ETV Bharat / bharat

ବିଶ୍ବ ମହିଳା ଦିବସ: ଚା' ଦୋକାନୀଙ୍କ ଅଭିନବ ଶୁଭେଚ୍ଛା

ବିଶ୍ବ ମହିଳା ଦିବସ ଉପଲକ୍ଷେ ମହିଳାମାନଙ୍କୁ ମାଗଣା ଚା’ ବଣ୍ଟନ । ମହାରାଷ୍ଟ୍ରର ମନୋଜ ଠାକୁର ନାମକ ଜଣେ ଚା’ ଦୋକାନୀ ଏପରି କରୁଥିବା ଦେଖିବାକୁ ମିଳିଛି ।

author img

By

Published : Mar 8, 2020, 12:06 PM IST

International Women's Day
ବିଶ୍ବ ମହିଳା ଦିବସରେ ଏପରି କରିଛନ୍ତି ଚା’ ଦୋକାନୀ...

ମୁମ୍ବାଇ: ବିଶ୍ବ ମହିଳା ଦିବସ ଉପଲକ୍ଷେ ମହିଳାମାନଙ୍କୁ ମାଗଣା ଚା’ ବଣ୍ଟନ । ମହିଳାମାନଙ୍କୁ ସମ୍ମାନ ଜଣାଇ ଗୋଟିଏ ଦିନ ଲାଗି ମହିଳାଙ୍କୁ ମାଗଣା ଚା’ ବାଣ୍ଟିଲେ ମହାରାଷ୍ଟ୍ରର ଚା’ ଦୋକାନୀ । ମହାରାଷ୍ଟ୍ରର ମନୋଜ ଠାକୁର ନାମକ ଜଣେ ଚା’ ଦୋକାନୀ ଏପରି କରିଛନ୍ତି ।

ତାଙ୍କ ଦୋକାନକୁ ମହିଳା ଦିବସରେ ଆସୁଥିବା ସମସ୍ତ ମହିଳାଙ୍କୁ ସେ ମାଗଣାରେ ଚା’ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି । ମହିଳା ଦିବସରେ ମହିଳାଙ୍କ ପାଇଁ କିଛି ନୂଆ କରିବା ଆଶାରେ ସେ ଏପରି କରିଥିବା କହିଛନ୍ତି ।

ସେଥିଲାଗି ତାଙ୍କ ଦୋକାନ ଆଗରେ ଏକ ବ୍ୟାନର ମଧ୍ୟ ଲଗାଇଛନ୍ତି । ଯେଉଁଥିରେ ‘ହାପି ୱମେନ୍ସ ଡେ, ଆମେ 2020 ମାର୍ଚ୍ଚ 8 ତାରିଖରେ ଏହାକୁ ପାଳନ କରୁଛୁ । ସମସ୍ତ ସମ୍ମାନସ୍ପଦ ମହିଳାଙ୍କୁ ମାଗଣା ଚା’ ଦିଆଯିବ’ ବୋଲି ଏଥିରେ ଉଲ୍ଲେଖ ରହିଛି ।

ସେ 10ରୁ 15 ବର୍ଷ ହେବ ଚା’ ବ୍ୟବସାୟ କରୁଛନ୍ତି । ତେଣୁ ଏଥର ମହିଳା ଦିବସରେ କିଛି ଅଲଗା କରିବା ଆଶା ନେଇ ଏପରି କରିଥିବା ସେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.