ETV Bharat / bharat

'ଶଦ୍ଦ ମୋ ଯନ୍ତ୍ରଣାକୁ ବର୍ଣ୍ଣନା କରିପାରିବ ନାହିଁ', ରାହୁଲ ଗାନ୍ଧୀ - ଲଦାଖର ଗାଲୱାନ୍ ଉପତ୍ୟକାରେ ଚୀନ୍ ସୌନ୍ୟଙ୍କ ସହ ମୁହାଁମୁହିଁ

ଶହୀଦ ହୋଇଥିବା ଭାରତୀୟ ସେନା କର୍ମଚାରୀଙ୍କ ପ୍ରତି ରାହୁଲ ଗାନ୍ଧୀ ସମବେଦନା ଜଣାଇଛନ୍ତି। ଏହି କଠିନ ପରିସ୍ଥିତିକୁ ସେ ଶଦ୍ଦ ରେ ବୟାନ କରିବା କଷ୍ଟ ସାଧ୍ୟ ବୋଲି କହିଛନ୍ତି।

''ଶଦ୍ଧ ମୋ ଯନ୍ତ୍ରଣାକୁ ବର୍ଣ୍ଣନା କରିପାରିବ ନାହିଁ'', ରାହୁଲ ଗାନ୍ଧୀ

author img

By

Published : Jun 17, 2020, 11:15 AM IST

Updated : Jun 17, 2020, 3:15 PM IST

ନୂଆଦିଲ୍ଲୀ: ଲଦାଖର ଗଲୱାନ୍ ଉପତ୍ୟକାରେ ଚୀନ୍ ସୌନ୍ୟଙ୍କ ସହ ମୁହାଁମୁହିଁ ହେବା ପରେ ଶହୀଦ ହୋଇଥିବା ଭାରତୀୟ ସେନା କର୍ମଚାରୀଙ୍କ ପ୍ରତି ରାହୁଲ ଗାନ୍ଧୀ ସମବେଦନା ଜଣାଇଛନ୍ତି। ଏହି କଠିନ ପରିସ୍ଥିତିକୁ ସେ ଶଦ୍ଦରେ ବୟାନ କରିବା କଷ୍ଟ ସାଧ୍ୟ ବୋଲି କହିଛନ୍ତି।

ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, "ଯେଉଁ ବୀର ଯବାନମାନେ ଦେଶର ସେବା କରି ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କ ପାଇଁ ମୁଁ ଯେଉଁ ଯନ୍ତ୍ରଣା ଅନୁଭବ କରୁଛି ତାହା ଶବ୍ଦ ବର୍ଣ୍ଣନା କରିପାରିବ ନାହିଁ। ସେମାନଙ୍କର ସମସ୍ତ ପ୍ରିୟଜନଙ୍କୁ ମୋର ସମବେଦନା। ଏହି କଷ୍ଟ ସମୟରେ ଆମେ ଆପଣଙ୍କ ସହ ଛିଡା ହୋଇଛୁ।"

ସୂଚନା ଥାଉକି, ଜୁନ୍ 15 ଓ 16 ବିଳମ୍ବିତ ରାତିରେ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ​​ଉଭୟ ସେନାଙ୍କ ଧସ୍ତାଧସ୍ତି ଓ ମାଡପିଟ ଗୁଳିବିନିମୟରେ ଜଣେ ମେଜରଙ୍କ ସମେତ 2 ଯବାନ ସହିଦ ହୋଇଥିଲେ। ଏହାସହ ସନ୍ଧ୍ୟା ସୁଦ୍ଧା ଆଉ 17 ଜଣ ଯବାନ ମଧ୍ୟ ଶହୀଦ ହୋଇଥିବା ସେନା ସୂତ୍ରରୁ ନିଶ୍ଚିତ କରାଯାଇଥିଲା।

ଜୁନ୍ 15 ର ବିଳମ୍ବିତ ସନ୍ଧ୍ୟା ଏବଂ ରାତିରେ ଲଦାଖର ଗାଲୱାନ୍ ଉପତ୍ୟକାରେ ଏହି ହିଂସାତ୍ମକ ମୁହାଁମୁହିଁ ଘଟଣା ଘଟିଥିଲା । ସେନା ନିଶ୍ଚିତ କରିଛି ଯେ ଷ୍ଟାଣ୍ଡ-ଅଫ୍ ସ୍ଥାନରେ ଗୁରୁତର ଆହତ ହୋଇଥିବା ଏବଂ ଉଚ୍ଚ ଉଚ୍ଚତାରେ ଶୂନ୍ୟ ତାପମାତ୍ରାର ସମ୍ମୁଖୀନ ହୋଇଥିବା 17 ଜଣଙ୍କ ସମେତ 20 ଜଣ ସୌନିକ ଶହୀଦ ହୋଇଛନ୍ତି।

Last Updated : Jun 17, 2020, 3:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.