ETV Bharat / bharat

୩୫୪ ସୀମାନ୍ତ ଗାଁକୁ ମିଳିବ ମୋବାଇଲ ସେବା - mobile services in 354 border villages

ଦେଶର ଦୂର ତଥା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା 354 ଟି ଗ୍ରାମରେ ମୋବାଇଲ ସେବା ଯୋଗାଇ ଦିଆଯିବ । ଏଥିପାଇଁ 337 କୋଟି ଟଙ୍କାର ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଯୋଗଯୋଗ ତଥା ଆଇନ ଓ ନ୍ୟାୟ ବିଭାଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଅଧିକ ପଢନ୍ତୁ...

୩୫୪ ସୀମାନ୍ତ ଗାଁରେ ମୋବାଇଲ ସେବା ଯୋଗାଇବେ ସରକାର

author img

By

Published : Aug 11, 2020, 11:22 AM IST

ନୂଆଦିଲ୍ଲୀ: ଦେଶର ଦୂର ତଥା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା 354 ଟି ଗ୍ରାମରେ ମୋବାଇଲ ସେବା ଯୋଗାଇ ଦିଆଯିବ । ଏଥିପାଇଁ 337 କୋଟି ଟଙ୍କାର ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଯୋଗାଯୋଗ ତଥା ଆଇନ ଓ ନ୍ୟାୟ ବିଭାଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଏହି ପ୍ରକଳ୍ପରେ ଜାମ୍ମୁ କାଶ୍ମୀରର 87 ଟି ଅପହଞ୍ଚ ଗ୍ରାମ ଅନ୍ତର୍ଭୁକ୍ତ ହେବ । ଏହା ସହ ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଗୁଜରାଟର 144 ସୀମାନ୍ତ ଗ୍ରାମ ମଧ୍ୟ ଅନ୍ତର୍ଭୁକ୍ତ ।

ଜାମ୍ମୁ କାଶ୍ମୀର ଏବଂ ଲଦାଖର ସେନାମାନଙ୍କୁ ସାଟେଲାଇଟ ଫୋନ ସେବା ଯୋଗାଇବା ପାଇଁ ସରକାର VSATs ମଧ୍ୟ ସ୍ଥାପନ କରୁଛନ୍ତି ଯାହା ଦ୍ବାରା ସେମାନେ ନିଜ ପରିବାର ସହ ଯୋଡି ହୋଇପାରିବେ। ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 24 ଟି ଜିଲ୍ଲାର ଗ୍ରାମରେ ମୋବାଇଲ ସଂଯୋଗ ଯୋଗାଇବା ପାଇଁ ଟେଲିକମ ବିଭାଗ କାର୍ଯ୍ୟ କରୁଛି। ଛତିଶଗଡ, ଓଡିଶା, ଝାଡଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶର 44 ଟି ଜିଲ୍ଲାର ମୋଟ 7,287 ଅପହଞ୍ଚ ଗ୍ରାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.