharat

ବିଶ୍ୱକୁ ମୋଦି, ହିଟଲରଙ୍କ ଭଳି ନେତାଙ୍କ ଆବଶ୍ୟକତା ନାହିଁ: ଦିଗବିଜୟ ସିଂହ

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁଳନା ଏକ ଛତ୍ରବାଦୀ ଶାସକ ଆଡଲଫ ହିଟଲର ଏବଂ ବୋନିଟୋ ମୁସୋଲିନିଙ୍କ ସହ କରିଛନ୍ତି । ଦୁନିଆକୁ ମହାତ୍ମା ଗାନ୍ଧୀ ଏବଂ ମାର୍ଟିନ ଲୁଥର କିଙ୍ଗ ଭଳି ନେତାଙ୍କ ଆବଶ୍ୟକତା ରହିଛି। ମୋଦି, ହିଟଲର ଏବଂ ମୁସୋଲିନିଙ୍କ ଭଳି ନେତାଙ୍କର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

author img

By

Published : Mar 17, 2019, 8:54 AM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ନୂଆଦିଲ୍ଲୀ: ପୁଣି ମୋଦିଙ୍କୁ ସମାଲୋଚନା କଲେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ। ସେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁଳନା ଏକ ଛତ୍ରବାଦୀ ଶାସକ ଆଡଲଫ ହିଟଲର ଏବଂ ବୋନିଟୋ ମୁସୋଲିନିଙ୍କ ସହ କରିଛନ୍ତି । ଦୁନିଆକୁ ମହାତ୍ମା ଗାନ୍ଧୀ ଏବଂ ମାର୍ଟିନ ଲୁଥର କିଙ୍ଗ ଭଳି ନେତାଙ୍କ ଆବଶ୍ୟକତା ରହିଛି। ମୋଦି, ହିଟଲର ଏବଂ ମୁସୋଲିନିଙ୍କ ଭଳି ନେତାଙ୍କର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ନ୍ୟୁଜିଲାଣ୍ଡ ଆକ୍ରମଣକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କରିଥିବା ଏକ ଟ୍ବିଟର ଜବାବରେ ସେ ଏଭଳି କହିଛନ୍ତି। ସେ କହିଛନ୍ତି, ମୁଁ ରାହୁଲଙ୍କ କଥାରେ ସମ୍ପୂର୍ଣ୍ଣ ଭାବରେ ସହମତ। ଦୁନିଆକୁ ସନାତନ ଧର୍ମ, ଗୌତମ ବୁଦ୍ଧ ଏବଂ ମହାବୀରଙ୍କ ଦ୍ବାରା ପ୍ରଚାରିତ ପ୍ରେମ, ଶାନ୍ତି ଏବଂ କରୁଣାର ଆବଶ୍ୟକତା ରହିଛି। ଘୃଣା ଏବଂ ହିଂସାର ନୁହେଁ।

ସେ ମୋଦିଙ୍କୁ ସମାଲୋଚନା କରି କହିଛନ୍ତି କି, ଦୁନିଆକୁ ମହାତ୍ମା ଗାନ୍ଧୀ ଏବଂ ମାର୍ଟିନ ଲୁଥର କିଙ୍ଗ ଭଳି ନେତାଙ୍କ ଆବଶ୍ୟକ । ମୋଦି, ହିଟଲର ଏବଂ ମୁସୋଲିନିଙ୍କ ଭଳି ନେତାଙ୍କର ନୁହେଁ ।

ସୂଚନାଯୋଗ୍ୟ, ଶୁକ୍ରବାର ନ୍ୟୁଜିଲାଣ୍ଡ ମସଜିଦ ଗୁଳିକାଣ୍ଡରେ ୪୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାସହ ପ୍ରାୟ 40 ଲୋକ ଆହତ ହୋଇଥିଲେ । ତେବେ ଏହି ଆକ୍ରମଣକୁ ନିନ୍ଦା କରି ରାହୁଲ ଏକ ଟ୍ବିଟ କରିଥିଲେ । ଦୁନିଆକୁ କରୁଣା ଏବଂ ଶାନ୍ତିର ଆବଶ୍ୟକ । କୃରତା ଏବଂ ଘୃଣାର ନୁହେଁ ବୋଲି ସେ କହିଥିଲେ ।

Intro:Body:

New Delhi, March 14: The Supreme Court will on Friday will hear the plea of 21 opposition parties seeking audit of at least 50 per cent of EVMs with corresponding Voter Verifiable Paper Audit Trails (VVPATs) before the Lok Sabha results are declared.

The application has been filed by Andhra Pradesh Chief Minister N. Chandrababu Naidu (TDP) and several other leaders including Sharad Pawar (NCP), Farooq Abdullah (NC), Sharad Yadav (LJD), Arvind Kejriwal (AAP), Akhilesh Yadav (SP), Derek O'Brien (TMC) and M.K. Stalin (DMK).

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.