ଡେରାଡୁନ: ଡୁନ ପୋଲିସ ମହିଳାଙ୍କ ସୁରାକ୍ଷା ନିମନ୍ତେ ଆରମ୍ଭ କରିଛି ନୂଆ ଅଭିଯାନ । ଏବେ ରାତିରେ କୌଣସି ସମୟରେ ମହିଳାମାନଙ୍କୁ ଟ୍ରାନ୍ସପୋଟ୍ ସୁବିଧା ନମିଳିଲେ ପୋଲିସ ସେମାନଙ୍କୁ ନେଇ ଘରେ ଛାଡିବ ।
ସୂଚନାମୁତାବକ, ଡେରାଡୁନ ପୋଲିସ ସହାୟତା ନମ୍ବର 112ମାଧ୍ୟମରେ ଏହି ନୂଆ ଅଭିଯାନ ଆରମ୍ଭ କରିଛି । ଏସଏସପି ଅରୁଣ ମୋହନ ଜୋଶୀ ସମସ୍ତ ଅଞ୍ଚଳର ଥାନାକୁ କଡା ନିର୍ଦ୍ଦେଶ ଦେଇଛନ୍ତି , ଯେପରି ଏହି ଅଭିଯାନର କଡାକଡି ପାଳନ କରାଯାଉ ।
ରାତି ସମୟରେ କୌଣସି ମହିଳା ଟ୍ରାନ୍ସପୋର୍ଟ ସୁବିଧା ନିମନ୍ତେ ପୋଲିସ ସହାୟତା ନମ୍ବର 112କୁ କଲ୍ କଲେ ସେଠାକାର ସମ୍ବନ୍ଧିତ ଥାନକୁ କଲ୍ ଯିବ । ସେଠାକାର ପିସିଆର ଭ୍ୟାନ ମହିଳାଙ୍କୁ ନେଇ ଘରେ ଛାଡିଦେବେ । ଏଥିସହ ଦିନ ସମୟରେ 112 କଣ୍ଟ୍ରୋଲ ନଂ ଦ୍ବାରା ପବ୍ଲିକ ଟ୍ରାନ୍ସପୋର୍ଟର ବ୍ୟବସ୍ଥା ସମ୍ପର୍କରେ ଜାଣିପାରିବେ ।