ହାଇଦ୍ରାବାଦ: ଶିଶୁ ଦାରିଦ୍ର୍ୟକୁ ସମାପ୍ତ କରିବାର ଏକ ଉପାୟ ହେଲା ଘର ଭିତରେ ଏହାକୁ ନଷ୍ଟ କରିବା । କାରଣ ଏହାର ଉତ୍ପତ୍ତି ଘରୁ ହିଁ ହୋଇଥାଏ । ଗୁଣାତ୍ମକ ସାମାଜିକ ସେବାକୁ ପ୍ରାପ୍ତ କରିବା ପ୍ରାଥମିକତା ହେବା ଦରକାର।’’ ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରିସ।
ସାରା ବିଶ୍ବରେ ଲକ୍ଷ ଲକ୍ଷ ଲୋକ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ । ସମ୍ବଳରେ ସମାନତା ଓ ସାଧନ ପ୍ରାପ୍ତି ପାଇଁ ଅନେକ ଆଦର୍ଶର ସଂଗ୍ରାମ ଲଢ଼ାହୋଇଛି । ଦାରିଦ୍ର୍ୟ ଏକ ଏପରି ଅବସ୍ଥାକୁ ପରିଭାଷା ଦିଏ ଯେଉଁଥିରେ ଏକ ସଭ୍ୟ ଓ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ କୌଣସି ସାଧନ ଆୟ କରିବାର ପନ୍ଥା ନଥାଏ । ଗରିବ ଲୋକଙ୍କୁ ଦାରିଦ୍ର୍ୟ ଆହୁରି ସଙ୍କଟାକୁ ଠେଲି ଦିଏ । ଯେପରି ବିପଦଜନକ କାମ କରିବା, ବିପଦଗ୍ରସ୍ତ ଘର, ପୁଷ୍ଟିକର ଖାଦ୍ୟର ଅଭାବ, ନ୍ୟାୟ ପାଇବାରୁ ବଞ୍ଚିତ ହେବା ସହ ସୀମିତ ସ୍ବାସ୍ଥ୍ୟ ସେବା ।
ଦାରିଦ୍ର୍ୟ ଦୂରୀକରଣ ଦିବସର ଇତିହାସ
1992 ମସିହା ଠାରୁ ପ୍ରତିବର୍ଷ ଅକ୍ଟୋବର 17 ତାରିଖକୁ ସାରା ବିଶ୍ବରେ ଦାରିଦ୍ର୍ୟ ଦୂରୀକରଣ ଦିବସ ଭାବେ ପାଳନ କରାଯାଏ । ମିଳିତ ଜାତିସଂଗର ସାଧାରଣ ସଭାରେ ଏହି ଦିନଟିକୁ ଦାରିଦ୍ର୍ୟ ଦୂରୀକଣ ଦିବସ ଭାବେ ପାଳନ କରିବାକୁ ସ୍ଥିର ହେବା ସହ ବିଶ୍ବର ସମସ୍ତ ଦେଶରେ ଏନେଇ ସଚେତନତା ସୃଷ୍ଟି କରାଯିବା ଓ ଦାରିଦ୍ର୍ୟକୁ ଦୂର କରିବାକୁ ସମସ୍ତ ଚେଷ୍ଟା କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।
ଏହା ପ୍ରଥମ ଥର World Day for Overcoming Extreme Poverty ବା ଅତ୍ୟଧିକ ଦାରିଦ୍ର୍ୟରୁ ମୁକ୍ତି ଦିବସ ଭାବେ ପାଳିତ ହୋଇଥିଲା । ଲକ୍ଷାଧିକ ଲୋକ ପ୍ୟାରିସର ଟ୍ରୋକାଡେରୋ ଠାରେ ଏକତ୍ରିତ ହୋଇ ଦାରିଦ୍ର୍ୟ, ହିଂସା ଓ କ୍ଷୁଧାର ଶିକାର ହୋଇଥିବା ଲୋକଙ୍କୁ ସମାନ୍ନିତ କରିଥିଲେ। 1948ରେ ଟ୍ରୋକାଡେରୋ ଠାରେ ସ୍ବାକ୍ଷରିତ ହୋଇଥିବା ମାନବାଧିକାରର ସାର୍ବଭୌମିକ ଘୋଷଣା ପତ୍ର ଅନୁସାରେ, ଜାତିସଂଘ ଘୋଷଣା କରିଥିଲେ ଯେ ଦାରିଦ୍ର୍ୟ ହେଉଛି ମାନବାଧିକାରର ଉଲଙ୍ଘନ ତେଣୁ ଗରିବଙ୍କ ଅଧିକାର ଦିଗରେ କାର୍ଯ୍ୟ କରିବାର ନିହାତି ଆବଶ୍ୟକତା ରହିଛି।
ଚଳିତ ବର୍ଷର ବିଷୟବସ୍ତୁ
ଶିଶୁ ସୁରକ୍ଷା ଅଧିକାର ସମ୍ମିଳନୀ ଗ୍ରହଣ (UNCRC)ର 30 ବର୍ଷ ପୂର୍ତ୍ତି ହେଉଥିବାରୁ ଚଳିତ ବର୍ଷ ମିଳିତ ଭାବରେ ଶିଶୁ, ତାଙ୍କ ପରିବାର ଓ ତାଙ୍କ ସମାଜକୁ ସଶକ୍ତ କରି ଦାରିଦ୍ର୍ୟକୁ ସମୂଳେ ଧ୍ବଂସ କରିବାର ଲକ୍ଷ ରଖାଯାଇଛି । ଦାରିଦ୍ର୍ୟ ଶିଶୁଙ୍କ ବିକାଶରେ ବାଧା ସୃଷ୍ଟି କରିଥାଏ । ଯାହାର ପ୍ରଭାବ ପରବର୍ତ୍ତୀ ସମୟରେ ଯୁବାବସ୍ଥାରେ ମଧ୍ୟ ଦେଖାଯାଇଥାଏ । ଏହାସହ ଦାରିଦ୍ର୍ୟ ଶିଶୁଙ୍କୁ ନିଜ ଅଧିକାର ବିଷୟରେ ଅବଗତ ହେବାରୁ ବଞ୍ଚିତ କରେ । ତେଣୁକରି ଶିଶୁର ଶାରିରୀକ, ମାନସିକ, ଆଧ୍ୟାତ୍ମିକ, ନୈତିକ ଓ ସାମାଜିକ ବିକାଶ ପାଇଁ ଦାରିଦ୍ର୍ୟ ଦୂରୀକରଣର ଆବଶ୍ୟକତା ରହିଛି ।
ବିଶ୍ବରେ ଦାରିଦ୍ର୍ୟ
ଅର୍ଥନୈତିକ ଭାଷାରେ ବିଶ୍ବ ବ୍ୟାଙ୍କ ଦ୍ବାରା ଉଲ୍ଲେଖ କରାଯାଇଛି ଯେ ଦିନକୁ 1.90 ଆମେରିକୀୟ ଡଲାରରୁ କମ ଆୟ କରୁଥିବା ବ୍ୟକ୍ତିଙ୍କୁ ଅତ୍ୟଧିକ ଦାରିଦ୍ର୍ୟର ସୀମାରେଖା ତଳେ ରଖାଯାଇଛି । ସେପଟେ ଜାତିସଙ୍ଘ ଅଧିକ ଜଟିଳ ବିଷୟ ଗୁଡିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି । ସେଗୁଡିକ ହେଲା, ଦାରିଦ୍ର୍ୟ, କ୍ଷୁଧା, କୁପୋଷଣ, ଆଶ୍ରୟର ଅଭାବ, ନିରକ୍ଷରତା, ସ୍ବାସ୍ଥ୍ୟସେବାର ଅଭାବ, ସାମାଜିକ ଭେଦଭାବ ଏବଂ ନିଜ ପାଇଁ ତଥା ନିଜ ପରିବାର ପାଇଁ ଆବଶ୍ୟକୀୟ ସୁବିଧା ଯୋଗାଇ ନପାରିବା ।
ପରିସଂଖ୍ୟାନ
- 2015ର ଏକ ତଥ୍ୟ ଅନୁସାରେ, ବିଶ୍ବ ଜନସଂଖ୍ୟାର 10 ପ୍ରତିଶତ ଲୋକ ଅତ୍ୟଧିକ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିଲେ । ଯେଉଁମାନଙ୍କ ଦୈନିକ ଆୟ 1.90 ଆମେରିକୀୟ ଡଲାରରୁ କମ ।
- 1990 ମସିହାରେ 1.85 ବିଲିୟନ ଲୋକ ଅତ୍ୟଧିକ ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳ 2015ରେ ତାହା କମି 736 ମିଲିୟନ ହୋଇଛି ।
- 2013 ୟୁନିସେଫର ରିପୋର୍ଟ ଅନୁସାରେ ଦାରିଦ୍ର୍ୟ କାରଣରୁ ପ୍ରତିଦିନ 22,000 ଶିଶୁ ମୃତ୍ୟମୁଖରେ ପଡନ୍ତି ।
ସମସ୍ତ କ୍ଷେତ୍ରରେ ଦାରିଦ୍ର୍ୟ କମିଥିଲେ ମଧ୍ୟ ପ୍ରଗତି ଏପର୍ଯ୍ୟନ୍ତ ଅସମାନ ରହିଛି,
- ଦୁଇଟି କ୍ଷେତ୍ର, ପୂର୍ବ ଓ ପ୍ରଶାନ୍ତରେ( 47 ମିଲିଅନ), ୟୁରୋପ ଓ ମଧ୍ୟ ଏସିଆରେ (7 ମିଲିଅନ) ଅତ୍ୟଧିକ ଦାରିଦ୍ର୍ୟକୁ 3 ପ୍ରତିଶତ କମାଇଛି ।
- ଉପ-ସାହାରା ଆଫ୍ରିକାରେ ବିଶ୍ବର ଅତ୍ୟଧିକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତି ରହିଛନ୍ତି।
- ତେବେ ବିଶ୍ବର ସବୁଠାରୁ ଅଧିକ ଗରିବ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବା ଦେଖାଯାଇଛି । ଯେଉଁମାନେ ନିରକ୍ଷର, ରୋଜଗାରହୀନ କିମ୍ବା କୃଷି କ୍ଷେତ୍ରରେ କାର୍ଯ୍ୟରତ, ଯାହାଙ୍କ ବୟସ ସୀମା 18 ବର୍ଷରୁ କମ ।
ଭାରତ ଓ ଦାରିଦ୍ର୍ୟ
ଭାରତରେ ସାମାଜିକ ଅସମାନତା କାରଣରୁ ଭୟାନକ ଦାରିଦ୍ର୍ୟ ଦେଖାଦେଇଛି । 1970-80 ମଧ୍ୟରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଦାରିଦ୍ର୍ୟ ଦୂରୀକରଣ ପାଇଁ ନିଆଯାଇଥିବା ପଦକ୍ଷେପ ସତ୍ତ୍ବେ 50 ପ୍ରତିଶତ ଗରିବ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଏବେ ମଧ୍ୟ ରହିଛନ୍ତି । ବିଭିନ୍ନ ସାମାଜିକ ଓ ପାରିପାର୍ଶ୍ବିକ କାରଣ ଯୋଗୁଁ ଏମାନେ ଏପରି ଅବସ୍ଥାର ସମ୍ମୁଖୀନ ହେଉଛନ୍ତି ।
ଭାରତରେ ଦାରିଦ୍ର୍ୟ ଏକ ସାମୟିକ ସମସ୍ୟା, କାରଣ ଜନସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ଯୋଗୁଁ କାମ ଉପଲବ୍ଧ ହେବା ଅନୁସାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଅନେକ ଶିଶୁ ଓ ନାବାଳକ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ପଳାୟନ କରନ୍ତି । ବଂଶାନୁକ୍ରମିକ ଦାରିଦ୍ର୍ୟ ଗବେଷଣା ସଂସ୍ଥା (Chronic Poverty Research Centre) ଅନୁସାରେ ଭାରତରେ ଦାରିଦ୍ର୍ୟ ବଂଶାନୁକ୍ରମିକ ଓ ପୁରାତନ ହୋଇସାରିଛି ।
ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାରୀ ଯୋଜନା
ସ୍ବାଧୀନତା ପର ଠାରୁ ଅନେକ ସଫଳ ସରକାର ଦାରିଦ୍ର୍ୟ ଦୂରୀକଣ ପାଇଁ ଅନେକ ଗୁଡିଏ ଯୋଜନା ପ୍ରଣୟନ କରିଛନ୍ତି ।
ଯୋଜନା
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା
ଯୋଜନାର ପ୍ରଭାବ
- 29.43 କୋଟି ବ୍ୟାଙ୍କ ଖାତା ଖୋଲା ଯାଇଛି ।
- 65, 532.77 କୋଟି ଟଙ୍କା ଏହି ଖାତା ଗୁଡିକରେ ଜମା କରାଯାଇଛି ।
- 1.65 ଲକ୍ଷ ବ୍ୟାଙ୍କ ମିତ୍ର ଉପାନ୍ତ ଅଞ୍ଚଳ ଗୁଡିକରେ ଶାଖାହୀନ ସେବା ଯୋଗାଉଛନ୍ତି ।
- ତେବେ 25 କୋଟି ଜନ ଧନ ଯୋଜନା ଆକାଉଣ୍ଟ ଅଛି ଦେଶରେ ଯେଉଁଥିରୁ 5.8 କୋଟି ଆକାଉଣ୍ଟରେ ଶୂନ ବାଲାନ୍ସ ରହିଛି
ଆୟୁସ୍ମାନ ଭାରତ ଯୋଜନା- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା
ଦେଶରେ ଗରିବ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି।
ଦାରିଦ୍ର୍ୟ ଦୂରୀକରଣ ପାଇଁ ଆଉ କଣ କରିବାର ଆବଶ୍ୟକତା ରହିଛି
ବର୍ତ୍ତମାନ ଭାରତରେ ଦାରିଦ୍ର୍ୟର ମୂଳୋତ୍ପାଟନ କରିବା ବଦଳରେ ଗରିବଙ୍କୁ ସହାୟତା ଯୋଗାଇବା ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଉଛି। ତେବେ ଆବଶ୍ୟକତା ରହିଛି ଶିକ୍ଷା, ସ୍ବାସ୍ଥ୍ୟ, କୌଶଳ, ଓ ରୋଜଗାର କ୍ଷେତ୍ରରେ ଲୋକଙ୍କ ଗରିବ ଲୋକଙ୍କ ଉନ୍ନତି କରିବା । ସରକାରଙ୍କ ଦାୟିତ୍ବ ଯେ ସେ ବର୍ତ୍ତମାନ ପ୍ରାଥମିକ ପଲିସିକୁ ପରିବର୍ତ୍ତନ କରି ଗରିବ ଲୋକଙ୍କୁ କିପରି ଘରୋଇ ସଂସାଧନ ଯୋଗାଇ ଦିଆଯିବ ସେ ଦିଗରେ ଧ୍ୟାନ କେନ୍ଦ୍ରୀତ କରିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ